Home Top News ବିଜେପି ରାଜ୍ୟ ସଭାପତିଙ୍କ ନିକଟରେ ଲଭ୍ ଜିହାଦ୍ ଅଭିଯୋଗ ..

ବିଜେପି ରାଜ୍ୟ ସଭାପତିଙ୍କ ନିକଟରେ ଲଭ୍ ଜିହାଦ୍ ଅଭିଯୋଗ ..

106

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ଲଭ୍ ଜିହାଦ୍ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଏବଂ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଠାରେ ଆୟୋଜିତ ଏକ ସମାବେଶକୁ ଯାଉଥିବା ସମୟରେ ରାମେଶ୍ୱର ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଜିଲ୍ଲାରେ ଘଟୁଥିବା ଲଭ୍ ଜିହାଦ୍ ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅବଗତ କରାଇଥିଲେ ସ୍ଥାନୀୟ ଯୁବମୋର୍ଚ୍ଚା ଏବଂ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲାରେ ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଲଭ୍ ଜିହାଦ୍ ଘଟଣାକୁ ନେଇ ଇପ୍ସିତା ନାମକ ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ ଏବଂ ଏହାର କିଛି ଦିନ ପରେ ତାଙ୍କ ବାପା କୂଳମଣି ଆତ୍ମହତ୍ୟା କଲେ। ଇପ୍ସିତାଙ୍କ ମୃତ୍ୟୁର କିଛି ଦିନ ପରେ ହିନ୍ଦୁ ମହାସଭା ତଥା ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ ତାଙ୍କ ପରିବାରକୁ ଯାଇ ଭେଟିବା ସହିତ ନିରାକାରପୁର ରାମଦୟା ପରିଷଦ ପରିସରରେ ଆୟୋଜିତ ଏକ ଧର୍ମସଭାରେ ଯୋଗଦେଇ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ୍ ଦେଇଥିଲେ। ଏହାପରେ ନିରାକାରପୁର ଅଞ୍ଚଳରେ କିଛି ଦିନଯାଏଁ ଉତ୍ତେଜନମୂଳକ ସ୍ଥିତି ଲାଗି ରହିଥିଲା।ଏହାର କିଛି ଦିନ ପରେ ଇପ୍ସିତାଙ୍କ ପରେ ପୁଣି ତାଙ୍କ ବାପା କୂଳମଣି ଆତ୍ମହତ୍ୟା କରିବା ପରେ ହରପ୍ରିୟାଙ୍କ ସହିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା କେଶରୀୟା ହିନ୍ଦୁ ପରିଷଦ ମହିଳା ବାହିନୀ ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ ଯାଇ ତାଙ୍କ ପରିବାରକୁ ଭେଟିବା ସହ କୂଳମଣିଙ୍କ ପତ୍ନୀଙ୍କୁ ନେଇ ନିରାକାରପୁର ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଅଞ୍ଚଳରେ ବୃଦ୍ଧି ପାଉଥିବା ଲଭ୍ ଜିହାଦ୍ ଘଟଣାକୁ ନେଇ ଉଭୟ ନେତ୍ରୀ ଉଦବେଗ ପ୍ରକାଶ କରିବା ସହ ଇପ୍ସିତାଙ୍କ ପରିବାରକୁ ସୁରକ୍ଷା ତଥା କ୍ଷତି ପୂରଣ ନେଇ ଦାବୀ କରିଥିଲେ। ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ସେହି ପ୍ରସଙ୍ଗ ଉଠାଇଛନ୍ତି ସ୍ଥାନୀୟ ଯୁବମୋର୍ଚ୍ଚା ଏବଂ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ଏଥିରେ ନବକୃଷ୍ଣ ମହାପାତ୍ର, ଚିତ୍ତ ରଞ୍ଜନ ତ୍ରିପାଠୀ,  ଯୁବା ସଙ୍ଗଠକ ମନ୍ମଥ ରଞ୍ଜନ ବେହେରା, ପ୍ରସାଦ କୁମାର ଦାସ, ସଞ୍ଜୟ କୁମାର ରାଉତରାୟ ଏବଂ ବ୍ରହ୍ମାନନ୍ଦ ଦାସ ପ୍ରମୁଖଙ୍କ ସାମିଲ୍ ଥିଲେ।
-/DevD®

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.