Home ଓଡ଼ିଶା ଶ୍ରୀମେଟାଲିକ୍ ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ପ୍ରଭାବିତଙ୍କ ବିରୋଧ

ଶ୍ରୀମେଟାଲିକ୍ ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ପ୍ରଭାବିତଙ୍କ ବିରୋଧ

45

ବଡ଼ବିଲ, ତା ୪ ଡିସେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ତହସିଲ ଅନ୍ତର୍ଗତ ଖଣ୍ଡବନ୍ଦ ଗ୍ରାମ ନିକଟରେ ଥିବା ମେସର୍ସ ଶ୍ରୀମେଟାଲିକ୍ ଲିମିଟେଡ଼ ପକ୍ଷରୁ ହେବାକୁ ଥିବା ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ପ୍ରଭାବିତଙ୍କ ବିରୋଧ । ସୂଚନା ମୁତାବକ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ୩୫.୭୭୪ ହେକ୍ଟର ପରିମିତ ଅଞ୍ଚଳରେ ବିସ୍ତୃତ ଖଣ୍ଡବନ୍ଦ ଲୌହ ଖଣିର ଲୌହ ପଥର ଉତ୍ପାଦନ କ୍ଷମତା ବାର୍ଷିକ ୦.୭୦୨ ଲକ୍ଷ ଟନରୁ ୧.୫୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ କମ୍ପାନୀ ଯୋଜନା ପ୍ରସ୍ତୁତ କରିଛି । ଏଥିସହ କ୍ରସିଂ ଓ ସ୍କ୍ରିନିଂ କାରଖାନା ପ୍ରତିଷ୍ଠା ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୃପକ୍ଷ ଷ୍ଟେଟ୍ ଏନଭିରମେଣ୍ଟ ଇମ୍ପେକ୍ଟ ଆସେସମେଣ୍ଟ ଓଥରିଟି ଓଡିଶା ଦ୍ଵାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ କରିଛନ୍ତି । ଆଗାମୀ ୦୬,୧୨,୨୦୨୧ ରିଖ ଦିନ ଶ୍ରୀମେଟାଲିକ୍ ଲୌହ ଖଣିର ହେବାକୁଥିବା ଜନଶୁଣାଣୀକୁ ପ୍ରଭାବିତ ଅଞ୍ଚଳର ଆଦିବାସୀ ବାସିନ୍ଦା ଲୋକେ ବିରୋଧ କରୁଛନ୍ତି । ଯାହା ଦ୍ଵାରା ଜଙ୍ଗଲ ଓ ପରିବେଶ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହେବ । ଖଣି ସମ୍ପ୍ରସାରଣ ଦ୍ଵାରା ସୁନାନଦୀ ଓ ବୈତରଣୀ ନଦୀ ପ୍ରଭାବିତ ହେବ । ଶ୍ରୀମେଟାଲିକ୍ ଖଣିରେ ବାରମ୍ବାର ବ୍ଲାଷ୍ଟିଙ୍ଗ୍ ହେଉଥିବା କାରଣରୁ ଅଞ୍ଚଳର ଅନେକ ଘରର କାନ୍ଥ ଫାଟିବା ସହ ଭାଙ୍ଗି ଯାଇଥିବା ଅଭିଯୋଗ ରହିଛି । ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀ, ସରୀସୃପ, ପକ୍ଷୀ, ଜୀବଜନ୍ତୁ ଓ ଔଷଧିୟ ବୃକ୍ଷ ଆଦି ରହିଛି । ଖଣି ସମ୍ପ୍ରସାରଣ ହେଲେ ଜୀବଜନ୍ତୁଙ୍କ ସହିତ ଔଷଧିୟ ବୃକ୍ଷ ସବୁ କ୍ଷତିଗ୍ରସ୍ତ ହେବ । ମୁଖ୍ୟତଃ ବର୍ତ୍ତମାନ ଖଣି ପ୍ରଭାବରେ ଜୀବଜନ୍ତୁ ଅସ୍ତବ୍ୟସ୍ତ ହୋଇ ଅଧରାତିରେ ଗାଁ ମୁହାଁ ହୋଇ ଅନେକଙ୍କ ବାସଗୃହକୁ ଭାଙ୍ଗି ଚାଲିଛନ୍ତି । ବାସିନ୍ଦା ଲୋକଙ୍କ କହିବା ଅନୁଯାୟୀ ଶ୍ରୀମେଟାଲିକ୍ ଖଣି କମ୍ପାନୀ ପ୍ରଭାବିତ ଗ୍ରାମର ଲୋକଙ୍କୁ ନିଯୁକ୍ତି କି କୌଣସି କାମଧନ୍ଦା ଦେଉନାହିଁ । ବାହାର ରାଜ୍ୟର ଲୋକଙ୍କୁ ଏଠାରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ କାର୍ଯ୍ୟରେ ଲଗାଉଛି । କମ୍ପାନୀ ବାରମ୍ବାର ଏଠାକାର ନିରିହ ବାସିନ୍ଦାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ମୁହଁ ଖୋଲିବାକୁ ଦେଉନାହିଁ । କମ୍ପାନୀରେ ମାଳ ମାଳ ଟ୍ରକ ଚାଲୁଥିବା ହେତୁ ଧୂଳି ଧୂଆଁରେ ଏଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହେଇ ପଡୁଛନ୍ତି । ସାଧାରଣତଃ ଏଠାକାର ପ୍ରଭାବିତ ଲୋକ ପ୍ରତ୍ୟେକଦିନ ବାଧ୍ୟ ହୋଇ ଧୂଳି ମିଶ୍ରିତ ଖାଦ୍ୟ ଖାଇ ଅନେକ ରୋଗରେ ଶିକାର ହେଉଥିବା ପୂର୍ବରୁ ନଜିର ରହିଛି । ଏହି ଭଳି ନିତିଦିନିଆ ବିଭିନ୍ନ ସମସ୍ୟାକୁ ନେଇ ପ୍ରଭାବିତ ସ୍ଥାନୀୟ ବାସିନ୍ଦା ଶ୍ରୀମେଟାଲିକ୍ ଖଣିର ହେବାକୁଥିବା ଜନଶୁଣାଣିକୁ ସର୍ବ ପ୍ରଥମରୁ ବିରୋଧ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.