Home Top News ପପୁଲାର୍ ଡିସ୍ ଗଡ୍‌ଜିଲା ରାମେନ୍‌: ଚାଖିଲେ ବାନ୍ତି କରିଦେବେ ଆପଣ ..

ପପୁଲାର୍ ଡିସ୍ ଗଡ୍‌ଜିଲା ରାମେନ୍‌: ଚାଖିଲେ ବାନ୍ତି କରିଦେବେ ଆପଣ ..

55

ନୂଆଦିଲ୍ଲୀ: ତାଇଓ୍ଵାନର ଡଉଲିୟୁ ସିଟିରେ ଥିବା ଏକ ରେସ୍ତୋରାଁ ବାହାରେ ଗ୍ରାହକମାନେ ଦୀର୍ଘ ସମୟ ଧରି ଧାଡ଼ିବାନ୍ଧି ଗଡ୍‌ଜିଲା ରାମେନ୍‌ ନାମକ ଏକ ଡିସ୍ (ଖାଦ୍ୟ)କୁ ଖାଇବା ପାଇଁ ଭିଡ଼ ଲଗାଉଛନ୍ତି। ଗ୍ରାହକମାନଙ୍କୁ ଏକ ନୁଡୁଲସ୍‌ ଆଉ ସୁପ୍‌ ଭର୍ତ୍ତି ପାତ୍ର ଉପରେ ଏକ କୁମ୍ଭୀର ଗୋଡ଼ ଥାଇ ପ୍ରସ୍ତୁତ ହେଉଥିବା ଏହି ସ୍ୱତନ୍ତ୍ର ଖାଦ୍ୟ ଦିଆଯାଉଛି। ଯାହାର ନାମ ଗଡ୍‌ଜିଲା ରାମେନ୍‌। ରିପୋର୍ଟରୁ ପ୍ରକାଶ, ଏହି ଖାଦ୍ୟ ସାମଗ୍ରୀର ମୂଲ୍ୟ ୧୫୦୦ ତାଇଓ୍ଵାନ୍‌ ଡଲାରରୁ ଅଧିକ ହେବ ବୋଲି କୁହାଯାଉଛି। ଗଡ୍‌ଜିଲା ରାମେନ୍‌ ନାମକ ଏହି ଅଦ୍ଭୁତ ଖାଦ୍ୟକୁ ପ୍ରସ୍ତୁତ କରିବା ପାଇଁ ତାଇତୁଙ୍ଗର ଆକ୍ରୋକୋଡିଲ୍‌ ଫାର୍ମରୁ କୁମ୍ଭୀର ଗୋଡ଼ ସଂଗ୍ରହ କରାଯାଏ। ଯାହାକୁ ଆଗୁଆ ଅର୍ଡର କରିବାକୁ ପଡ଼ିଥାଏ। କାରଣ ଏହି ସାମଗ୍ରୀ ଗୁଡ଼ିକ ଦୈନିକ କେବଳ ମାତ୍ର ଦୁଇ ପ୍ଲେଟ୍‌ ପ୍ରସ୍ତୁତି ପାଇଁ ଉପଲବ୍ଧ ହୋଇଥାଏ। ଏହାକୁ ରାନ୍ଧିବା ପାଇଁ ଚାଳିଶରୁ ଅଧିକ ପ୍ରକାରର ପ୍ରାକୃତିକ ମସଲା ଏବଂ ତାଜା ଉପାଦାନ ବ୍ୟବହାର କରାଯାଇଥାଏ। ତେବେ, ଏହା ଖାଇବାକୁ ଅନେକ ସାହସ ଜୁଟାଇ ପାରୁନାହାଁନ୍ତି।

ଯେଉଁମାନେ କୁମ୍ଭୀର ଗୋଡ଼ ଖାଇବାକୁ ସାହସ କରୁନାହାନ୍ତି, ସେମାନଙ୍କୁ ଘୁଷୁରି, ଗୋମାଂସ ଓ ସାମୁଦ୍ରିକ ଖାଦ୍ୟ ସହିତ ଆଉ ଏକ ନୁଡଲ୍‌ ସୁପ ଖାଇବାକୁ ଦିଆଯାଉଛି। ହୁଏତ ଆପଣଙ୍କୁ ଏପରି ଖାଦ୍ୟ ପରସା ଯାଏ, ଆପଣ ହୁଏତ ବାନ୍ତି କରିଦେଇ ପାରନ୍ତି!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.