Home Top News ଆମେରିକା: ଅକ୍ଟୋବର ୮ରେ ଉଦ୍ଘାଟନ ହେବ ବିଶ୍ୱର ଦ୍ବିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର

ଆମେରିକା: ଅକ୍ଟୋବର ୮ରେ ଉଦ୍ଘାଟନ ହେବ ବିଶ୍ୱର ଦ୍ବିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର

55

ନ୍ୟୁ-ଜର୍ସି/ନୂଆଦିଲ୍ଲୀ: ଆମେରିକାର ନ୍ୟୁ- ଜର୍ସି ସହରରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଉଦ୍ଘାଟିତ ହେବ ବିଶ୍ୱର ଦ୍ଵିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର। ଆମେରିକାର ନ୍ୟୁ- ଜର୍ସି ସହରରେ ୨୦୧୧ ମସିହାରେ ଏହି ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ନ୍ୟୁୟର୍କର ଟାଇମ୍ସ ସ୍କୋୟାରର ଦକ୍ଷିଣରୁ ପ୍ରାୟ ୬୦ ମାଇଲ (୯୦ କିଲୋମିଟର) ଓ ରାଜଧାନୀ ୱାଶିଂଟନ ଡିସିର ଉତ୍ତରରୁ ପ୍ରାୟ ୧୮୦ ମାଇଲ୍ (୨୮୯ କିଲୋମିଟର) ଦୂରରେ ଅବସ୍ଥିତ। ନ୍ୟୁ- ଜର୍ସିର ରବିନ୍ସଭିଲ୍ ଟାଉନସିପର ମଧ୍ୟଭାଗରେ ଏହାକୁ ନିର୍ମାଣ କରାଯାଇଛି। ଦିଲ୍ଲୀର ଅକ୍ଷରଧାମ ମନ୍ଦିରର ବାସ୍ତୁକଳାର ଅନୁରୂପ ଭାବେ ନିର୍ମିତ ଏହି ଭବ୍ୟ ମନ୍ଦିରର କ୍ଷେତ୍ରଫଳ ରହିଛି ପ୍ରାୟ ୧୮୩ ଏକର ପରିମିତ ଅଞ୍ଚଳ। ଏହାର ନିର୍ମାଣରେ ପ୍ରାୟ ୧୨ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କର ଅବଦାନ ରହିଥିବା କୁହାଯାଉଛି। କମ୍ବୋଡିଆରେ ଥିବା ବିଶ୍ବର ସର୍ବବୃହତ ହିନ୍ଦୁ ମନ୍ଦିର ଅଙ୍କୋରବଟ ମନ୍ଦିର ଏବଂ ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର କ୍ଷେତ୍ରଫଳ ଓ କାରିଗରୀ ଏହି ଭବ୍ୟ ମନ୍ଦିରରେ ଦେଖିବାକୁ ମିଳିବ। ଏହି ମନ୍ଦିରର ପ୍ରସ୍ତ ୨୫୫ ଫୁଟ ଓ ଦୈର୍ଘ୍ୟ ୩୪୫ ଫୁଟ। ଯାହାକି ପ୍ରାୟ ୧୮୩ ଏକର ପରିମିତ ଅଞ୍ଚଳରେ ରହିଛି। ସେହିପରି ଏହାର ଉଚ୍ଚତା ୧୯୧ ଫୁଟ ରହିଛି। ଏହା ପ୍ରାଚୀନ ହିନ୍ଦୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଡିଜାଇନ୍ ହୋଇଛି। ହିନ୍ଦୁ ପୂରାଣ ବର୍ଣ୍ଣିତ ପ୍ରାୟ ୧୦,୦୦୦ ବିଭିନ୍ନ ଭାରତୀୟ ଦେବାଦେବୀଙ୍କ ମୂର୍ତ୍ତି, ଭାରତୀୟ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ଝଲକ ଏହି ମନ୍ଦିରର ପ୍ରସ୍ତର ଖୋଦିତ କାର୍ଯ୍ୟରେ ସ୍ଥାନ ପାଇଛି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.