Home କେନ୍ଦୁଝର ହରିଚନ୍ଦନପୁର ଡ୍ରାଇଭର ମହାସଂଘ ପକ୍ଷରୁ ବିଜୟ ଦିବସ ପାଳିତ

ହରିଚନ୍ଦନପୁର ଡ୍ରାଇଭର ମହାସଂଘ ପକ୍ଷରୁ ବିଜୟ ଦିବସ ପାଳିତ

84

ହରିଚନ୍ଦନପୁର,ତା ୬ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଡ୍ରାଇଭର ମହାସଂଘ ପକ୍ଷରୁ ଆଲୋକ ମହାନ୍ତଙ୍କ ନେତୃତ୍ବରେ ଆଜି ଗାନ୍ଧୀଛକରେ ଥିବା ଗାନ୍ଧୀଜୀଙ୍କ ପ୍ରତି ମୃର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଜୟ ଦିବସ ପାଳନ କରାଯାଇଛି । ଏହି ବିଜୟ ଦିବସକୁ ପାଳନ ନିମନ୍ତେ ଶ୍ରୀକାନ୍ତ ମହାକୁଡ଼, ଯୁଧିଷ୍ଠିର ମହାନ୍ତ, ମାଣିକ ପୂର୍ତ୍ତି, ରାଧାନାଥ ମହାନ୍ତ ଓ ବସନ୍ତ ମହାନ୍ତ ପରିଚାଳନା କରିଥିଲେ । ବ୍ଲକର ୨୫ଟି ପଞ୍ଚାୟତର ସମସ୍ତ ଡ୍ରାଇଭର ଭାଇମାନେ ଏଠାରେ ଉପସ୍ଥିତ ରହି ବିଜୟ ଦିବସକୁ ଆନନ୍ଦର ସହ ପାଳନ କରିଥିଲେ । ଏଥିସହ ହାଇସ୍କୁଲ ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସୂଚନା ଯେ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରହିଥିଲା, ୧. ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ପ୍ରତି ୧୦୦ କିଲେମିଟରରେ ଡ୍ରାଇଭର ଭାଇଙ୍କ ପାଇଁ ବିଶ୍ରାମଗାର ତଥା ଶୌଚାଳୟର ବ୍ୟବସ୍ଥା, ୨. ଡ୍ରାଇଭର ଭାଇଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବାର୍ଷିକ ୪୦ ହଜାର ଟଙ୍କା ଓ ବିବାହ ନିମନ୍ତେ ୫୦ ହଜାର ଟଙ୍କା ସାହାଯ୍ୟ, ୩. ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ ଲକ୍ଷ, ଆହାତ ହୋଇ ଘରେ ବସି ରହିଲେ ୨ ଲକ୍ଷ ଓ ସାଧାରଣ ମୃତ୍ୟୁ ପାଇଁ ୧ ଲକ୍ଷ ଟଙ୍କା ସାହାଯ୍ୟ, ୪. ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇ ଥାନାରେ ଅଭିଯୋଗ କଲେ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି, ୫. ଡ୍ରାଇଭର ମାନଙ୍କ ପାଇଁ ଡ୍ରାଇଭରିଙ୍ଗ୍ ଲାଇସେନ୍ସ ପାଇଁ ୧୫ ହଜାର ଟଙ୍କାକୁ କମ୍ କରିବା ସହ ବିଜୁ ସ୍ବାସ୍ଥ୍ୟ କାର୍ଡ ଓ ରେସନ୍ କାର୍ଡରେ ତୁରନ୍ତ ପଞ୍ଜିକରଣ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଦୀର୍ଘଦିନର ଦାବି ପୂରଣ ହୋଇଥିବା ନେଇ ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଏହି ଖୁସିକୁ ଆନନ୍ଦ ସହକାରେ ପାଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.