Home Top News ବିଶ୍ୱର ନମ୍ବର- ୧ ବୋଲର୍‌ ହେଲେ ସିରାଜ୍‌

ବିଶ୍ୱର ନମ୍ବର- ୧ ବୋଲର୍‌ ହେଲେ ସିରାଜ୍‌

121

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ନମ୍ବର- ୧ ବୋଲର୍‌ ମାନ୍ୟତା ପାଇଛନ୍ତି। ସିରାଜ ୯ମ ସ୍ଥାନରୁ ଡେଇଁ ସିଧାସଳଖ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜ ୭ ଓଭରରେ ମାତ୍ର ୨୧ ରନ ଦେଇ ୬ଟି ଉଇକେଟ ନେଇଥିଲେ। ଏସିଆ କପ୍ ଆରମ୍ଭ ପୂର୍ବରୁ ମହମ୍ମଦ ସିରାଜ ୬୪୩ ରେଟିଂ ପଏଣ୍ଟ ସହ ଦିନିକିଆ ରାଙ୍କିଙ୍ଗରେ ୯ ନମ୍ବରରେ ଥିଲେ। ବର୍ତ୍ତମାନ ସେ ୮ଟି ସ୍ଥାନକୁ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ବର୍ତ୍ତମାନ ୬୯୪ ରେଟିଂ ପଏଣ୍ଟ ଅଛି। ଏସିଆ କପରେ ହାରାହାରି ୧୨.୨ରେ ସିରାଜ ୧୦ଟି ଉଇକେଟ ନେଇଥିଲେ। ଏହା ପୂର୍ବରୁ ମହମ୍ମଦ ସିରାଜ ମାର୍ଚ୍ଚ ୨୦୨୩ରେ ନମ୍ବର- ୧ ସ୍ଥିତିରେ ପହଞ୍ଚିଥିଲେ, ପରେ ଜୋଶ ହାଜଲେଉଡ ତାଙ୍କୁ ସେହି ସ୍ଥାନରୁ ହଟାଇ ଦେଇଥିଲେ।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.