Home Top News ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ହୋଟେଲ୍ ସିଜ୍ ପରେ ନୟାଗଡ଼ ଜିଲ୍ଲା ସଭାପତିଙ୍କ ଘର ସିଜ୍

ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ହୋଟେଲ୍ ସିଜ୍ ପରେ ନୟାଗଡ଼ ଜିଲ୍ଲା ସଭାପତିଙ୍କ ଘର ସିଜ୍

153

ଭୁବନେଶ୍ୱର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଖୋର୍ଦ୍ଧା ବାଇପାସ୍ ନିକଟରେ ଥିବା ହୋଟେଲ ସୂର୍ଯ୍ୟମୁଖୀ ସିଲ୍ କରାଯାଇଥିବା ବେଳେ ଏବେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟଙ୍କ ଭୁବନେଶ୍ୱର।ସ୍ଥିତ ଏକ ଘରକୁ ସିଲ୍ କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ ଲାଲା ମନୋଜ ରାୟଙ୍କ ପତ୍ନୀ ଇରାଣୀ ରାୟ ଗତ ସାଧାରଣ ନିର୍ବାଚନରେ ନୟାଗଡ଼ରୁ ବିଜେପି ପାର୍ଥି ହୋଇଥିଲେ। ଏବେ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମଧ୍ୟ ଅଛନ୍ତି। ଏମାନେ ଉଭୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ କରି ଉଚିତ୍ ସମୟରେ ପରିଶୋଧ କରିନଥିଲେ। ବାରମ୍ବାର ନୋଟିସ କରିବା ସତ୍ତ୍ୱେ ଏମାନେ ଋଣ ପରିଶୋଧ ନକରିବାରୁ ଶେଷରେ ବ୍ୟାଙ୍କ୍ କୋର୍ଟ ଆଶ୍ରୟରେ ଲିଗାଲ୍ ଆକ୍ସନ ନେଇ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ହୋଟେଲ୍ ଏବଂ ନୟାଗଡ଼ ଜିଲ୍ଲା ସଭାପତିଙ୍କ ଘର ସିଜ୍ କରିନେଇଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.