Home କେନ୍ଦୁଝର ବଡ଼ବିଲ ପ୍ରେସ କ୍ଲବର ନିର୍ବାଚନ

ବଡ଼ବିଲ ପ୍ରେସ କ୍ଲବର ନିର୍ବାଚନ

42

ବଡ଼ବିଲ, ତା ୧୪ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦିକ୍ଷୀତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପ୍ରେସ କ୍ଲବର କାର୍ଯ୍ୟଭାର ତୁଲାଇବା ପାଇଁ କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ହୋଇଯାଇଛି । ବଡ଼ବିଲ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରି ନିର୍ବାଚନ କରାଇଥିଲେ । ବଡ଼ବିଲ ପ୍ରେସ କ୍ଲବର କାର୍ଯ୍ୟଭାର ତୁଲାଇବା ପାଇଁ ଚୟନ ହୋଇଥିବା ପ୍ରତିନିଧିଙ୍କୁ କ୍ଲବର ସମସ୍ତ ସଦସ୍ୟମାନେ ନିଜ ନିଜର ମତଦାନ ଦେଇଥିଲେ । ଏହି ମତଦାନରେ ଦେବକାନ୍ତ ଦାସ ସଭାପତି, ମଧୁସୂଦନ ସାହୁ ଉପ ସଭାପତି, ଚିତ୍ତରଞ୍ଜନ କର ସମ୍ପାଦକ, ଅଶୋକ ମହାନ୍ତ ସହ ସମ୍ପାଦକ ଓ ବାଦଲ ମହାନ୍ତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ବଡ଼ବିଲ ପ୍ରେସ କ୍ଲବର ସମସ୍ତ ସଦସ୍ୟମାନେ ନିଜର ବହୁମୂଲ୍ୟ ସମୟ ଦେଇ ନିଜର ମତାଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପ୍ରେସ କ୍ଲବର ପଦାଧିକାରୀଙ୍କ ସମେତ ସଦସ୍ୟ ନିର୍ମଳ କୁମାର ପତି, ଦେବପ୍ରିୟା ରଣା, ସୁବୋଧ ଦାସ, ଶାନ୍ତନୁ ଦାଶ, ରଘୁନାଥ ସାହୁ, ସିତାରାମ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.