Home Top News ବିମାନ ଦୁର୍ଘଟଣାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଲେ ୪...

ବିମାନ ଦୁର୍ଘଟଣାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଲେ ୪ ଶିଶୁ

218

ନୂଆ ଦିଲ୍ଲୀ ଜୁନ୍ ୧୦ (ଓଡ଼ିଆ ପୁଅ): ବିମାନ ଦୁର୍ଘଟଣାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ୪ ଶିଶୁ। ଏହା ବିଶ୍ୱକୁ ଚକିତ କରିଛି। କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ଯେ କଲମ୍ବିଆର ଏକ ଆଦିବାସୀ ସମ୍ପ୍ରଦାୟର ୪ ଜଣ ଶିଶୁ ଶୁକ୍ରବାର ଦିନ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଏହି ଚାରି ଶିଶୁ ହେଉଛନ୍ତି ଗୋଟିଏ ପରିବାରର ଭାଇଭଉଣୀ।

ସୂଚନାଯୋଗ୍ୟଯେ, ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମଇ ୧ ତାରିଖରେ ଏହି ବିମାନ ୭ ଜଣ ଲୋକଙ୍କୁ ନେଇ ଯାଉଥିଲା, ମେ ୧ ତାରିଖ ସକାଳେ ଇଞ୍ଜିନ ଖରାପ ହେବା କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ପାଇଲଟ ଏବଂ ଶିଶୁଙ୍କ ମାଙ୍କ ସମେତ ତିନିଜଣ ବୟସ୍କଙ୍କ ମୃତ୍ୟୁ ଘଟିଥିଲା ଏବଂ ବିମାନ ଭିତରେ ସେମାନଙ୍କ ମୃତଦେହ ମିଳିଛି। କିନ୍ତୁ ଚାରି ଭାଇଭଉଣୀ ଜୀବିତ ଉଦ୍ଧାର ହୋଇଛନ୍ତି। ଖବର ଅନୁଯାୟୀ, ସେମାନଙ୍କ ବୟସ ଯଥାକ୍ରମେ ୧୩, ୯, ୪, ଏବଂ ୧୨ ମାସ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.