Home Top News ଦମ୍ ଅଛି ତ’ ଆମ ସହ ଲାଗ: କ୍ରୀତଦାସଙ୍କ ସହ କିଏ ଲାଗିବ?

ଦମ୍ ଅଛି ତ’ ଆମ ସହ ଲାଗ: କ୍ରୀତଦାସଙ୍କ ସହ କିଏ ଲାଗିବ?

121

ଭୁବନେଶ୍ୱର: ପାଣ୍ଡିଆନଙ୍କ ସହ କାହିଁକି ଲାଗୁଛ? ଦମ୍ ଅଛି ତ’ ଆମ ସହ ଲାଗ। ଦମ୍ ଅଛି ତ’ ଦେବାଶିଷ ସାମନ୍ତରାୟ ଓ ବବି ଦାସ ସହ ଲାଗ। ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ବିରୋଧୀଙ୍କୁ ଏଭଳି ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଦେବାଶିଷ କହିଛନ୍ତି ଯେ ରାଜ୍ୟରେ ସଚିବ ବଦଳରେ ସବୁବେଳେ ମନ୍ତ୍ରୀ ହିଁ ବଡ଼। ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି, ତାର ସତ୍ୟତା ନାହିଁ। ବିରୋଧୀ ଦଳମାନେ ସଚିବଙ୍କୁ ବଡ଼ କହିବା ଗଣତନ୍ତ୍ର ପ୍ରତି ଅପମାନ। ଶାସନର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେଉଛନ୍ତି ୫- ଟି ସଚିବ ତାକୁ ପାଳନ କରୁଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। ତେବେ କଥା ଛଳରେ ସେ ବିରୋଧୀ ଦଳଙ୍କୁ ଚ୍ୟାଲେଞ୍ଜ୍ ଦେଇ କହିଛନ୍ତି, ୫- ଟି ସଚବିଙ୍କ ପଛରେ କାହିଁକି ଲାଗିଛନ୍ତି, ଦମ୍ ଅଛି ତ’ ଆମ ସହ ଲାଗନ୍ତୁ। ଦମ୍ ଅଛି ତ’ ଦେବାଶିଷ ସାମନ୍ତରାୟ ଓ ବବି ଦାସ ସହ ଲାଗନ୍ତୁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ତେବେ ଏହାର ଜବାବ୍ ଦେଇ ବିଜେପି ଫାୟାରବ୍ରାଣ୍ଡ୍ ଯୁବାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି କ୍ରୀତଦାସଙ୍କ ସହିତ କିଏ ଲାଗିବ, କାହିଁକି ବା’ ଲାଗିବ? ଦେବାଶିଷ ଏବଂ ବବି ଦାସଙ୍କୁ କଟାକ୍ଷ କରି ଏମାନେ ସବୁ କ୍ରୀତଦାସ ଏମାନଙ୍କ ସହ କିଏ ଲାଗିବ ବୋଲି ହରପ୍ରିୟା କହିବା ସହ ନବୀନ ବାବୁ ଯାହାକୁ ଲିଜରେ ଦେଇ ଓଡ଼ିଶା ସରକାର ଚଲାଇଛନ୍ତି, ସେହି ଲିଜଧାରୀକୁ ବିରୋଧ ହେବ, ଆହୁରୀ ବିରୋଧ ହେବ ଏବଂ ଜୋରଦାର୍ ବିରୋଧ ହେବ ବୋଲି ହରପ୍ରିୟା କହିଛନ୍ତି। ଏହାସହ ରାଜ୍ୟରେ ଶାସନରେ ଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି ଆଉ କିଛି ନାହିଁ ବୋଲି ମନେ ହେଉଛି, ଗଣତନ୍ତ୍ରର ରକ୍ଷା କରିବାକୁ ହେବ ବୋଲି କହିଛନ୍ତି ହରପ୍ରିୟା ସାହୁ। ସୂଚନାଯୋଗ୍ୟ ଯେ, ୫- ଟି ସଚିବ ଭି. କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ସମ୍ପର୍କିତ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି। ଯାହାକୁ ବିରୋଧୀ ଦଳ ପକ୍ଷରୁ ଟାର୍ଗେଟ କରାଯାଉଛି। ମନ୍ତ୍ରୀ ଓ ବିଧାୟକମାନେ ଘରେ ବସୁଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଣେ ସଚିବ ଜିଲ୍ଲାଗସ୍ତ କରୁଥିବା ବିରୋଧୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.