Home କେନ୍ଦୁଝର ବଡ଼ବିଲର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଜେପିର ଦାବିପତ୍ର

ବଡ଼ବିଲର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଜେପିର ଦାବିପତ୍ର

68

ବଡ଼ବିଲ, ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବଡ଼ବିଲକୁ ଏକ ପ୍ରତିଗନ୍ଧମୟ ସହରରେ ପରିଣତ କରିଥିବା ବଡବିଲ ପୌରପାଳିକା ଏବେ ହରିକାଠରେ ପଡିଛି । କାରଣ ଗୋଟିଏ ପଟେ ଏଠାରେ ୨ବର୍ଷ ହେଲା ଜନପ୍ରତିନିଧି ନଥିବା ବେଳେ ଏହାର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସହରର ପରିମଳ ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ବିଜେପି ସାମନାକୁ ଆସିଛି । ଆଜି ଏଥିନେଇ ପୌରପାଳିକାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଉଲ୍ଲେଖ ଯେ, ବଡ଼ବିଲ ସହରବାସୀଙ୍କ ମୌଳିକ ସମସ୍ୟା ବିଗିଡ଼ିବାରେ ଲାଗିଛି । ବଡବିଲ ସହରର ଖାଲଖମା ପୂର୍ଣ୍ଣ ରାସ୍ତାଘାଟ, ଆବର୍ଜନା ପୂର୍ଣ୍ଣ ନାଳନର୍ଦ୍ଦମା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହେଲେଣି ଲୋକେ । କେଉଁଠି ଅଳିଆ ଉଠୁଛି ତ ଆଉ କେଉଁଠି ଅଳିଆ ଗଦା ହୋଇ ପଡ଼ିରହୁଛି । ବିଭିନ୍ନ ମୌଳିକ ସମସ୍ୟା ନେଇ ଲୋକେ ବାଧ୍ୟ ହୋଇ ପୌରପାଳିକା ଅଫିସ୍ ଦୌଡ଼ୁଛନ୍ତି, ହେଲେ ଫଳ ଶୂନ୍ । ଏଠାରେ ରାସନ କାର୍ଡ, ଭତ୍ତା କାର୍ଡ, ରାସ୍ତାଘାଟ ସଫା, ଅଳିଆ ଉଠା ଭଳି କାମ ଠିକ୍ ଭାବେ ହେଉନି । ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇଁ ଅନଲାଇନ୍ ଯୋଗେ ଆବେଦନ ହେଉଥିଲେ ବି ଲୋକଙ୍କୁ ବାରମ୍ବାର ଯିବାକୁ ପଡ଼ୁଛି । ରାସ୍ତାଘାଟ ଖାଲଖମାରେ ଭରିଥିବା ବେଳେ ପରିମଳ ବ୍ୟବସ୍ଥା ବିଗିଡ଼ିବା ସହିତ ମଶା, ବିଜୁଳି ପରି ସମସ୍ୟା ମଧ୍ୟରେ ସହରବାସୀ ଘାଣ୍ଟି ହେଉଛନ୍ତି । ଅଢ଼େଇ ବର୍ଷରୁ ଅଧିକ ସମୟରୁ ନିର୍ବାଚିତ ପ୍ରତିନିଧି ନଥିବାରୁ ପୌରପାଳିକା ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନାହିଁ ନଥିବା ଅସୁବିଧାରେ ଜନସାଧାରଣ । ସହରରେ ଥିବା ସାର୍ବଜନୀନ ଶୌଚାଳୟର ସ୍ଥିତି ନକହିବା ଭଲ, କାରଣ ତାହା ଅତ୍ୟନ୍ତ ଖରାପ । ନାକରେ କନା ନଦେଲେ ସେହି ବାଟରେ ଯାଇ ହେଉନାହିଁ । ବଡ଼ବିଲ ମୁଖ୍ୟ ବଜାରରେ ଥିବା ଶୌଚାଳୟରେ ୟୁରିନାଲ ନାହିଁ । ପୁରୁଣା ବସଷ୍ଟାଣ୍ଡରେ ଥିବା ଶୌଚାଳୟରେ ୟୁରିନାଲ ଅଛି କିନ୍ତୁ ସେଥିରେ ପାଣିର ବ୍ୟବସ୍ଥା ନାହିଁ । ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ଏସବୁ ସମସ୍ୟାର ସୁଧାର ପାଇଁ ବଡବିଲ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ପୌରପାଳିକାର ପ୍ରଶାସନିକ ଅଧିକାରୀଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ବ୍ରଜକିଶୋର ସାହୁ, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଅନୀତା ଭୌମିକ, ପୁଷ୍ପା ଭୂୟାଁ, ଜିଲ୍ଲା ଉପ ସଭାନେତ୍ରୀ ସପନା ସାହୁ, ସୋନାଲି କର, ମାନି ବାଲମୁଚୁ, ସଜନୀ ବାନରା, ରାଧିକା ଦେଇ, ବୀଭା ସିଂହ, ଯୁବମୋର୍ଚ୍ଚା ସଭାପତି ଅମିତ ସାହୁ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପରମଜିତ ସିଂହ, ଗୀତେଶ ଶର୍ମା, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.