Home ଓଡ଼ିଶା ବିଦ୍ୟାଳୟ କର୍ମଚାରୀ ନିଖୋଜ, ଦୁଃଖରେ ପରିବାର

ବିଦ୍ୟାଳୟ କର୍ମଚାରୀ ନିଖୋଜ, ଦୁଃଖରେ ପରିବାର

40

ହରିଚନ୍ଦନପୁର, ତା ୩୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ତେନ୍ତଳାପଶି ପଞ୍ଚାୟତ ଧନୁର୍ଯୟପୁର ହାଇସ୍କୁଲର କର୍ମଚାରୀ ନିଖୋଜ, ପୋଲିସ ତଦନ୍ତ ଜାରି । ମିଳିଥିବା ଖବର ଅନୁଯାୟୀ ଉକ୍ତ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଞ୍ଜନ ନାଏକ ରାତ୍ରୀ ଯଗୁଆଳି ଭାବେ କାର୍ଯ୍ୟ କରିଥାନ୍ତି । ରବିବାର ସନ୍ଧ୍ୟାରେ ବଡକମଣ୍ଡରା ଗ୍ରାମ ସ୍ଥିତ ଘରୁ ବାହାରି ସାଇକେଲ ଯୋଗେ ସ୍କୁଲକୁ ଯାଇଥିଲେ । ହେଲେ ସୋମବାର ସକାଳେ ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ନିରଞ୍ଜନଙ୍କ ଫୋନ୍ ସୁଇଚ ଅଫ୍ ରହିଥିବା ବେଳେ ଅନେକ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତା ମିଳିନଥିଲା । ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣେଇବା ସହ ବିଦ୍ୟାଳୟ ପରିସରରୁ ତାଙ୍କ ସାଇକେଲ ମିଳିଥିବା ବେଳେ ତାଙ୍କ ବିଶ୍ରାମ ଘର ଖୋଲା ରହିଥିଲା । ପରିବାର ପକ୍ଷରୁ ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅନ୍ୟ ଶ୍ରେଣୀ ଗୃହର ତାଲା ଖୋଲାଯାଇ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ । ପଣ୍ଡାପଡା ଥାନାର ଏକ ଟିମ୍ ନିଖୋଜ ନିରଞ୍ଜନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି । ନିରଞ୍ଜନଙ୍କ ସନ୍ଧାନ ନପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.