Home କେନ୍ଦୁଝର ଇନସ୍ପାୟାର୍ ୟୁଥ୍ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ଇନସ୍ପାୟାର୍ ୟୁଥ୍ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

31

ହରିଚନ୍ଦନପୁର, ତା ୧୨ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଇନସ୍ପାୟାର୍ ୟୁଥ୍ ସଂଗଠନ ପକ୍ଷରୁ ୨ୟ ବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ସଂଗଠନ ତରଫରୁ ଉଦ୍‌ଘାଟନ କରାଯାଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଶିବିରରେ ୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ଏହି ଶିବିରକୁ ଇନସ୍ପାୟାର୍ ୟୁଥ୍ ସଂଗଠନ ସଭାପତି ପ୍ରେମ୍ ପ୍ରକାଶ ମୁଣ୍ଡା, ମଙ୍ଗଳ ମୁଣ୍ଡା, ଅମର ପାତ୍ର, ନିର୍ମଳ ଦେହୁରୀ, ଅନିଲ କୁମାର ମହାରଣା, ଲକ୍ଷ୍ମୀଧର ମହାରଣା, ଦେବାଶିଷ ପାତ୍ର, ଉଦୟ ନାଥ ମାଝୀ, ବିରଞ୍ଚି ମହାନ୍ତ, ସିପୁନ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ । କେନ୍ଦୁଝର ରେଡ଼କ୍ରସ ପକ୍ଷରୁ ସମସ୍ତ ରକ୍ତ ସଂଗ୍ରହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.