Home କେନ୍ଦୁଝର ସମ୍ପାଦକ ଗୁରୁଚରଣ କଲେ ଅସହାୟ ବୃଦ୍ଧାଙ୍କ ମୃତ ଦେହର ଅନ୍ତିମ ସଂସ୍କାର

ସମ୍ପାଦକ ଗୁରୁଚରଣ କଲେ ଅସହାୟ ବୃଦ୍ଧାଙ୍କ ମୃତ ଦେହର ଅନ୍ତିମ ସଂସ୍କାର

44

ହରିଚନ୍ଦନପୁର, ତା ୧୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅସହାୟ ବୃଦ୍ଧାଙ୍କ ମୃତ ଶରୀରର ଅନ୍ତିମ ସଂସ୍କାର କରି ମାନବିକତାର ପରିଚୟ ଦେଲେ ଡି.ଆର.ଏମ.ଡବ୍ଲୁର ୟୁନିଅନ ସମ୍ପାଦକ ଗୁରୁଚରଣ ମହାରଣା । ଗୁରୁଚରଣ ଗତ ରାତିରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ ଦେହକୁ ନିଜେ କାନ୍ଧ ଦେଇ ଅନ୍ତିମ ସଂସ୍କାର କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଦୈତାରୀ ଗ୍ରାମ ପଞ୍ଚାୟତ ଲେପା ସାହିରେ ଅସହାୟ ବୃଦ୍ଧା ପାର୍ବତୀ ମହାରଣା(୭୦) ବାସ କରୁଥିଲେ । ପରିବାର କହିଲେ ତାଙ୍କର କେହି ନଥିବାରୁ ଦୀର୍ଘଦିନ ହେବ ଏକୁଟିଆ ସେଠାରେ ରହି ଆସୁଥିଲେ । ତାଙ୍କୁ ପଞ୍ଚାୟତରୁ ଯେଉଁ ରାସନ୍ ସାମଗ୍ରୀ ମିଳୁଥିଲା ସେଥିରେ ଚଳୁଥିଲେ । କିନ୍ତୁ ଗତ ନଭେମ୍ବର ୧୪ ରବିବାର ରୋଷେଇ କରୁଥିବା ବେଳେ ହଠାତ୍ ଶାଢ଼ୀରେ ନିଆଁ ଲାଗି ଶରୀରର ଅଧିକାଂଶ ପୋଡ଼ି ଯାଇଥିଲା । ଖବର ପାଇ ସ୍ଥାନୀୟ ସରପଞ୍ଚ ଦଶମା ନାଏକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୈତାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଅଧିକ ଚିକିତ୍ସା ଆବଶ୍ୟକ ଥିବା ସୂଚନା ପାଇ ଗୁରୁଚରଣଙ୍କ ସହଯୋଗ କ୍ରମେ ତୁରନ୍ତ ଆମ୍ବଲାନ୍ସ୍ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗତକାଲି ରାତି ମୃତଦେହ ଗାଁରେ ପହଞ୍ଚିବା ପରେ ଗୁରୁଚରଣ ସମ୍ପୂର୍ଣ୍ଣ ଦାୟିତ୍ଵ ନେଇ ସାଥୀରେ ବିଚିତ୍ର ଲେଙ୍କା, ଜଗବନ୍ଧୁ ଗୋପ, ରେଞ୍ଜ ନାୟକ, ବିଜୟ କୁଣ୍ଢି, ଦିଲ୍ଲୀପ ପ୍ରଧାନ, ସଞ୍ଜୟ ସାହୁ, ଖଲବହାଦୂର୍ ସୋନାର, କହ୍ନେଇ ହେମ୍ବ୍ରମ, ନରେନ୍ ହାଁସଦା, ଶିବ, କୁଲୁ, ଆଦି ଉପସ୍ଥିତିରେ ମୃତ ବୃଦ୍ଧାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ଗୁରୁଚରଣଙ୍କ ଏପରି ମହାନ୍ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଂଶସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.