Home ଓଡ଼ିଶା କେନ୍ଦୁଝରର ୪ଟି ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ

କେନ୍ଦୁଝରର ୪ଟି ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ

79

କେନ୍ଦୁଝର,ତା ୧୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାପିଟି ଗ୍ରାମରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କୋମଳରେ ଆଭାସୀ ଯୋଗେ ସୋମବାର ଦିନ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । କେନ୍ଦ୍ର ସରକାର କେନ୍ଦୁଝର ଜିଲ୍ଲାର ତେଲକୋଇ, ବାଉଁଶପାଳ, ପାଟଣା, ହରିଚନ୍ଦନପୁର ଆଦି ବ୍ଲକରେ ୪ଟି ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଏହିପରି ସ୍କୁଲ ଖୋଲିବାକୁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଜୟକୃଷ୍ଣ ମହାନ୍ତ, ଚତୁର୍ଭୁଜ ସାହୁ, ଅଶୋକ ଚନ୍ଦ୍ର ବେହେରା, ଅଭିମନ୍ୟୁ ସାହୁ, ଯତୀନ୍ଦ୍ର ପଲେଇ, ଗୋଲକ ବିହାରୀ ସାହୁ, ସିରିଶ ସାହୁ (ଟୁଟୁ), ଛତିଶ ସାହୁ, ବାଘା ପରିଡ଼ା, ଶ୍ରୀ ନିବାସ ରଣା ପ୍ରମୁଖ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ବହୁ ଅଞ୍ଚଳବାସୀ ଯୋଗ ଦେଇଥିଲେ । ସେହିଭଳି ତେଲକୋଇ, ବାଉଁଶପାଳ, ପାଟଣା ବ୍ଲକରେ ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.