Home Top News ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨: ବିଜେପି ପାଳିବ ସେବାପକ୍ଷ – ରହିଛି ବ୍ୟାପକ କାର୍ଯ୍ୟକ୍ରମ...

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨: ବିଜେପି ପାଳିବ ସେବାପକ୍ଷ – ରହିଛି ବ୍ୟାପକ କାର୍ଯ୍ୟକ୍ରମ ..

28

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଜେପି ପାଳିବ ସେବାପକ୍ଷ। ଗରିବଙ୍କ ପାଇଁ ସେବା ଓ ଗରିବ କଲ୍ୟାଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ। ତାଙ୍କ ନେତୃତ୍ଵରେ ଦେଶ ନିରନ୍ତର ବିକାଶ ପଥରେ ଗତି କରିବା ସହିତ ଐତିହାସିକ ଉପଲବ୍ଧି ହାସଲ କରୁଛି। ଏହି ଦିନ ନାଗରିକ ସମାଜ ସହିତ, ସମସ୍ତ କାର୍ଯ୍ୟକର୍ତ୍ତା ଅତୀତରେ ବିଭିନ୍ନ ସେବା କାର୍ଯ୍ୟ କରି ଆସିଛନ୍ତି ଏବଂ ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମଧ୍ଯ ପ୍ରାର୍ଥନା କରୁଛନ୍ତି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରାଯିବ। ଏହି ଅବସରରେ ବ୍ୟାପକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି, “ଚନ୍ଦ୍ରଯାନ -୩ର ସଫଳ ଉକ୍ଷେପଣ ପରେ ସମସ୍ତ ଦେଶବାସୀ ହର୍ଷୋଲ୍ଲାସ ସହିତ ଗୌରବାନ୍ଵିତ। ଇସ୍ରୋର ବୈଜ୍ଞାନିକ ଏବଂ ତାଙ୍କର ସହଯୋଗୀଙ୍କୁ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଉଛୁ ଏବଂ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ଯ ଅଭିନନ୍ଦନ ଜଣାଉଛୁ। ଏହା ସହିତ ଓଡିଶାର ଅସ୍ମିତାକୁ (ଐତିହ୍ୟ, ପରମ୍ପରା, ସଂସ୍କୃତି, ଭାଷା, ସଂଗୀତ ଓ ନୃତ୍ୟ) G-20 ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ।”୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର: ସେବା ପକ୍ଷରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ –

● ୧୭ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ଵ, କାର୍ଯ୍ୟ ଏବଂ ସଫଳତା ଉପରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ।

● ୧୭ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ‘ଆୟୁଷ୍ଠାନ ଭବ’ ସପ୍ତାହରେ ବିଭିନ୍ନ ପ୍ରକାର ଅଭିଯାନର ଆୟୋଜନ ହେବ।

● ୧୭ ସେପ୍ଟେମ୍ବର ବିଶ୍ଵକର୍ମା ଯୋଜନା –
ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ହେବ। ପ୍ରତ୍ୟେକ ମଣ୍ଡଳରେ ସର୍ବନିମ୍ନ ୧୦୦ ସଂଖ୍ୟାର ପଞ୍ଜିକରଣ କରାଯିବ। ଓବିସି ମୋର୍ଚ୍ଚାର ଏହାର ପ୍ରମୁଖ ଦାୟିତ୍ୱରେ ରହିବ।

● ସେପ୍ଟେମ୍ବର ୧୭ ରୁ ୨୫ ପ୍ରତ୍ୟେକ ବିଧାନସଭା ସ୍ତରରେ ସର୍ବନିମ୍ନ ଗୋଟିଏ ରକ୍ତଦାନ ଶିବର ଆୟୋଜିତ ହେବ। ଏଥ‌ିରେ ଯୁବ ମୋର୍ଚ୍ଚାର ପ୍ରମୁଖ ଭୂମିକା ରହିବ।

● ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ କାର୍ଡ ବିତରଣ କାର୍ଯ୍ୟକ୍ରମ ହେବ। ଗରିବ କଲ୍ୟାଣର ମାର୍ଗ ଅଧିକରୁ ଅଧିକ ପ୍ରଶସ୍ତ କରିବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସର୍ବାଧ‌ିକ କାର୍ଡ ପ୍ରସ୍ତୁତ କରି ବିତରଣ କରାଯିବ। ମହିଳା ମୋର୍ଚ୍ଚା ଏହି କାର୍ଯ୍ୟକ୍ରମର ପ୍ରମୂଖ ଦାୟିତ୍ୱରେ ରହିବ।

● ସେପ୍ଟେମ୍ବର ୨୩ ଓ ୨୪ ଦୁଇ ଦିନ ଧରି ସାରା ଦେଶରେ “ମାଗଣା ସ୍ୱାସ୍ଥ୍ୟ ଶିବିର” ଆୟୋଜିତ ହେବ। ବିଧାନସଭା ସ୍ତରରେ ସର୍ବନିମ୍ନ ଗୋଟିଏ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ରହିଛି। ମେଡିକାଲ ସେଲ୍ ଏହାର ପ୍ରମୂଖ ଦାୟିତ୍ୱରେ ରହିବ।

● ଆସନ୍ତା ୨୪ ତାରିଖ (ମାସ ଶେଷ ରବିବାର) ପ୍ରଧାନମନ୍ତ୍ରୀଙ୍କ ”ମନ୍ କୀ ବାତ୍” କାର୍ଯ୍ୟକ୍ରମ ବୁଥ ସ୍ତରରେ ପ୍ରଭାବୀ ଢଙ୍ଗରେ କରାଯିବ।

● ୨୫ ସେପ୍ଟେମ୍ବରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ କରାଯିବ। ଯାହାକି ବୁଥ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ୬ଟି କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଏହି ଅବସରରେ ଦୀନଦୟାଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଏବଂ ପ୍ରତ୍ୟେକ ବୁଥରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ବ୍ୟକ୍ତିତ୍ଵ, କୃତିତ୍ଵ ଏବଂ ବିଚାର ଉପରେ ଆଲୋକପାତ କରାଯାଇ ଭାଷଣ କାର୍ଯ୍ୟକ୍ରମ ରହିବ।

● ୨୬ ସେପ୍ଟେମ୍ବର ରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବୁଥ୍ ସଶକ୍ତିକରଣ ଅଭିଯାନକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରାଯିବ। ଏଥିରେ ବାକିଥିବା ବୁଥ୍ର କମିଟି ଗଠନ, ବୁଥ୍ ସ୍ତରରେ ହ୍ଵାଟ୍ସଆପ ଗ୍ରୁପ ଗଠନ, ଗଠିତ ହୋଇଥିବା କମିଟିର ସତ୍ୟାପନ, ସରଳ ଆପ ଡାଉନଲୋଡ କରିବା ଆଦି କାର୍ଯ୍ୟକ୍ରମ ରହିବ।

● ୨୬ ଓ ୨୭ ସେପ୍ଟେମ୍ବର ୨ ଦିନ ଧରି ବସ୍ତି ସଂପର୍କ ଯୋଜନା ମାଧ୍ୟମରେ ପ୍ରତ୍ୟେକ ବସ୍ତି ପର୍ଯ୍ୟନ୍ତ ଦଳ ପହଞ୍ଚିବ। ଅନୁସୂଚିତ ଜାତି, ଜନଜାତି ମୋର୍ଚ୍ଚା ଏହାର ପ୍ରମୂଖ ଦାୟିତ୍ୱରେ ରହିବ।

● ଅକ୍ଟୋବର ୨ରେ ସର୍ବସାଧାରଣ ସ୍ଥାନରେ ସ୍ଵତନ୍ତ୍ର ସ୍ଵଚ୍ଛତା ଅଭିଯାନର ଆୟୋଜନ ହେବ। ସ୍ଵଚ୍ଛ ଭାରତ ପ୍ରକୋଷ୍ଠ ଏହାର ପ୍ରମୂଖ ଦାୟିତ୍ୱରେ ରହିବ।

ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ, ଅନ୍ୟ ଜନ ପ୍ରତିନିଧ୍ଵ ଏବଂ ସମସ୍ତ ପଦାଧୀକାରୀ ମାନେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଦଳ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ବିଭିନ୍ନ ଜିଲ୍ଲା ପାଇଁ ୭ ଜଣଙ୍କୁ ସଂଯୋଜକ ଭାବରେ ଦାୟିତ୍ୱ ଘୋଷଣା କରିଛନ୍ତି। ରାଜ୍ୟ ସ୍ତରରେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା ସଂଯୋଜକ ଏବଂ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର ସହ- ସଂଯୋଜିକା ଭାବରେ ଦାୟିତ୍ୱ ପାଇଥିବା ବେଳେ ବିଶେଷ ଭାବରେ କଟକ ସହର, କଟକ ସଦର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲା ପାଇଁ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର। ପୁରୀ, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ପାଇଁ ରାଜ୍ୟ ଉପସଭାପତି ବିଧାୟକ ଲଳିତେନ୍ଦ୍ର ବିଦ୍ୟାଧର ମହାପାତ୍ର। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ରାଜ୍ୟ ଉପସଭାପତି ରବି ନାରାୟଣ ନାଏକ। ସୁନ୍ଦରଗଡ଼, ପାନପୋଷ, ବଣାଇ, ସମ୍ବଲପୁର ଏବଂ ଦେଓଗଡ଼ ଜିଲ୍ଲା ପାଇଁ ରାଜ୍ୟ ଉପାଧ୍ୟକ୍ଷା ସୁକେଶୀ ଓରାମ। ଗଞ୍ଜାମ, ଗଜପତି, ଘୁମୁସର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ। କେନ୍ଦୁଝର, ବାରିପଦା ଏବଂ ରାଇରଙ୍ଗପୁର ଜିଲ୍ଲା ପାଇଁ ରାଜ୍ୟ ସମ୍ପାଦକ ନବୀନ କୁମାର ରାମ ଦାୟିତ୍ୱରେ ଅଛନ୍ତି। ଏହାପରେ ଜିଲ୍ଲା ସ୍ତରରେ ୫ ଜଣ ସଦସ୍ୟଙ୍କୁ ନେଇ ସମିତି ଗଠନ କରି ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକର ଯୋଜନା, କାର୍ଯ୍ୟକାରିତା ଏବଂ ସମୀକ୍ଷା ନିରନ୍ତର ଭାବରେ କରିବାକୁ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ନିର୍ଦ୍ଦେଶନାମା ଜାରୀ କରିଛନ୍ତି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.