Home Top News ଲଭ୍ ଜିହାଦ୍: ଜୀବିତ ଝିଅକୁ ମୃତ ଘୋଷଣା କଲା ବାପା!

ଲଭ୍ ଜିହାଦ୍: ଜୀବିତ ଝିଅକୁ ମୃତ ଘୋଷଣା କଲା ବାପା!

82

ନୂଆଦିଲ୍ଲୀ: ଲଭ୍ ଜିହାଦର ଶୀକାର ଜଣେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି ଯୁବତୀଙ୍କ ବାପା! ଜୀବିତ ଝିଅକୁ ମୃତ ଘୋଷଣା କରି ଝିଅ ଉପରେ ଧଳା କପଡ଼ା ଏବଂ ଫୁଲ ପକାଇ ଶେଷ ଦର୍ଶନ କରି ଘରକୁ କାନ୍ଦିକାନ୍ଦି ଫେରିଛନ୍ତି ବୃଦ୍ଧ ବାପା। ମଧ୍ୟପ୍ରଦେଶର ମନ୍ଦସୌର ଅଞ୍ଚଳରେ ଘଟିଛି ଏପରି ଏକ ଘଟଣା। ଝିଅଟି ପାଠ ପଢ଼ିବାକୁ କଲେଜ ଯାଉଥିଲା। ଦେଢ଼ବର୍ଷ ପୂର୍ବେ ସେ କଲେଜ ଯିବାକୁ କହି ଘରୁ ବାହାରିଥିଲା। କିନ୍ତୁ, ବସଷ୍ଟାଣ୍ଡରୁ କେଉଁଆଡେ ନିଖୋଜ ହୋଇଯାଇଥିଲା। ତେବେ, ସେ ସମୟରେ ଝିଅ ସହିତ କ’ଣ ଘଟିଥିଲା, ତାକୁ କିଏ ଅପହରଣ କରି ନେଇଗଲା କି, ସେ କୌଣସି ଦୁର୍ଘଟଣାର ଶିକାର ହୋଇଥିଲା କି ନେଇ କିଛି ଜାଣିପାରିଲେନି ପରିବାର ଲୋକେ। ଝିଅକୁ ଝୁରୀଝୁରୀ ପରିବାର ଲୋକ ରହିଥିଲେ। ତେବେ, ଦେଢ଼ବର୍ଷ ପରେ ହଠାତ୍ ଝିଅ ଓକିଲ ସହିତ ଥାନାରେ ପହଞ୍ଚି ଜଣେ ମୁସଲମାନ୍ ଯୁବକଙ୍କୁ ବିବାହ କରିଛି ବୋଲି କହିଥିଲା। ପୁଲିସ ଷ୍ଟେସନରୁ ବାପାଙ୍କ ପାଖକୁ ଫୋନ୍ ଆସିବା ପରେ ସେ ଥାନାକୁ ଗଲେ। ଝିଅର ଯେଉଁ ନିଷ୍ପତ୍ତି ଥିଲା ତାହା ବାପାଙ୍କୁ କି ତାଙ୍କ ସାମଜକୁ ପସନ୍ଦ ନଥିଲା। ତେଣୁ ଥାନାରେ ଝିଅ ଉପରେ ଧଳା ଚାଦର ସହିତ ଫୁଲମାଳ ପକାଇ ଝିଅ ତାଙ୍କ ପାଇଁ ସବୁଦିନ ପାଇଁ ମରିଯାଇଛି ବୋଲି ବାପା ସମସ୍ତଙ୍କୁ ଫୋନ୍ କରି ଜଣାଇ ଦେଲେ। ବାପା ଜଣଙ୍କର କହିବା ଅନୁଯାୟୀ, ଏହି ଘଟଣା ମୋତେ କଷ୍ଟ ଦେଇଛି। ଯେତେ କଷ୍ଟ ହେଲେ ବି ମୁଁ କିନ୍ତୁ ଝିଅର ଏହି ନିଷ୍ପତ୍ତିକୁ ଗ୍ରହଣ କରି ପାରିବି ନାହିଁ। ସେ ତାର ପ୍ରେମିକ ସହିତ ଯିବା ପୂର୍ବରୁ ଥରଟେ ହେଲା ଭାବିଲା ନାହିଁ କି ଆମ ଉପରେ କ’ଣ ବିତିବ? ଦେଢ଼ବର୍ଷ ହେଲା କିଛି ଖବର ନାହିଁ? ଆମେ ପ୍ରତିଦିନ ତାକୁ ମନେପକାଇ ଠିକ ସେ ଖିଆପିଆ ବି କରି ପାରୁନଥିଲୁ। ଆମେ ମଲୁ କି ଗଲୁ ତାର କିଛି ଫରକ ନାହିଁ? ତେଣୁ ସେଭଳି ଝିଅ ମୋର ଆବଶ୍ୟକ ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ବାପା। ଝିଅର ଏତାଦୃଶ ଆଚରଣରେ ବୃଦ୍ଧ ବାପ ଜଣଙ୍କ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବାରୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.