Home କେନ୍ଦୁଝର ବୋଇତ ବନ୍ଦାଣ ଅବସରରେ ବଡ଼ବିଲ ଠାରେ ପାରମ୍ପାରିକ ବୋଇତ କଳା ପ୍ରତିଯୋଗିତା

ବୋଇତ ବନ୍ଦାଣ ଅବସରରେ ବଡ଼ବିଲ ଠାରେ ପାରମ୍ପାରିକ ବୋଇତ କଳା ପ୍ରତିଯୋଗିତା

281

ବଡ଼ବିଲ, ତା ୧୯ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ପାରମ୍ପାରିକ ‘ବୋଇତ ବନ୍ଦାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ବଡ଼ି ଭୋର୍ ସମୟରେ କାରୋ ନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଡଙ୍ଗା ଭସାଇବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇଥିଲେ । ଏହି ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘କଳା କଳ୍ପନା’ ପକ୍ଷରୁ ପାମ୍ପାରିକ ବୋଇତ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିଭାବାନ, ବୋଇତ ନିର୍ମାଣ କରି ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରିବେଶକୁ ଦୃଷ୍ଟିରେ ରଖି ବୋଇତ ନିର୍ମାଣରେ ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମକୋଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଦର୍ଶିତ ଆକର୍ଷଣୀୟ ବୋଇତ ଗୁଡ଼ିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସମୂହ ବୋଇତ ବନ୍ଦାଣରେ ସଭିଏଁ ସାମିଲ ହୋଇଥିଲେ । ମହିଳାମାନେ ପାରମ୍ପାରିକ ଭାବେ ପାନ, ଗୁଆ, କଉଡ଼ି ସହ ଧୂପ ଦୀପ ଦେଇ ବନ୍ଦାପନା କରିବା ପରେ ଉତ୍ସାହର ସହ ବୋଇତ ଓ ଡଙ୍ଗା ଭସାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.