କାଜାଖସ୍ତାନ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଆନ୍ତଃ ସରକାରୀ କମିଶନ (ଆଇଜିସି)ର ୧୩ ତମ ବୈଠକରେ କଲେ ସହ ଅଧ୍ୟକ୍ଷତା – ଶକ୍ତି, ବାଣିଜ୍ୟ, ଆର୍ଥିକ ନିବେଶ, ପରିବହନ ଓ ସଂଯୋଗ, କୃଷି, ସୂଚନା ପ୍ରଯୁକ୍ତି, ମହାକାଶ, ସ୍ୱାସ୍ଥ୍ୟ, ସେବା ଓ ସାଂସ୍କୃତିକ ଆଦାନ ପ୍ରଦାନ ପ୍ରସଙ୍ଗରେ ଆଲୋଚନା ନୂଆଦିଲ୍ଲୀ /ଭୁବନେଶ୍ୱର ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଜାଖସ୍ତାନର ଅସ୍ତାନା ଠାରେ କାଜାଖସ୍ତାନ ସହ ଆନ୍ତଃ ସରକାରୀ କମିଶନ (ଆଇଜିସି)ର ୧୩ ତମ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ତାଙ୍କ ସହ କାଜାଖସ୍ତାନ ପକ୍ଷରୁ ସେଠାକାର ଶକ୍ତି ମନ୍ତ୍ରୀ କନାଟ ବଜୁମ୍ବାୟେଭ ଏହି ବୈଠକରେ ସହ…

"କାଜାଖସ୍ତାନ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

କୋରିଆ ଓପନ ସୁପର ସିରିଜ ଫାଇନଲରେ ବିଶ୍ୱ ଚମ୍ପିଆନ ନୋଜୋମୀ ଓଖୁହରାଙ୍କୁ ହରାଇ ଇତିହାସ ରଚିଲେ ପିଭି ସିନ୍ଧୁ:

ନୂଆଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ)୧୭ ସେପ୍ଟୋମ୍ବରଦିନ ସିଓଲରେ କୋରିଆ ଓପନ ସୁପର ସିରିଜରେ ମହିଳା ସିଙ୍ଗିଲ୍ସ ଫାଇନଲରେ ଜାପାନର ବିଶ୍ୱ ଚମ୍ପିଆନ ନୋଜୋମୀ ଓଖୁହରାଙ୍କୁ ଭାରତର ଷ୍ଟାର ବୈଡମିଣ୍ଟନ ପି.ଭି. ସିନ୍ଧୁ ହରାଇ ଇତିହାସ ରଚିଛନ୍ତି। ରିଓ ଅଲମ୍ପିକରେ ରୌପ୍ୟ ପଦକ ବିଜେତା ଏସକେ ହ୍ୟାଣ୍ଡବଲ ଷ୍ଟେଡିୟମରେ ଏକ ଘଣ୍ଟା ୨୨ ମିନଟରେ ୨୨-୨୦, ୧୧-୨୧, ୨୧-୧୮ ରେ ମ୍ୟାଚ ଜୀତି ଓଖୁରାଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ମାସରେ ଗ୍ଲାସଗୋରେ ବିଶ୍ୱ ଚମ୍ପିଆନସିପ ଫାଇନଲରେ ସିନ୍ଧୁଙ୍କୁ ହରାଇ ଥିଲେ ଓଖୁହରା। ଭାରତର ପୂର୍ବ ଓପନର ବୀରେନ୍ଦ୍ର ସେହୱାଗ ଏବଂ ଫିଲ୍ମଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟରରେ ସିନ୍ଧୁଙ୍କୁ ବଧେଇ ଜଣାଇଛନ୍ତି।

"କୋରିଆ ଓପନ ସୁପର ସିରିଜ ଫାଇନଲରେ ବିଶ୍ୱ ଚମ୍ପିଆନ ନୋଜୋମୀ ଓଖୁହରାଙ୍କୁ ହରାଇ ଇତିହାସ ରଚିଲେ ପିଭି ସିନ୍ଧୁ:"

ଅପରେସନ ଇନସାନିୟତ୍ : ଶରଣାର୍ଥୀଙ୍କ ପ୍ରବେଶରେ ବୃଦ୍ଧି ହେତୁ ବାଂଲାଦେଶକୁ ମାନବୀୟ ସହାୟତା

ନୂଆଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ପଡୋଶୀ ମିଆଁମାରରୁ ଶରଣାର୍ଥୀଙ୍କ ପ୍ରବେଶରେ ପ୍ରବଳ ବୃଦ୍ଧି ହେତୁ ବାଂଲାଦେଶରେ ମାନବୀୟ ସମସ୍ୟା ଦେଖାଦେଇଛି। ଏହି ସମସ୍ୟା ସମୟରେ ବାଂଲାଦେଶକୁ ସହାୟତା କରିବା ଲାଗି ଭାରତ ସରକାର ରିଲିଫ ସାମଗ୍ରୀ ପଠାଇବାକୁ ନିଷ୍ପତି ନେଇଛନ୍ତି। ଭାରତରୁ ବାଂଲାଦେଶକୁ ଆକାଶ ମାର୍ଗରେ ରିଲିଫ ସାମଗ୍ରୀ ଯୋଗାଇ ଦେବା ଲାଗି ଭାରତୀୟ ବାୟୁସେନାକୁ କାର୍ଯ୍ୟଭାର ପ୍ରଦାନ କରାଯାଇଛି। ବାଂଲାଦେଶର ଚିତାଗଙ୍ଗକୁ ୫୫ ଟନ ରିଲିଫ ସାମଗ୍ରୀ ଆକାଶ ମାର୍ଗରେ ପଠାଇବା ଲାଗି ୨୦୧୭ ସେପ୍ଟେମ୍ବର ୧୩ରେ ଦିଲ୍ଲୀଠାରେ ଏକ ସି-୧୭ ଗ୍ଲୋବମାଷ୍ଟର ଷ୍ଟ୍ରାଟେଜିକ ହେଭିଲିଫ୍ଟ କାର୍ଗୋ ବିମାନକୁ ତୁରନ୍ତ ପ୍ରସ୍ତୁତ କରାଯାଇ ରଖାଯାଇଥିଲା। ରାତାରାତି ଏହି ବିମାନରେ ରିଲିଫ ସାମଗ୍ରୀ ଭର୍ତି କରାଯାଇଥିଲା।…

"ଅପରେସନ ଇନସାନିୟତ୍ : ଶରଣାର୍ଥୀଙ୍କ ପ୍ରବେଶରେ ବୃଦ୍ଧି ହେତୁ ବାଂଲାଦେଶକୁ ମାନବୀୟ ସହାୟତା"

ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଉଦ୍ୟମରେ ଏସ୍.କେ. କାସିମ୍ଙ୍କ ସମେତ ୭୪ ଜଣ ସାଉଦି ଆରବରୁ ଭାରତ ଫେରିଲେ

ନୂଆଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଷ୍ଟ୍ରୀୟ ଉପସଭାପତି ତଥା ନିର୍ମାଣ ଜଙ୍ଗଲ କର୍ମଚାରୀ ମହାସଂଘର ସଭାପତି ଡଃ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଉଦ୍ୟମରେ ଯାଜପୁର ଜିଲ୍ଲା ଦାନଗଦି ନିବାସୀ ଏସ୍.କେ. କାସିମ୍ଙ୍କ ସମେତ ୭୪ ଜଣ ଦାଦନ ଶ୍ରମିକ ସାଉଦ ଆରବରୁ ଫେରିଆସଥିବାରୁ ଶ୍ରୀ ଖୁଣ୍ଟିଆ ବୈଦେଶିକ ମନ୍ତ୍ରାଳୟ, ଭାରତ ସରକାର, ସାଉଦିର ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଓ ଆନ୍ତର୍ଜାତିକ ନିର୍ମାଣ ମହାସଂଘର ଦକ୍ଷିଣ ଏସିଆ ପ୍ରତିନିଧି ଡଃ. ରାଜୀବ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୬ ମସିହା ନଭେମ୍ବର ମାସରେ ବ୍ରହ୍ମାବରଦାର ଏଜେଣ୍ଟ ଆଇତୋ ନୁର୍ ମହମ୍ମଦ ଜରୀଆରେ ମାସକୁ ୩୫୦୦ ରିଆଦ ଅର୍ଥାତ ଟ. ୫୭,୭୫୦ /- ଦରମା ପାଇବା ପ୍ରତିଶ୍ରୁତି…

"ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଉଦ୍ୟମରେ ଏସ୍.କେ. କାସିମ୍ଙ୍କ ସମେତ ୭୪ ଜଣ ସାଉଦି ଆରବରୁ ଭାରତ ଫେରିଲେ"

ବୁଲେଟ ଟ୍ରେନ ପ୍ରୋଜେକ୍ଟ ପାଇଁ ୮୮ ହଜାର କୋଟିର ଋଣ କେବଳ ୦.୧ ପ୍ରତିଶତ ସୁଧ ଦରରେ ଦେଉଛି ଜାପାନ

ଅହମଦାବାଦ ୧୪-୯ (ଓଡ଼ିଆ ପୁଅ) ନିଜର ଭାଷଣର ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଧନ୍ୟବାଦ କରି ର ସେ କହିଛନ୍ତିଯେ, ଜାପାନ ର ଟେକ୍ନୋଲୋଜି ଦେଶକୁ ଦୃତ ଗତିରେ ବଢିବାକୁ ସାହାଯ୍ୟ କରିବ ଏବଂ ବୁଲେଟ ଟ୍ରେନର ସ୍ୱପ୍ନ ୨୦୨୨ବର୍ଷ ପର୍ଯ୍ୟନ୍ତ ପୂରା କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଯେ, ପ୍ରୋଜେକ୍ଟ ଭାରତ-ଜାପାନ ର ମଜବୂତ ସମ୍ବନ୍ଧ ପାଇଁ ମାଇଲଖୁଣ୍ଟି ପ୍ରମାଣିତ ହେବ। ୮୮ ହଜାର କୋଟିର ଋଣ କେବଳ ୦.୧ ପ୍ରତିଶତ ସୁଧ ଦରରେ ଦେଇଛନ୍ତି ଜାପାନୀ ପ୍ରଧାନମନ୍ତ୍ରୀ ଶିଂଜୋ ଅବେଙ୍କୁ ଧନ୍ୟବାଦ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତିଯେ, ବୁଲେଟ ଟ୍ରେନ ପ୍ରୋଜେକ୍ଟକୁ ପୂରା କରିବାରେ ଜାପାନ ତରଫରୁ ୮୮ କୋଟିର ଋଣ କେବଳ ୦.୧…

"ବୁଲେଟ ଟ୍ରେନ ପ୍ରୋଜେକ୍ଟ ପାଇଁ ୮୮ ହଜାର କୋଟିର ଋଣ କେବଳ ୦.୧ ପ୍ରତିଶତ ସୁଧ ଦରରେ ଦେଉଛି ଜାପାନ"

ଭାରତ-ଜାପାନ ମଧ୍ୟରେ କେତେକ ବୁଝାମଣା ପ୍ରଧାନମନ୍ତ୍ରୀ କହିଲେ – ବୁଲେଟ ଟ୍ରେନ ବନିବ ନ୍ୟୁ ଇଣ୍ଡିଆର ଲାଇଫଲାଇନ

ନୂଆଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଭାରତକୁ ଦେଖାଇଥିବା ବୁଲେଟ ଟ୍ରେନ ସ୍ୱପ୍ନର ଆଜି ପ୍ରଥମ ଚରଣ ପୂରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୪ ଦିବସୀୟ ଗସ୍ତରେ ଆସିଥିବା ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ସହିତ ବୁଲେଟ ଟ୍ରେନର ଶିଳାନ୍ୟାସ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଅବେ ମିଳିତ ପ୍ରେସ କନ୍ଫ୍ରେଂସ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ କହିଛନ୍ତିଯେ, ଭାରତ ନିର୍ମାଣ ପାଇଁ ବୁଲେଟ ଟ୍ରେନ ଲାଇଫଲାଇନ ପ୍ରମାଣିତ ହେବ। ଜାପାନ ଭାରତରେ ଅଧିକ ନିବେଶ କରିଥିବା ତୃତୀୟ ବଡ଼ ଦେଶ। ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହେବ, ୨୦୧୬-୨୦୧୭ ରେ ଜାପାନ…

"ଭାରତ-ଜାପାନ ମଧ୍ୟରେ କେତେକ ବୁଝାମଣା ପ୍ରଧାନମନ୍ତ୍ରୀ କହିଲେ – ବୁଲେଟ ଟ୍ରେନ ବନିବ ନ୍ୟୁ ଇଣ୍ଡିଆର ଲାଇଫଲାଇନ"

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଆର୍ମେନିଆ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଭାରତ ଓ ଆର୍ମେନିଆ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ  ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରିି ପ୍ରଦାନ କରିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ଦ୍ୱାରା ଦୁଇ ଦେଶର ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ବିଶେଷ ଭାବେ ଉପକୃତ ହୋଇପାରିବେ।  ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ ବିପର୍ଯ୍ୟୟ ପରିଚାଳନା ସକାଶେ ଉଭୟ ରାଷ୍ଟ୍ର ପରସ୍ପର ମଧ୍ୟରେ ସମସ୍ତ ପ୍ରକାର ତଥ୍ୟ ସୂଚନା ଆଦାନପ୍ରଦାନ କରିବେ ଯାହାକି ପରସ୍ପରର ସ୍ୱାର୍ଥ ରକ୍ଷା ସକାଶେ ଉଦ୍ଦିଷ୍ଟ ଥିବ। ପୁନଶ୍ଚ ଏହି ବୁଝାମଣା ଅନୁଯାୟୀ ଭାରତ…

"ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଆର୍ମେନିଆ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ"

ଦ୍ୱିପାକ୍ଷିକ ଶିଖର ବୈଠକ ପାଇଁ ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ; ଗୁଜରାଟରେ ଶିଂଜୋ ଆବେଙ୍କୁ ସ୍ୱାଗତ ଜଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାପାନ ପ୍ରଧାନମନ୍ତ୍ରୀ ମିଷ୍ଟର ଶିଂଜୋ ଆବେ ଆସନ୍ତା ସେପ୍ଟେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଆବେ ସେପ୍ଟେମ୍ବର ୧୪ ତାରିଖରେ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଦ୍ୱାଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପରସ୍ପରକୁ ଭେଟିବେ। ବୈଠକ ପରେ ଦୁଇ ରାଷ୍ଟ୍ରନେତା ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହାପରେ ସେହିଦିନ ଭାରତ-ଜାପାନ ବ୍ୟାପାର ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଆବେଙ୍କ ମଧ୍ୟରେ ଏହା ଚତୁର୍ଥ ବାର୍ଷିକ ଶିଖର ବୈଠକ। ଦୁଇ ଦେଶ…

"ଦ୍ୱିପାକ୍ଷିକ ଶିଖର ବୈଠକ ପାଇଁ ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ; ଗୁଜରାଟରେ ଶିଂଜୋ ଆବେଙ୍କୁ ସ୍ୱାଗତ ଜଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ"

ମନି ଲଣ୍ଡରିଂ: ଦେଶରୁ ୪୨୪ କୋଟି ଟଙ୍କା ବାହରକୁ ପଠାଇଥିଲେ ୧୯ କମ୍ପାନୀଙ୍କ ବିରୁଦ୍ଧରେ CBI ରେ ମାମଲା ରୁଜୁ ହେଲା

ନୂଆଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ସି.ବି.ଆଇ. ୧୯ଟି କମ୍ପାନୀ ବିରୁଦ୍ଧରେ କେସ ଫାଇଲ୍ କରିଛି। ଯେଉଁମାନେ ୭୦୦ ଟ୍ରାଂଜେକ୍ସନ ଜରିଆରେ ବିଦେଶୀ ମୁଦ୍ରାରେ ୪୨୪ କୋଟି ଟଙ୍କା ଦେଶରୁ ବାହରକୁ ପଠାଇଛନ୍ତି। ସି.ବି.ଆଇ. ଅନୁଯାୟୀ, ଏହି ମାମଲା ମନି ଲଣ୍ଡରିଂ ହୋଇଥାଇ ପାରେ କାରଣ ଶେଲ କମ୍ପାନୀଙ୍କ ଜରିଆରେ ଏହାକୁ ପଠାଯାଇଥିଲା।   ସି.ବି.ଆଇ.ଦ୍ୱାରା ରୁଜୁ କରାଯାଇଥିବା ଏଫଆଇଆରରେ କୁହାଯାଇଛି ୨୦୧୫ରେ ଚେନ୍ନାଇର ପଂଜାବ ନେସନଲ ବ୍ୟାଙ୍କର ମିଣ୍ଟ ଷ୍ଟ୍ରିଟ ବ୍ରାଞ୍ଚରେ କିଛି ଅଜ୍ଞାତ ଅଧିକାରୀ ଏହି ଆରୋପୀ କମ୍ପାନୀମାନଙ୍କ ସହିତ ମିଶିକରି ଏହି ଆଇନ୍ ବିରୁଦ୍ଧ ଟ୍ରାଂଜାକ୍ସନ କରିବା ପାଇଁ ସାହାଯ୍ୟ କରିଥିଲେ।   ଏହି ସବୁ କମ୍ପାନୀଗୁଡ଼କର ଖାତା ଏହି ଶାଖାରେ ଥିଲା।…

"ମନି ଲଣ୍ଡରିଂ: ଦେଶରୁ ୪୨୪ କୋଟି ଟଙ୍କା ବାହରକୁ ପଠାଇଥିଲେ ୧୯ କମ୍ପାନୀଙ୍କ ବିରୁଦ୍ଧରେ CBI ରେ ମାମଲା ରୁଜୁ ହେଲା"

ଭାରତ-ଜାପାନ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଲୋଚନାର ଯୁଗ୍ମ ପ୍ରେସ ବିବରଣୀ

ନୂଆଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ୨୦୧୭ ସେପ୍ଟେମ୍ବର ୫ରେ ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ବାର୍ଷିକ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଲୋଚନାରେ ଯୋଗଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଦୁଇଦିନିଆ ଗସ୍ତରେ ଜାପାନ ଯାଇଥିଲେ। ଏହି ଆଲୋଚନାର ବିବରଣୀ ନିମ୍ନରେ ପ୍ରଦାନ କରାଗଲା। ୧)    ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଇସୁନୋରି ଓନୋଡେରାଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ୨୦୧୭ ସେପ୍ଟେମ୍ବର ୫ରୁ ୬ ପର୍ଯ୍ୟନ୍ତ ଏକ ଦ୍ୱିପାକ୍ଷିକ ଗସ୍ତରେ ଜାପାନ ଯାତ୍ରା କରିଥିଲେ। ଉଭୟ ମନ୍ତ୍ରୀ ଟୋକିଓଠାରେ ୨୦୧୭ ସେପ୍ଟେମର ୫ରେ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରଣାଳୟ ବୈଠକ କରିଛନ୍ତି। ୨) “ଜାପାନ-ଭାରତ ସ୍ୱତନ୍ତ୍ର ରଣନୀତି ଏବଂ…

"ଭାରତ-ଜାପାନ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଲୋଚନାର ଯୁଗ୍ମ ପ୍ରେସ ବିବରଣୀ"