ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗକୁ ନେଇ ବିଜେପି ପକ୍ଷରୁ ଶୋକସଭା

ହରିଚନ୍ଦନପୁର, ତା୧୭ ଅଗଷ୍ଟ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଗତ ଗୁରୁବାର ଦିନ ବିୟୋଗକୁ ନେଇ ଶୁକ୍ରବାର ଦିନ ହରିଚନ୍ଦନପୁର ବ୍ଲକ ବିଜେପି ତରଫରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିଜେପିର ଶତାଧିକ କର୍ମୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାପଣ କରି ବଜାର ପରିକ୍ରମା କରିଥିଲେ। ପରେ ହନୁମାନ ମନ୍ଦିର ପ୍ରାଗଣରେ ଫଟୋ ଚିତ୍ରରେ ମାଲ୍ୟାପଣ କରି ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ। ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହୋଇ ୨ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ବିଜେପି ବ୍ଲକ…

"ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗକୁ ନେଇ ବିଜେପି ପକ୍ଷରୁ ଶୋକସଭା"

ତୁରୁମୁଙ୍ଗା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

ତୁରୁମୁଙ୍ଗା, ତା ୧୬ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ, ଅଫିସ, କଲେଜ, ଓ ଶିଳ୍ପ ତାଲିମ କେନ୍ଦ୍ରରେ ୭୨ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର କମିଟି ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସେଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋପୀନାଥ ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି ତୁରୁମୁଙ୍ଗା ଦଧିବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈବଲ୍ୟ ସାହୁ, ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟଧନ ସାହୁ, ତୁରୁମୁଙ୍ଗା ପଞ୍ଚାୟତରେ…

"ତୁରୁମୁଙ୍ଗା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା"

୧୨ଚକିଆ ଟ୍ରକ ଭିତରୁ ଡ୍ରାଇଭର ମୃତ ଦେହ ଉଦ୍ଧାର ,ସନ୍ଦେହ ଜନକ ମୃତ୍ୟୁ

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଏକ ୧୨ ଚକ ବିଶିଷ୍ଟ (ଡଳୁ ବି ୨୯ ୧୧୪୧)ଏକ ଟ୍ରକ ଭିତରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଏହି ଗାଡ଼ି ଗତ ଶନିବାର ସନ୍ଧ୍ୟା ସମୟରେ ଉକ୍ତ ସ୍ଥାନରେ ଠିଆ ହୋଇଥିବାର ଜଣାପଡିଛି । ଗାଡିର ହେଲପର ଏହି ଘଟଣା ବାବଦରେ ଜାଣିବା ପରେ ମାଲିକଙ୍କୁ ଜଣାଇଥିଲେ । ଖବର ପାଇ ଗାଡି ମାଲିକ ଜଣଙ୍କ ଆସି ତୁରୁମୁଙ୍ଗା ଥାନାରେ ଏକ ଲିଖିତ…

"୧୨ଚକିଆ ଟ୍ରକ ଭିତରୁ ଡ୍ରାଇଭର ମୃତ ଦେହ ଉଦ୍ଧାର ,ସନ୍ଦେହ ଜନକ ମୃତ୍ୟୁ"

ଭାଲୁ ଆର୍କମଣରେ ଯୁବକ ଗୁରୁତର,ସାଙ୍ଗମାନଙ୍କ ସାହାସିକତା ପାଇଁ ଜୀବନ ବଞ୍ଚିଲା

ହରିଚନ୍ଦନପୁର,ତା୧୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ବନବିଭାଗ ଅଧୀନସ୍ଥ ସୁନାପେଣ୍ଠ ଗ୍ରାମ ପଞ୍ଚାୟତର ତୁରୁଙ୍ଗି ଜଙ୍ଗଲରେ ଭାଲୁ ଆର୍କମଣରେ ଯୁବକ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ସୂଚନା ଅନୁଯାୟୀ ରବିବାର ଦିନ ତୁରୁଙ୍ଗି ଗ୍ରାମର ଜଟିଆ ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ(୨୧) ମଇଁଷି ଚରାଇବା ପାଇଁ ନିକଟସ୍ଥ କୁରାଢିଖୁଣ୍ଟି ଜଙ୍ଗଲକୁ ଯାଇଥିଲେ । ସଙ୍ଗରେ ଉକ୍ତ ଗ୍ରାମର ବସନ୍ତ ପ୍ରଧାନ ଓ ଟାଙ୍ଗରା ଜୁଆଙ୍ଗ ଯାଇଥିଲେ । ଦିନ ୨ଟା ସମୟରେ ମଇଁଷି ଚରାଉଥିବା ବେଳେ ଅଚାନକ ଏକ ଭାଲୁ ସଞ୍ଜୟକୁ ଆର୍କମଣ କରିଥିଲା । ସାଙ୍ଗରେ ଥିବା ସାଙ୍ଗମାନେ ହାତରେ ଧରିଥିବା ବାଡିରେ ଭାଲୁକୁ ପିଟିବାରୁ ଭାଲୁଟି…

"ଭାଲୁ ଆର୍କମଣରେ ଯୁବକ ଗୁରୁତର,ସାଙ୍ଗମାନଙ୍କ ସାହାସିକତା ପାଇଁ ଜୀବନ ବଞ୍ଚିଲା"

୧୨ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ନିକଟରେ ଥିବା ପୋଲ ଉପରେ ଭାରସମ୍ୟ ହରାଇ ୧୨ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର ହେଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ୧୨ଚକିଆ ଟ୍ରକ (ଓଡି ୧୬ ବି ୮୯୭୭) ସୁନ୍ଦରଗଡ଼ ଠାରୁ ସିମେଣ୍ଟ ବୋଝେଇ କରି ଚମ୍ପୁଆ ଅଭିମୁଖେ ଯାଉଥିଲା । ତୁରୁମୁଙ୍ଗା ଠାରୁ ଚମ୍ପୁଆ ଯିବା ବାଟରେ ଆଖି ଲାଗିଯିବାକୁ ନେଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଗାଡିର ଡ୍ରାଇଭର ବାବୁଲାଲ ଟପ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ଗୁରୁତର…

"୧୨ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର"

ଠେଙ୍ଗାରେ ପିଟିପିଟି ଯୁବକକୁ ହତ୍ୟା ଅଭିଯୋଗରେ ଜଣେ ଗିରଫ

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ଜଣେ ଯୁବକକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଅଙ୍ଗିକଳା ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକ(୩୫)ଙ୍କୁ କୌଣସି କାରଣକୁ ନେଇ ତାଙ୍କୁ ଜଣେ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବାର ସୂଚନା ମିଳିଛି । ଖବର ନେବାରୁ ଜଣାପଡିଛି କି ବାରିଆ ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମର ନକୁଳ ନାଏକ ଓ ଶ୍ୟାମ ନାଏକ ଗତ ଶନିବାର ଦିନ ନକୁଳଙ୍କ ମାଙ୍କ ମୃତ୍ୟୁର ବାର୍ତ୍ତା ଦେବାକୁ ଅଙ୍ଗିକଳା ଗ୍ରାମର ସହଦେବ ନାଏକଙ୍କ ଘରକୁ ଆସିଥିଲେ । ବିଳମ୍ବ ହୋଇଯିବାରୁ ଘରକୁ ନଫେରି ସହଦେବଙ୍କ…

"ଠେଙ୍ଗାରେ ପିଟିପିଟି ଯୁବକକୁ ହତ୍ୟା ଅଭିଯୋଗରେ ଜଣେ ଗିରଫ"

ବର୍ଦ୍ଧନା ଜଙ୍ଗଲରେ ୨୨ହାତୀପଲ, ଭୟଭୀତ ଅବସ୍ଥାରେ ଜନସାଧାରଣ

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧିନସ୍ଥ ବର୍ଦ୍ଧନା ଜଙ୍ଗଲରେ ୨୨ ହାତୀପଲ ଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ଦିନ ସକାଳ ସମୟରେ ଏହି ହାତୀପଲ ଚମ୍ପୁଆ ପଟରୁ ଆସି ବର୍ଦ୍ଧନା ଜଙ୍ଗଲରେ ଡେରା ପକେଇଛନ୍ତି । ଉକ୍ତ ହାତୀପଲଙ୍କ ଗର୍ଜନ ଶୁଣି ଭୟଭୀତ ଅବସ୍ଥାରେ ଏଅଞ୍ଚଳର ଜନସାଧାରଣ । ତୁରନ୍ତ ବନବିଭାଗ ତରଫରୁ ଏହି ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟ ପଟେ ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗର କର୍ମଚାରୀ ନିୟୋଜିତ ହୋଇଥିବାର ଚମ୍ପୁଆ ରେଞ୍ଜର ଘନଶ୍ୟାମ ବାରିକ ସୂଚନା ଦେଇଛନ୍ତି ।

"ବର୍ଦ୍ଧନା ଜଙ୍ଗଲରେ ୨୨ହାତୀପଲ, ଭୟଭୀତ ଅବସ୍ଥାରେ ଜନସାଧାରଣ"

ନିଜ ଗ୍ରାମର ରାସ୍ତାକୁ ଗ୍ରାମବାସୀ ସଫା ସହ ମରାମତି କଲେ, ପ୍ରଶାସନର ନଜର ପଡୁନାହିଁ

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୋଣ୍ଡା ଗ୍ରାମ ପଞ୍ଚାୟତର ବାଉଁଶପାଳ ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ନିଜ ଗ୍ରାମ ରାସ୍ତାକୁ ମିଳିତ ଭାବରେ ସଫା କରିବା ସହ ମରାମତି କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ୱାର୍ଡମେମ୍ବର ବାବୁଲି ବେହେରା, ସୁଶାନ୍ତ ବେହେରା, ମଧୁସୂଦନ ବେହେରା, ଦାଶରଥୀ ବେହେରା, ମୁନିନ୍ଦ୍ର ବେହେରା, ବୈଲୋଚନ ବେହେରା ପ୍ରମୁଖଙ୍କ ନେତୃତରେ ଗ୍ରାମରାସ୍ତାଟିକୁ ସଫା କରିବା ସହିତ ଖାଲ ଗୁଡିକୁ ମରାମତି କରିଥିଲେ । ଏଠାରେ ପ୍ରଶ୍ନ ଊଠୁଛି ସରକାର ଗାଁ ଗହଳି ମାନଙ୍କରେ ଥିବା ରାସ୍ତା ଗୁଡିକୁ ମରାମତି କରିବା ସହ ନୂତନ ଭାବରେ କାର୍ଯ୍ୟକାରୀ କରିବା…

"ନିଜ ଗ୍ରାମର ରାସ୍ତାକୁ ଗ୍ରାମବାସୀ ସଫା ସହ ମରାମତି କଲେ, ପ୍ରଶାସନର ନଜର ପଡୁନାହିଁ"

ହୁଣ୍ଡା ଗ୍ରାମପଞ୍ଚାୟତରେ ବୁଲିଲା ଶିଶୁ ଶିକ୍ଷା ସଚେତନତା ରଥ

ହରିଚନ୍ଦନପୁର,ତା୧୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ଡା ଗ୍ରାମ ପଞ୍ଚାୟତରେ ଶୁକ୍ରବାର ଦିନ ଆସ୍ପାୟାର ପକ୍ଷରୁ ଶିକ୍ଷା ସଚେତନତା ରଥ ଗ୍ରାମ୍ୟ ଭ୍ରମଣ କରାଯାଇଛି । ସୂଚନା ଅନୁଯାୟୀ ହୁଣ୍ଡା ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା ମଞ୍ଚ ତରଫରୁ ଏକ ଶିକ୍ଷା ସଚେତନତା ରଥକୁ ପଞ୍ଚାୟତର ସମସ୍ତ ଗ୍ରାମଗୁଡିକୁ ପରିକ୍ରମା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତେଲକୋଇ ବିଧାୟକ ବେଦବ୍ୟାସ ନାଏକ, ସମ୍ମାନିତ ଅତିଥି ଭାବେ ସରପଂଚ ମୈଥିଲି ଅମାତ, ଗିତାଞ୍ଜଳୀ ପାତ୍ର, ବକ୍ସିବାରିଗାଁ ସଭ୍ୟ ରାଧେଶ୍ୟାମ ଦେହୁରୀ, ହୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନାରାୟଣ ସେନ ବାରିକ, ଉପ୍ରା ପ୍ରାଥମିକ…

"ହୁଣ୍ଡା ଗ୍ରାମପଞ୍ଚାୟତରେ ବୁଲିଲା ଶିଶୁ ଶିକ୍ଷା ସଚେତନତା ରଥ"

ଅର୍ଥ ସାଜିଛି ବାଧକ, ମରଣ ମୂଖରେ ୮ମାସର ଶିଶୁ ପୁତ୍ର, ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ପରିବାର

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତିପଙ୍ଗା ଗ୍ରାମର ଗଜେନ୍ଦ୍ର ବାରିକଙ୍କ ୮ମାସର ପୁଅ ମରଣ ସହ ଲଢେଇ କରୁଛି, ଅର୍ଥ ସାଜିଛି ବାଧକ ସାରକାରଙ୍କ ସାହାର୍ଯ୍ୟ ଅପେକ୍ଷାରେ ପରିବାର । ସୂଚନା ଅନୁଯାୟୀ ଗଜେନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ, ୮ମାସର ପୁଅ ଓ ବୁଢା ବାପ ମାଆ । ଗଜେନ୍ଦ୍ର ଓ ତାଙ୍କ ବାପା ଦିନ ମଜୁରିଆ ଭାବେ ପ୍ରତ୍ୟେକ ଦିନ କାମ କରି ଯାହା ପାଆନ୍ତି ସେଥିରେ ନିଜ ପରିବାର ଚଳାଇଥାନ୍ତି । ଆଜକୁ ୨ ବର୍ଷ ପୂର୍ବରୁ ଗଜେନ୍ଦ୍ର ଭୁବନେଶ୍ୱରୀଙ୍କ ସହ ବିବାହ କରିଥିଲେ, ବିବାହ ପରେ ବେସ ହସଖୁସିର ସଂସାର…

"ଅର୍ଥ ସାଜିଛି ବାଧକ, ମରଣ ମୂଖରେ ୮ମାସର ଶିଶୁ ପୁତ୍ର, ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ପରିବାର"