Home କେନ୍ଦୁଝର ଖଣି ମାଫିଆଙ୍କ ସହଯୋଗରେ ସଫଳ ହେଲା ଜନଶୁଣାଣି

ଖଣି ମାଫିଆଙ୍କ ସହଯୋଗରେ ସଫଳ ହେଲା ଜନଶୁଣାଣି

75

ବଡ଼ବିଲ,ତା ୬ ଡିସେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କୌଣସି ଅଞ୍ଚଳରେ ନୂତନ ଭାବେ ଖଣି କାର୍ଯ୍ୟ କରିବା, ଶିଳ୍ପ ପ୍ରତିଷ୍ଠା କରିବା ବା ସମ୍ପ୍ରସାରଣ ନିମନ୍ତେ ପ୍ରଥମେ ପ୍ରଭାବିତ ଅଞ୍ଚଳବାସୀଙ୍କ ପରିବେଶ ସମ୍ୱନ୍ଧୀୟ ମତାମତ ନେବାର ନିୟମ ରହିଛି l ତେବେ ଯୋଡ଼ା ଖଣି ମଣ୍ଡଳରେ ଗ୍ରାମସଭା ଓ ଜନଶୁଣାଣି ପ୍ରହସନରେ ପରିଣତ ହୋଇଥିବା ବେଳେ କେତେକ ପ୍ରଭାବଶାଳୀ ଖଣି ମାଫିଆ ଓ ଛାମୁଆ ନେତାଙ୍କ ସହଯୋଗରେ ଭୋଜି ଭାତ ଓ ଭିତିରି ବୁଝାମଣାରେ ଜନଶୁଣାଣି ସଫଳ ହେଉଥିବା ଅଭିଯୋଗ ହେଉଛି l
ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଖଣ୍ଡବନ୍ଦ ଗ୍ରାମ ଡାଳପାହର ବସ୍ତିରରେ ଦେଖିବାକୁ ମିଳିଛି । ଆଜି ଶ୍ରୀ ମେଟାଲିକ୍ ଖଣିର ସମ୍ପ୍ରସାରଣ, ସ୍କିନିଂ ପ୍ଲାଣ୍ଟ, କ୍ରସର ପ୍ଲାଣ୍ଟ ବସାଇବା ନିମନ୍ତେ ଜନଶୁଣାଣି ହୋଇଯାଇଛି l ଶ୍ରୀ ମେଟାଲିକ ଖଣିର ୩୫. ୭୭୪ ହେକ୍ଟର ପରିମିତ ଅଞ୍ଚଳରେ ଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୦. ୭୦୨ ଲକ୍ଷ ମେଟ୍ରିକ ଟନ୍ ରହିଥିବା ବେଳେ ୧.୫୦ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ବୃଦ୍ଧି ନିମନ୍ତେ କମ୍ପାନୀ ପକ୍ଷରୁ ଏହି ଜନଶୁଣାଣି ଆୟୋଜନ କରାଯାଇଥିଲା l ଦୀର୍ଘ ବର୍ଷ ହେଲା ଏଠାରେ ଶ୍ରୀ ମେଟାଲିକ ଖଣି ଚାଲି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାଶ ଉର୍ଣ୍ଣୟନ ମୂଳକ କାର୍ଯ୍ୟର ସାମାଜିକ ଦାୟିତ୍ୱ ବହନ କରିନାହିଁ l ତେଣୁ ଏହି ଜନଶୁଣାଣୀକୁ ତୀବ୍ର ବିରୋଧ କରିବେ ବୋଲି ପ୍ରଭାବିତ ଗ୍ରାମବାସୀ ଚେତାବନୀ ଦେଇ ଆସୁଥିଲେ l ହେଲେ ଏହି ଜନଶୁଣାଣିକୁ ସଫଳ କରିବା ନିମନ୍ତେ ଶ୍ରୀ ମେଟାଲିକ୍ କମ୍ପାନୀର ଅଧିକାରୀମାନେ ଗାଁ ଗାଁ ବୁଲି ଗ୍ରାମବାସୀଙ୍କୁ ମନାଇବାରେ ବିଫଳ ହୋଇଥିଲେ । ଶେଷରେ କୋଇଡ଼ା ଅଞ୍ଚଳର ଜଣେ ଖଣି ମାଫିଆଙ୍କ ସହଯୋଗ ଲୋଡ଼ିବା ପରେ ଏହି ଜନଶୁଣାଣି ସଫଳ ହେଉଥିବା ଜଣାପଡ଼ିଛି l ଫଳରେ ଗ୍ରାମସଭାକୁ ବିରୋଧ କରୁଥିବା ପ୍ରଭାବିତ ଗ୍ରାମବାସୀଙ୍କ ସଭାରେ କିଛି କହିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏଥିସହ ଉକ୍ତ ମାଫିଆ ଜଣଙ୍କ କେତେକ ଭଡାଟିଆ ଲୋକଙ୍କୁ ନେଇ ପ୍ରଲୋଭନ ଦେଖାଇ ୨୧ ଜଣ ବ୍ୟକ୍ତିଙ୍କ ମତାମତ ଓ ୩ ଜଣଙ୍କ ଲିଖିତ ମତାମତ ପ୍ରଦାନ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.