Home Top News ସାବଧାନ୍: ଘରେ ପ୍ରେତାତ୍ମା ଥିଲେ ମିଳିଥାଏ ଏପରି ସଙ୍କେତ ..

ସାବଧାନ୍: ଘରେ ପ୍ରେତାତ୍ମା ଥିଲେ ମିଳିଥାଏ ଏପରି ସଙ୍କେତ ..

353

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରାୟ ସବୁ ଦେଶରେ, ସବୁ କାଳରେ, ସବୁ ଜାତିରେ ପ୍ରେତାତ୍ମା ସମ୍ୱନ୍ଧରେ ନାନା କଳ୍ପନା ଓ ବିଶ୍ୱାସ ରହିଛି। ଯେଉଁ ଜୀବମାନଙ୍କ ଆତ୍ମା ମୋକ୍ଷ ପ୍ରାପ୍ତ ନ’କରି ସ୍ୱର୍ଗ ଲୋକକୁ ଯାଇନଥାନ୍ତି, ସେମାନେ ଭୂତ, ପ୍ରେତ ବା ପ୍ରେତାତ୍ମା ରୂପରେ ନାନା ସ୍ଥୂଳ ଓ ସୂକ୍ଷ୍ମରୂପ ଧାରଣ କରି ପୃଥିବୀ ଲୋକରେ ବିଚରଣ କରନ୍ତି। ଏମାନେ ରାତିରେ ବାହାରନ୍ତି ଓ ଶ୍ମଶାନ, ନିର୍ଜନ ସ୍ଥାନ ଓ ମହାରଣ୍ୟରେ ରୁହନ୍ତି। ଇଚ୍ଛାନୁସାରେ ଭିନ୍ନଭିନ୍ନ ରୂପ ଧାରଣ କରନ୍ତି। ଏମାନେ ଲୋକଙ୍କ ଉପରେ ସମୟେ ସମୟେ ନାନା ଅତ୍ୟାଚାର କରନ୍ତି ଓ ବାଳକ ବାଳିକା ଯୁବକ ଯୁବତୀ ଓ ସ୍ତ୍ରୀମାନଙ୍କର ଦେହରେ ପ୍ରବେଶ କରନ୍ତି। ଏମାନେ କୌଣସି କୌଣସି ଗୃହକୁ ଅଧିକାର କରି ସେଠାରେ ନାନା ଆଲୌକିକ କାଣ୍ଡ ଘଟାନ୍ତି ଆଦି ନେଇ ବିଶ୍ୱାସ ରହିଛି। ମୃତ ବ୍ୟକ୍ତିଙ୍କ ଆତ୍ମା ‘ଭୂତ’ ହେବା କଥା ପୃଥିବୀର ପ୍ରାୟ ସବୁ ଦେଶରେ ଲୋକଙ୍କ ମନରେ ବିଶ୍ୱାସ ରହିଛି। ତେବେ, ଭୂତ ପ୍ରେତ ଉପରେ କିଛି ଲୋକ ବିଶ୍ୱାସ କରନ୍ତି ଆଉ କିଛି କରନ୍ତି ନାହିଁ। କିନ୍ତୁ, ଆପଣଙ୍କ ଆଖପାଖରେ କିମ୍ବା ଆପଣଙ୍କ ଘରେ ଯଦି ପ୍ରେତାତ୍ମା ବାସ କରୁଥାଏ ତେବେ ଏହାର ସଙ୍କେତ ପାଇବେ କେମିତି? ଆଜି ଆମେ ଆପଣଙ୍କୁ ଏପରି କିଛି ସଙ୍କେତ ବାବଦରେ ସୂଚନା ଦେବୁ ଯେପରି ଆପଣ ଜାଣି ପାରିବେ, ଆପଣଙ୍କ ଆଖ ପାଖରେ କିମ୍ବା ଘରେ ପ୍ରେତାତ୍ମା ତ’ ନାହିଁ! ସୁପର ନେଚ୍ୟୁରଲ୍ ପାୱାର ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ମାନେ ମଧ୍ୟ କୁହନ୍ତି, କେମିତି ଆତ୍ମା ଆମ ସହିତ ସଂପର୍କ କରିବାକୁ ଚେଷ୍ଟା କରିଥାଏ। ଏପରି କିଛି ସଙ୍କେତ ଯେଉଁଥିରୁ ଜଣାପଡ଼େ କୌଣସି ଆତ୍ମା ଆମ ଆଖ ପାଖରେ କିମ୍ବା ଘରେ ବାସ କରୁଛି।
https://youtu.be/OaTrkOOKH-Y
◆ ବେଳେବେଳେ ଏପରି ହୋଇଥାଏ ଜଣେ କୌଣସି ପର୍ଫ୍ୟୁମ୍ ନ’ଲଗାଇ କିମ୍ବା ତାଙ୍କ ପାଖଦେଇ କେହି ନଯାଇ ମଧ୍ୟ ତାଙ୍କୁ ପର୍ଫ୍ୟୁମ୍ ବାସ୍ନା ହୋଇଥାଏ। ଏହାର ଅର୍ଥ ହୁଏତ କୌଣସି ଆତ୍ମା ଆପଣଙ୍କ ପାଖଦେଇ ଯାଇଥାଏ ପାରେ। ପ୍ରାୟତଃ ଆତ୍ମା ଆଖ ପାଖରେ ଥିଲେ ସୁଗନ୍ଧିତ ବାସ୍ନା ହୋଇଥାଏ!
◆ ଯଦି ଘରେ ଘଣ୍ଟା ବାରମ୍ବାର ଏକ ନିଶ୍ଚିନ୍ତ ସମୟରେ ଅଟକିଯାଏ, ତେବେ ଏହା ଘରେ ପ୍ରେତାତ୍ମା ବାସ କରୁଥିବାର ସଙ୍କେତ ହୋଇପାରେ!
◆ ବେଳେବେଳେ ଏପରି ହୋଇଥାଏ, ଘରର କବାଟ କିମ୍ବା ଝରକା ମନକୁ ବନ୍ଦ୍ ହୋଇ ଯାଇଥାଏ। ଆମକୁ ଲାଗେ ପବନରେ ବନ୍ଦ୍ ହୋଇଯାଇଥିବ। କିନ୍ତୁ, ଯଦି ଏପରି ବାରମ୍ବାର ଘଟେ, ତେବେ ସତର୍କ ହୋଇଯାଆନ୍ତୁ। ହୁଏତ କୌଣସି ଆତ୍ମା ଆପଣଙ୍କୁ କିଛି କହିବାକୁ ଚାହୁଁଥାଇ ପାରେ!
◆ ଯଦି ଆପଣଙ୍କୁ ବେଳେ ସେପରି କିଛି ଅଜବ ଶବ୍ଦ ଶୁଣିବାକୁ ମିଳେ, କିଛି ତଳେ ପଡ଼ିଯିବା ଭଳି ଶବ୍ଦ, କାହାର ପାଦ ଶବ୍ଦ ଶୁଣିବାକୁ ମିଳେ, ପାଉଁଜିର ସ୍ଵର ଶୁଣାଯାଏ, ତେବେ ଜାଣି ନିଅନ୍ତୁ ହୁଏତ ଆପଣଙ୍କ ଆଖପାଖରେ କୌଣସି ଆତ୍ମା ବାସ କରୁଥାଇ ପାରେ!
◆ ଘରେ ଯଦି କୌଣସି ସାମଗ୍ରୀ ଗାଏବ୍ ହୋଇଯାଏ ଏବଂ ପୁଣି କିଛି ସମୟ ପରେ ଯଥା ସ୍ଥାନରେ ଦେଖିବାକୁ ମିଳେ ତେବେ ସଚେତ ହୋଇଯାଆନ୍ତୁ। ଏପରି ବାରମ୍ବାର ଘଟୁଥିଲେ ହୁଏତ ସେହି ସାମଗ୍ରୀଟି ସେଠାରେ ଉପସ୍ଥିତ ଥିବା ଆତ୍ମାର ପ୍ରିୟ ବସ୍ତୁ ହୋଇଥାଇ ପାରେ!
◆ ଯଦି ଆପଣଙ୍କୁ ହଠାତ୍ କୌଣସି ଛାଇ ଦେଖାଯାଏ ଏବଂ ସେଠାରେ କାହାର ଉପସ୍ଥିତି ଦେଖିବାକୁ ମିଳିନଥାଏ, ତେବେ ସତର୍କ ହୋଇଯାଆନ୍ତୁ। ଏପରି ବାରମ୍ବାର ଘଟୁଥିଲେ ଜାଣିନିଅନ୍ତୁ ହୁଏତ ସେଠାରେ କୌଣସି ଆତ୍ମା ବିଚରଣ କରୁଛି!
◆ ଯଦି ଘରେ ଥିବା କୌଣସି ଗୃହପାଳିତ ପଶୁ ଭୟଭୀତ ଦେଖାଯାଏ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଦିଗକୁ ଚାହିଁ ଭୁକେ କିମ୍ବା ରଡ଼ି ଛାଡ଼େ, ତେବେ ଏହାକୁ ନଜର ଅନ୍ଦାଜ୍ କରନ୍ତୁ ନାହିଁ। ସେଠାରେ କୌଣସି ପ୍ରେତାତ୍ମା ବିଚରଣ କରୁଥାଏ ପାରେ। କାରଣ ଜୀବଜନ୍ତୁ ପ୍ରେତାତ୍ମାର ଉପସ୍ଥିତି ଶୀଘ୍ର ବାରି ପାରନ୍ତି!
◆ ଯଦି ଆପଣଙ୍କୁ ଲାଗେ କେହି ଅପଣଙ୍କ ପିଛା କରୁଛି କିମ୍ବା କେହି ଆପଣଙ୍କୁ ସ୍ପର୍ଶ କଲା ପରି ଯଦି ଅନୁଭବ ହୁଏ କିନ୍ତୁ କେହି ନଥାଏ, ତେବେ ସତର୍କ ହୋଇଯାଆନ୍ତୁ। ହୁଏତ କୌଣସି ଆତ୍ମା ଆପଣଙ୍କୁ କିଛି କହିବାକୁ ଚାହୁଁଥାଇ ପାରେ!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.