Home Top News “ଲଭ୍ ଜିହାଦ୍”ର କରୁଣ ପରିଣତି: ଝିଅ ପରେ ଚାଲିଗଲା ବାପା – ଜଷ୍ଟିସ୍ ଫର୍ ଇପ୍ସିତା...

“ଲଭ୍ ଜିହାଦ୍”ର କରୁଣ ପରିଣତି: ଝିଅ ପରେ ଚାଲିଗଲା ବାପା – ଜଷ୍ଟିସ୍ ଫର୍ ଇପ୍ସିତା ..

61

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଲଭ୍ ଜିହାଦ୍ ଶୀକାର ହୋଇ ମୃତ୍ୟୁ ବରଣ କରିଥିବା ଇପ୍ସିତା ଏବଂ ପରେ ମାନସିକ ଚାପରେ ତାଙ୍କ ବାପା କୂଳମଣିଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଆସିଥିଲେ ‘ବେଟି ପଢ଼ାଓ, ବେଟି ବଚାଓ’ ଅଭିଯାନ ରାଜ୍ୟ ସଂଯୋଜିକା ତଥା କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ମହିଳା ବାହିନୀ ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ ଏବଂ ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରଦେଶ ମହାସଚିବ ତଥା ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ। ଉଭୟ ଇପ୍ସିତାଙ୍କ ଘରକୁ ଯାଇ କୂଳମଣିଙ୍କ ପତ୍ନୀ ରଞ୍ଜିତା ଏବଂ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ଆଶ୍ୱାସନା ଦେବା ସହ ରଞ୍ଜିତାଙ୍କୁ ସାଙ୍ଗରେ ଧରି ନିରାକାରପୁର ଥାନାକୁ ଯାଇଥିଲେ। ଝିଅ ପରେ ବାପା, ଗୋଟିଏ ପରିବାରରେ ଦୁଇ ଦୁଇଟି ଘଟଣା ଘଟିଗଲା। ରଞ୍ଜିତା ଝିଅକୁ ହରାଇଥିଲେ ଏବେ ରୋଜଗାରକ୍ଷମ ସ୍ୱାମୀଙ୍କୁ ହରାଇଲେ। ତେଣୁ ଏ’ ଘଟଣାର ଉଚିତ୍ ଅନୁସନ୍ଧାନ କରିବା ସହ ରଞ୍ଜିତାଙ୍କ କହିବା ଅନୁଯାୟୀ କିଏ ଏମାନଙ୍କୁ କମ୍ପ୍ରମାଇଜ୍ ପାଇଁ ପ୍ରେସର୍ କରୁଥିଲା ତା’ର ତଦନ୍ତ କରାଯାଉ ବୋଲି ଉଭୟ ନେତ୍ରୀ ଦାବୀ କରିଛନ୍ତି। ଏହାସହ ଇପ୍ସିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ସହିତ ଆର୍ଥିକ ଦୃଷ୍ଟିକୋଣରୁ ପ୍ରଶାସନିକ ଦିଗରେ କିପରି ସାହାଯ୍ୟ ସହଯୋଗ କରାଯାଇ ପାରିବ ନେଇ ନିରାକାରପୁର ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ରଶ୍ମିମୟୀ ଏବଂ ହରପ୍ରିୟା।ଖୋର୍ଦ୍ଧା ସମେତ ସାରା ଓଡ଼ିଶାରେ ଲଭ୍ ଜିହାଦ୍ ଏକ ବ୍ୟାଧି ପରି ମାଡ଼ି ଚାଲିଛି। ରାଜ୍ୟ ସରକାର ତଥା ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ଉଚିତ୍ ବୋଲି ରଶ୍ମିମୟୀ କହିଥିବା ବେଳେ, ଅଳ୍ପ କିଛି ଦିନ ମଧ୍ୟରେ ଝିଅ ପରେ ବାପର ମୃତ୍ୟୁ ହେଲା। ପୋଲିସ୍ ଏତେ ନିଷ୍କ୍ରିୟ ଯେ, ଥାନା ପଛ ପଟେ ଗୋଟିଏ ପରିବାରରେ ଦୁଇ ଦୁଇଟି ମୃତ୍ୟୁ ଘଟିଗଲା। ଏହା ହତ୍ୟା ନାଁ ଆତ୍ମହତ୍ୟା ନାଁ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରାଗଲା ତାହା ସନ୍ଦେହ ଘେରରେ! ଏହାର ଉଚିତ୍ ଅନୁସନ୍ଧାନ କରାଯିବା ନେଇ ଦାବୀ କରିବା ସହ ତାଙ୍କର ଦୁଇ ଛୋଟ ଛୋଟ ପିଲାଙ୍କୁ ଏବେ କିଏ ସୁରକ୍ଷା ଦେବ ବୋଲି ପ୍ରଶ୍ନ କରିଛନ୍ତି ହରପ୍ରିୟା। ଏମାନଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନବକୃଷ୍ଣ ମହାପାତ୍ର, ବିଜେପି ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ହିନ୍ଦୁ ସଙ୍ଗଠନ ସଂଯୋଜକ ମନ୍ମଥ ରଞ୍ଜନ ବେହେରା, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସାଦ କୁମାର ଦାସ, ସଞ୍ଜୟ କୁମାର ରାଉତରାୟ, ବ୍ରହ୍ମାନନ୍ଦ ଦାସ, ଅଜିତ ସିଂ, ସତ୍ୟ ନାରାୟଣ ଜେନା ଏବଂ ଅବିନାଶ ସ୍ୱାଇଁ ପ୍ରମୂଖ ସାମିଲ୍ ଥିଲେ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.