Home Top News ଓଡ଼ିଶା ବିଜେପିରେ ଆତ୍ମଘାତୀ ଆଇଟି ସେଲ୍ କର୍ମୀ!

ଓଡ଼ିଶା ବିଜେପିରେ ଆତ୍ମଘାତୀ ଆଇଟି ସେଲ୍ କର୍ମୀ!

39

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ଆଇଟି ସେଲ୍ ସଂଯୋଜକ ଉମାକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି ଆଇଟି ସେଲ୍ କୋର୍ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୩ ସେପ୍ଟେମ୍ବରରୁ ସୋସିଆଲ ମିଡିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହେବାକୁ ଥିବା ‘ସିଂହନାଦ’ କାର୍ଯ୍ୟକ୍ରମ ପାଇଁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ତେବେ, ଏହି କୋର୍ କମିଟି ଭିତରେ ବିଜେପି ପାଇଁ ଘାତକ ସାବ୍ୟସ୍ତ ହେଲା ପରି ଆତ୍ମଘାତୀ ଆଇଟି ସେଲ୍ କର୍ମୀ ସ୍ଥାନ ପାଇଛନ୍ତି। ଏହି ଟିମ୍ ଭିତରେ ଏପରି ସୋସିଆଲ୍ ମିଡିଆ କର୍ମୀ ଅଛନ୍ତି, ଯିଏ ନିଜ ସଂସଦୀୟ କ୍ଷେତ୍ରର ତଥା ନିଜ ଦଳର ସାଂସଦ, ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ସୋସିଆଲ୍ ମିଡିଆରେ ଟାର୍ଗେଟ୍ କରିସାରିଛନ୍ତି। ନିଜ ଦଳର ଜଣେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ନିଚା ଦେଖାଇବାକୁ ସେ ହୀନ ଉଦ୍ୟମ କରି ସାରିଛନ୍ତି। ପୂର୍ବରୁ ଦଳର ସୋସିଆଲ୍ ମିଡିଆର ଏକ ସଂଯୋଜିକା ଭାବରେ ଦାୟିତ୍ୱରେ ଥାଇ ସେ ଏପରି ଦଳ ବିରୋଧୀ କାମ କରି ସାରିଛନ୍ତି। ଆଜି ପୁଣି ସେହି ଦଳ ବିରୋଧୀ, ଆତ୍ମଘାତୀ ସୋସିଆଲ୍ ମିଡିଆ କର୍ମୀଙ୍କୁ ଆଇଟି ସେଲ୍ କୋର୍ କମିଟି ବୈଠକରେ ଦେଖିବାକୁ ମିଳିଛି!
-/Dev@DRath

ବଡ଼ ଷଡ଼ଯନ୍ତ୍ର: ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିରୋଧୀଙ୍କୁ କରାଯାଉଛି ତଥ୍ୟ ଲିକ୍!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.