Home Top News ଭାରତ ସମଗ୍ର ବିଶ୍ୱର ନେତୃତ୍ୱ ନେବ: ମୋହନ ଜୀ’ ଭାଗୱତ

ଭାରତ ସମଗ୍ର ବିଶ୍ୱର ନେତୃତ୍ୱ ନେବ: ମୋହନ ଜୀ’ ଭାଗୱତ

69

ନୂଆଦିଲ୍ଲୀ: ଭାରତ ସମଗ୍ର ବିଶ୍ୱକୁ ଶାରୀରିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ପଥରେ ଆଗେଇ ନେବ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ସର ସଂଘ ଚାଳକ ଡ. ମୋହନ ଜୀ’ ଭାଗୱତ। ଭାରତର ଚନ୍ଦ୍ର ମିଶନର ସଫଳତା ପରେ ଏପରି ମନ୍ତବ୍ୟ ରଖିଛନ୍ତି ମୋହନ ଭାଗବତ। ବର୍ତ୍ତମାନ ପର୍ଯ୍ୟନ୍ତ କେହି ଚନ୍ଦ୍ରର ସାଉଥ୍ ପୋଲ୍ ଉପରେ ଅବତରଣ କରିନାହାଁନ୍ତି। ଆମର ବୈଜ୍ଞାନିକ ମାନେ ଦୀର୍ଘ ଏବଂ କଠିନ ପରିଶ୍ରମ ପରେ ଏହା ହାସଲ କରିଛନ୍ତି। ଏହା କେବଳ ଆମ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ ବୋଲି ଡ. ଭାଗବତ କହିଛନ୍ତି। ଏହା ସହ ମୋହନ ଜୀ’ କହିଛନ୍ତି, ସ୍ନେହରେ ସମଗ୍ର ବିଶ୍ୱକୁ ବାନ୍ଧି ରଖିଥିବା “ବସୁଧୈବ କୁଟୁମ୍ବକମ୍” ଦୂରଦୃଷ୍ଟି ସହିତ ଭାରତ ବର୍ତ୍ତମାନ ବିଶ୍ୱକୁ ଶାନ୍ତି ଏବଂ ସମୃଦ୍ଧତା ପ୍ରଦାନ କରୁଥିବା ଦେଶ ହେବାକୁ ଯାଉଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.