Home କେନ୍ଦୁଝର ବଡ଼ବିଲ ପ୍ରେସ୍ କ୍ଲବରେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ

ବଡ଼ବିଲ ପ୍ରେସ୍ କ୍ଲବରେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ

60

ବଡ଼ବିଲ, ତା ୧୬ ନଭେମ୍ବର(ଓଡ଼ିଆ ପୁଅ/ସିତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲ ବଡ଼ବିଲ ପ୍ରେସ୍ କ୍ଲବରେ ମହା ସମାରୋହରେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ । ବଡ଼ବିଲ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି ଜାତୀୟ ପ୍ରେସ୍ ଦିବସରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳି ଦେଇ ଦୀପ ପ୍ରଜ୍ବଳନ କରିଥିଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ବଡ଼ବିଲ ପ୍ରେସ୍ କ୍ଲବର ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ଅତିଥି ପରିଚୟ ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ବ୍ରଜକିଶୋର ପଣ୍ଡା ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ଼ଃ ତୁଳସୀ ମୁଣ୍ଡା ଯୋଗ ଦେଇ ସମାଜ ଗଠନ ଦିଗରେ ଓ ସତ୍ୟ ଖବରକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ବ୍ରଜ କିଶୋର ପଣ୍ଡା ବକ୍ତବ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଭୀକ ହୋଇ ସମ୍ବାଦ ପରିବେଷଣ ପରି ବେଷଣ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଦିବାସୀ ବିକାଶ ସମିତିର ସଭାପତି ଦମୟନ୍ତୀ ଖଟୁଆ ସାମଲ ଯୋଗ ଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ବଡ଼ବିଲ ପ୍ରେସ୍ କ୍ଲବ ସଭାପତି ଦେବକାନ୍ତ ଦାସ ଅଭିଭାଷଣ ଦେଇଥିଲେ ଓ ସମ୍ପାଦକ ଚିତ୍ତରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ବଡ଼ବିଲ ପ୍ରେସ କ୍ଲବର ସହ ସମ୍ପାଦକ ଅଶୋକ ମହାନ୍ତ, କୋଷାଧ୍ୟକ୍ଷ ବାଦଲ ମହାନ୍ତ, ଓ ସଦସ୍ୟ ନିର୍ମଳ କୁମାର ପତି, ଦେବ ପ୍ରିୟା ରଣା, ସୁବୋଧ ଦାସ, ଶାନ୍ତନୁ ଦାଶ, ମଧୁସୂଦନ ସାହୁ, ରଘୁନାଥ ସାହୁ, ଅଶୋକ ମହାନ୍ତ, ସିତାରାମ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.