Home କେନ୍ଦୁଝର କାମରେ ଲାଗୁନାହିଁ ରାଜସ୍ବରୁ ନିର୍ମିତ ଲକ୍ଷାଧିକ ଟଙ୍କାରେ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ

କାମରେ ଲାଗୁନାହିଁ ରାଜସ୍ବରୁ ନିର୍ମିତ ଲକ୍ଷାଧିକ ଟଙ୍କାରେ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ

33

ବଡ଼ବିଲ,ତା ୨୯ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଟଣ୍ଟୋ ଇନ୍ଦ୍ରା କଲୋନୀ ଓ ଆଜାଦ ବସ୍ତିର ଲୋକମାନେ ପିଇବା ପାଣି ପାଇଁ ହାହାକାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ମିନେରାଲ ଫଣ୍ଡ(ଡିଏମଏଫ୍)ରୁ ଏଠାରେ ୧୦ରୁ ୨୩ ଲକ୍ଷ ରାଜସ୍ବରେ ଗଭୀର ନଳକୂପ ଖନନ ସହ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ ହୋଇଛି । ହେଲେ ବାସ୍ତବରେ ରାଜସ୍ବରୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କାର ଏହି ପ୍ରକଳ୍ପ ଲୋକଙ୍କ କାମରେ ଲାଗୁନାହିଁ । ସବୁଠାରୁ ବଡ଼ କଥା ପଞ୍ଚାୟତ ତରଫରୁ ଏହି ଗାଁକୁ ହୋଇଥିବା ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଟଣ୍ଟୋ ଗ୍ରାମର ଆଜାଦ ବସ୍ତିରେ ଥିବା ୩ଟି ନଳକୂପ ଦୀର୍ଘଦିନ ହେବ ଅଚଳ ହୋଇପଡିଛି । ଏଠାକାର ସ୍ଥାନୀୟ ବିଆରପିଏଲ୍ କମ୍ପାନୀ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇ ଦେଉଥିବା ଯୋଗୁଁ ବସ୍ତି ବାସିନ୍ଦାଙ୍କ ଘରେ ଚୁଲି ଜଳୁଛି । ଜଳ ଯୋଗାଣ ଭଳି ମୌଳିକ ଅଧିକାରରୁ ବଞ୍ଚିତ ହୋଇରହିଛନ୍ତି ଟଣ୍ଟୋ ଆଜାଦ ବସ୍ତିର ଶହଶହ ବାସିନ୍ଦା । ଦୁଃଖର ବିଷୟ ଏମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ପିଇବା ପାଣିର ବ୍ୟବସ୍ଥା ପଞ୍ଚାୟତ ଦ୍ଵାରା ହୋଇପାରିନାହିଁ । ସରକାରଙ୍କ ରାଜସ୍ବରେ ପଞ୍ଚାୟତ ତରଫରୁ ପ୍ରତ୍ୟେକ ସାହିରେ ପାଣି ପାଇଁ ଷ୍ଟାଣ୍ଡ ପୋଷ୍ଟ ରହୁଛି ସତ, ହେଲେ ସେଗୁଡ଼ିକରେ ସଠିକ୍ ଭାବେ ପାଣି ଯୋଗାଣ ହୋଇପାରୁନାହିଁ । ଯାହାକୁ ନେଇ ଏଠାକାର ଲୋକଙ୍କ ଆବଶ୍ୟକ ଅନୁସାରେ ପାଣି ପାଇବାରୁ ବଞ୍ଚିତ ରହୁଥିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ‌ ଯଥାଶୀଘ୍ର ଏଠାକାର ଲୋକଙ୍କୁ ଆବଶ୍ୟକୀୟ ଜଳ ଯୋଗାଣର ବ୍ୟବସ୍ଥା କରାଇବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.