Home ଓଡ଼ିଶା ଆସ୍ପାୟାର ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଆସ୍ପାୟାର ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

33

ହରିଚନ୍ଦନପୁର,୦୬ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଚିତ୍ରାଙ୍କନ ପ୍ରତିଯୋଗିତାରେ ଦିଲ୍ଲୀକୁ ଯାଇଥିବା କେନ୍ଦୁଝର ଜିଲ୍ଲାର ଏକ ଟିମ୍ ଆଜି ନିଜ ଗାଁକୁ ଫେରିବା ପରେ ବିପୁଳ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଜ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପଗୁଛ ଓ ଫୁଲମାଳା ଦେଇ ସ୍ୱାଗତ ଜଣାଇଥିଲେ । ସୂଚନା ଅନୁଯାୟୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ପ୍ରୟାସରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ୩୦ ଜଣିଆ ଟିମ୍ ପ୍ରସ୍ତୁତ କରି ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିପାଇଁ ଆସ୍ପାୟାର ଅନୁଷ୍ଠାନର ବରିଷ୍ଠ କର୍ମଚାରୀଙ୍କ ତତ୍ଵବଧାନରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କରି ଡିସେମ୍ବର ୧ ତାରିଖ ଝାଡ଼ଖଣ୍ଡ ରାଞ୍ଚି ବିର୍ଷାମୁଣ୍ଡା ବିମାନ ବନ୍ଦରରୁ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ତେବେ ଦିଲ୍ଲୀର ଇଣ୍ଡିଆନ ସାମାଜିକ ଅନୁଷ୍ଠାନରେ ରହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସାଂସ୍କୃତିକ ନୃତ୍ୟ, ଚିତ୍ରକଳା ପ୍ରଦର୍ଶନ କରିଥିଲେ । ଏଥିସହ ବିଭିନ୍ନ ଐତିହାସିକ ସ୍ଥାନ ପର୍ଯ୍ୟବେକ୍ଷଣ କରିଥିବା ଜଣାପଡିଛି । ସେହିପରି ହରିଚନ୍ଦନପୁର ବ୍ଲକର ଗଣନାଥ ଜୁଆଙ୍ଗ ଓ ଜେନରାମ ମୁଣ୍ଡାଙ୍କୁ ହରିଚନ୍ଦନପୁର ବ୍ଲକ ଆସ୍ପାୟାର ପକ୍ଷରୁ ପୁଷ୍ପଗୁଛ ଓ ଫୁଲମାଳା ଦେଇ ସ୍ୱାଗତ ଜଣାଇଥିଲେ । ବ୍ଲକ୍ ସଂଯୋଜକ ଗଦାଧର ମହାନ୍ତ, ଶିକ୍ଷକ ଜନାର୍ଦ୍ଦନ ସାହୁ, ବାସନ୍ତୀ ମହାନ୍ତ, ଚିନ୍ମୟ ବେଜ୍, ସୁବ୍ରତ ସେଠୀ, ଦିଗାମ୍ବର ନାଏକ, ଲିନା ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନିଜର ଜ୍ଞାନ ଓ କଳା ପ୍ରଦର୍ଶନ କରିବାକୁ ଗାଁରୁ ଦିଲ୍ଲୀକୁ ନେଇ ସୁଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.