Home Top News ୧୦୦ କେଜି ଗଞ୍ଜେଇ ଖାଇ ନିଶାରେ ନାଚିଲେ ମେଣ୍ଢାପଲ

୧୦୦ କେଜି ଗଞ୍ଜେଇ ଖାଇ ନିଶାରେ ନାଚିଲେ ମେଣ୍ଢାପଲ

104

ନୂଆଦିଲ୍ଲୀ: ନିକଟରେ ଗ୍ରୀସ୍‌ର ଥେସଲି ଅନ୍ତର୍ଗତ ଅଲ୍‌ମିରୋସ୍‌ ନଗରୀରେ ପଲେ ଭୋକିଲା ମେଣ୍ଢା ଗୋଟାଏ ‘ଗ୍ରିନ୍‌ ହାଉସ୍‌’ (କାଚଘର ବଗିଚା) ଭିତରେ ଲଗାଯାଇଥିବା ପ୍ରାୟ ୧୦୦ କିଲୋ ଓଜନର ଗଞ୍ଜେଇ ଗଛ ଖାଇ ଦେଇଥିଲେ। ଏହା ପରେ ମେଣ୍ଢା ମାନଙ୍କୁ ନିଶା ଚଢ଼ି ଯାଇଥିଲା। ସେମାନେ ସବୁ ଡିଆଁକୂଦା କରିବାକୁ ଲାଗିଲେ। ପ୍ରଥମେ ଏକଥା ଜାଣି ନଥିବା ମେଣ୍ଢାପଲ ମାଲିକ ମେଣ୍ଢା ମାନଙ୍କର ବିଚିତ୍ର ଆଚରଣ ଦେଖି ବିସ୍ମିତ ହୋଇଯାଇଥିଲେ। ମେଣ୍ଢାମାନେ ଛେଳି ମାନଙ୍କ ଠାରୁ ଅଧିକ ଉଚ୍ଚକୁ ଡିଆଁକୁଦା ମାରୁଥିଲେ। ଯାହା କେବେ ମେଣ୍ଢାମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଗ୍ରୀସ୍‌, ଲିବ୍ୟା, ତୁର୍କୀ ଓ ବୁଲ୍‌ଗେରିଆ ଉପର ଦେଇ ସାମୁଦ୍ରିକ ବାତ୍ୟା ଡାନିଏଲ୍ ପ୍ରବାହିତ ହେବା ପରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଉକ୍ତ ମେଣ୍ଢାପଲ ସେ ‘ଗ୍ରିନ୍‌ ହାଉସ୍‌’ ନିକଟରେ ଆଶ୍ରୟ ନେଇଥିଲେ। ଭୋକରେ ଆତୁର ‌ହୋଇ ସେ ମେଣ୍ଢାପଲ ‘ଗ୍ରିନ୍‌ ହାଉସ୍‌’ ଭିତରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ନିମନ୍ତେ ଚାଷ କରାଯାଇଥିବା ଉକ୍ତ ଗଞ୍ଜେଇଗଛ ସବୁ ଚୋବାଇ ଖାଇ ଦେଇଥିଲେ। ‘ଗ୍ରିନ୍‌ ହାଉସ୍‌’ର ମାଲିକ କହିଛନ୍ତି, ଏଥିରେ ହସିବି ନାଁ, କାନ୍ଦିବି ଜାଣି ପାରୁନାହିଁ। ଏଠାରେ ଗ୍ରୀଷ୍ମ ପ୍ରବାହ ହେବାରୁ ଆମର ବହୁତ ଗଞ୍ଜେଇ ଗଛ ମରିଯାଇଥିଲା। ପରେ ପରେ ବନ୍ୟା ଆସିବାରୁ ଆହୁରି କିଛି ଗଛ ନଷ୍ଟ ହୋଇଗଲା। ଆଉ ଯାହା କିଛି ବଞ୍ଚିଥିଲା ମେଣ୍ଢାପଲ ପଶି ଖାଇଗଲେ।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.