ରୋଟ୍ରାକ୍ଟ କ୍ଲବ ପକ୍ଷରୁ ଦହି ସର୍ବତ ବଣ୍ଟନ

ବାଲେଶ୍ୱର, ୩୦/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବର୍ଦ୍ଧିତ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ବାଲେଶ୍ୱର ରୋଟ୍ରାକ୍ଟ କ୍ଲବ ପକ୍ଷରୁ ଆଜି ସହରର ପଥଚାରୀଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ସହରର ସହଦେବଖୁଣ୍ଟାସ୍ଥିତ ବସଷ୍ଟାଣ୍ଡରେ ଏକ ଷ୍ଟଲରେ ବସଯାତ୍ରୀଙ୍କ ସମେତ ରାସ୍ତା ଯାତାୟତ କରୁଥିବା ପଥଚାରୀଙ୍କୁ ମଧ୍ୟ ଏହି ଦହିସର୍ବତ ପ୍ରଦାନ କରାଯାଇଥିଲା। ଦେଢ଼ ହଜାରରୁ ଅଧିକ ଲୋକ ଏଠି ଦହି ସର୍ବତ ପିଇଥିବା ଲକ୍ଷ୍ୟ କରାଯାଇଥିଲା। କ୍ଲବର ସଭାପତି ଶେଖ ଅଜଗର ଅଲ୍ଲୀ, ସମ୍ପାଦକ ଚିନ୍ମୟ ଗାୟନ, ପୂର୍ବତନ ସଭାପତି ଲକ୍ଷ୍ମୀକାନ୍ତ ସ୍ୱାଇଁ, ପୂର୍ବତନ ସମ୍ପାଦକ ଅର୍ସଦ କାଦ୍ରୀଙ୍କ ସମେତ ମନୋରଂଜନ ରାଉତ, ରାଜୀବ ଲୋଚନ ମୋଷ, ସମୀର ସେଠୀ, ଅଭିଷେକ ଦାସ, ଅନୁପ ସେଠୀ,…

"ରୋଟ୍ରାକ୍ଟ କ୍ଲବ ପକ୍ଷରୁ ଦହି ସର୍ବତ ବଣ୍ଟନ"

ନର୍ସଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଶିଶୁ ମୃତ୍ୟୁ ଅଭିଯୋଗ-କ୍ଲିନିକ୍ ରେ ପଶି ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା-.ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

ବାଲେଶ୍ୱର, ୩୦/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି)ଡାକ୍ତରଙ୍କ ଖାମଖିଆଲି ମନୋଭାବ ଓ ନର୍ସଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜନୈକ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗରେ ବାଲେଶ୍ୱର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛକସ୍ଥିତ ଡାକ୍ତର ବିଜୟ କୁମାର କରଙ୍କ କ୍ଲିନିକ୍ ରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମୃତ ଶିଶୁର ପିତାଙ୍କ ଲିଖିତ ଅଭିଯୋଗ ଅନୁସାରେ ମାମଲା ରୁଜୁ ସହ ଟାଉନ ଥାନା ପୁଲିସ ଡାକ୍ତର କରଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି। ସୋର ଥାନା ଆନ୍ତର୍ଗତ କମଲପୁର ଅଞ୍ଚଳର ଗଙ୍ଗାଧର ମହାଳିକ ପରିବାର ସହ ଶ୍ୱଶୁରଘର ଆସିଥିବା ଅବସରରେ ୮ ମାସର ଶିଶୁ ପୁତ୍ରକୁ ଥଣ୍ଡା ଓ ଜ୍ୱର ହୋଇଥିଲା। ସେ ଆଜି…

"ନର୍ସଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଶିଶୁ ମୃତ୍ୟୁ ଅଭିଯୋଗ-କ୍ଲିନିକ୍ ରେ ପଶି ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା-.ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ"

‘ଗୀତଗୋବିନ୍ଦ ସାଧକଠାରେ ଅଷ୍ଟ ସାତ୍ତ୍ୱିକ ଲକ୍ଷଣ ବିକଶିତ କରିଥାଏ’ ; ବାଲେଶ୍ୱରରେ ଶ୍ରୀ ଜୟଦେବ ଜୟନ୍ତୀ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ନୃତ୍ୟ ସଙ୍ଗୀତ କଳା ମନ୍ଦିର ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ମହାକବି ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିବା ସହିତ ମହାକାବ୍ୟ ‘ଗୀତଗୋବିନ୍ଦ’ର ରଚୟିତା ଶ୍ରୀ ଜୟଦେବଙ୍କ ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପ୍ରତିନିଧି ଭାବେ ତାଙ୍କର କାବ୍ୟ ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ ବୋଲି ଶ୍ରୀ ପାଣି ମତ ପ୍ରକାଶ କରିଥିଲେ। ପ୍ରଫେସର ମଥୁରାନଥ ହୋତା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦର…

"‘ଗୀତଗୋବିନ୍ଦ ସାଧକଠାରେ ଅଷ୍ଟ ସାତ୍ତ୍ୱିକ ଲକ୍ଷଣ ବିକଶିତ କରିଥାଏ’ ; ବାଲେଶ୍ୱରରେ ଶ୍ରୀ ଜୟଦେବ ଜୟନ୍ତୀ"

ସଦର ବ୍ଲକ ଅଞ୍ଚଳରେ ୩ ରାସ୍ତା ଶିଳାନ୍ୟାସ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଆଜି ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଆର.ଡି ରୋଡ଼ରୁ ହସନପୁର ଭାୟା ଗୋବିନ୍ଦପୁର ରାସ୍ତା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଆର.ଡି ରୋଡରୁ ନଳକୁଲି ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି। ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ସଦର ବ୍ଲକ ଅଧ୍ୟକ୍ଷ ନରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶୁଭ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। ସେହିପରି କଷାଫଳ ପଞ୍ଚାୟତରେ ଆର.ଡି ପଣ୍ଡା ଛକ ରସ୍ତା ଠାରୁ ବାରୁଣୀ ମେଳା ରାସ୍ତର ମଧ୍ୟ ବାଲେଶ୍ୱର…

"ସଦର ବ୍ଲକ ଅଞ୍ଚଳରେ ୩ ରାସ୍ତା ଶିଳାନ୍ୟାସ"

ବ୍ଲକସ୍ତରୀୟ କୃଷକ ଦିବସ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦାସାରଗାଁ ପଞ୍ଚାୟତର ଅଲପାଳରେ ଆଜି ପବିତ୍ର ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ କୃଷକ ଦିବସ ଅନୁଷ୍ଟିତ ହୋଇଥିଲା। ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଓ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଅକ୍ଷିମୁଠି ବୁଣିବା ସହିତ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ନରାୟଣ ପ୍ରଧାନ, ସଦର ବିଡିଓ ହରିହର ଜେନାଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ବହୁ ପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ।

"ବ୍ଲକସ୍ତରୀୟ କୃଷକ ଦିବସ"

ଶିବସେନା ପକ୍ଷରୁ ଛତ୍ରପତି ଶିବାଜୀ ଜୟନ୍ତୀ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଶିବସେନା ବାଲେଶ୍ୱର ଶାଖା ପକ୍ଷରୁ ମରାଠା ସମ୍ରାଟ ଛତ୍ରପତି ଶିବାଜୀଙ୍କ ୩୯୦ତମ ଜୟନ୍ତୀ ସହରର ସହଦେବଖୁଣ୍ଟାସ୍ଥିତ ଉତକଳ ବାଳାଶ୍ରମ ପରିସରରେ ପାଳିତ ହୋଇଯାଇଛି। ଶିବସେନା ଜିଲ୍ଲା ସଭାପତି ଆଇନଜୀବୀ ପଦ୍ମଲୋଚନ ପତି ଏଥିରେ ଅଧ୍ୟକ୍ଷତା କରିବା ସହ ଛତ୍ରପତିଙ୍କ ଆଦର୍ଶ ଅନୁପ୍ରାଣୀତ ହୋଇ ଯୁବଶକ୍ତିକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ଦଳର ଉତ୍ତର ଓଡ଼ିଶା ସମ୍ପର୍କ ପ୍ରମୁଖ ଅକ୍ଷୟ କୁମାର ଦାସ, ମନୋରଂଜନ ପରିଡ଼ା, ଗୁନା ମହାପାତ୍ର, ଅରବିନ୍ଦ ଆଚାର୍ଯ୍ୟ, ମଣ୍ଟୁଦାସ, ରଂଜନ ବାରିକ, ସୁଶାନ୍ତ ସ୍ୱାଇଁ, ନାରାୟଣ ମହାନ୍ତି, ସୀତାରାଣୀ ଜେନା ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ଛତ୍ରପତି ଶିବାଜୀଙ୍କ ଜୀବନାଦର୍ଶ ଓ ଭାରତ ଇତିହାସ ସମ୍ପର୍କରେ ଆଲୋଚନା…

"ଶିବସେନା ପକ୍ଷରୁ ଛତ୍ରପତି ଶିବାଜୀ ଜୟନ୍ତୀ"

ଆମ୍ବଗଛରୁ ପଡ଼ି ଛାତ୍ରର ମୃତ୍ୟୁ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଆମ୍ବ ତୋଳୁଥିବା ବାଳେ ଗଛରୁ ଖସିପଡ଼ି ନୀଳଗିରି ଅଞ୍ଚଳର ଜନେହକ ଛାତ୍ରଙ୍କର ଆଜି ମୃତ୍ୟୁ ହୋଇଯାଇଛି। ନୀଳଗିରି ଥାନା ଅନ୍ତର୍ଗତ ଗରିଡ଼ି ପଞ୍ଚାୟତର କଳାକାତ ଗ୍ରାମର ସୁକେନ୍ଦ୍ର ସିଂଙ୍କ ପୁତ୍ର ଚନ୍ଦନ ସିଂ (୧୪) ଭୁବନେଶ୍ୱରସ୍ଥିତ କିଟ୍ସ ସ୍କୁଲରେ ପାଠ ପଢ଼ନ୍ତି। ଖାରାଛୁଟିରେ ସେ ଘରକୁ ଆସିଥିଲେ। ଆଜି ସକାଳେ ଘର ପାଖ ଏକ ଆମ୍ବଗଛରେ ଚଡ଼ି ସେ ଆମ୍ବ ପାରୁଥିବା ବେଳେ ଅସାବଧାନତା ଯୋଗୁଁ ତଳେ ଖସିପଡ଼ିଥିଲା। କାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନଙ୍କର ମୃତ୍ୟୁ ହୋଇଯାଇଛି। ଚନ୍ଦନଙ୍କ ମୃତ୍ୟୁରେ ପରିବାର ଲୋକେ ମ୍ରିୟମାଣ…

"ଆମ୍ବଗଛରୁ ପଡ଼ି ଛାତ୍ରର ମୃତ୍ୟୁ"

ଆଇନ ମହାବିଦ୍ୟାଳୟ ଅଲୁମନି ସଂଘ ପକ୍ଷରୁ ମଧୁସୂଦନ ଜୟନ୍ତୀ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବାଲେଶ୍ୱର ଆଇନ ମହାବିଦ୍ୟାଳୟ ଅଲୁମନି ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ ଲଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନଜୀବୀ ବୃତ୍ତି ସହିତ ଜନସେବାକୁ କିପରି ମଧୁବାବୁ ମିଶାଇ ପାରିଥିଲେ, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବରିଷ୍ଠ ଆଇନଜୀବୀ ଜୟରାମ ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ଓକିଲମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ରାୟମୋହନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ-ସଭାପତି ବୈଲୋଚନ ଦାଶ, ସମ୍ବିତ…

"ଆଇନ ମହାବିଦ୍ୟାଳୟ ଅଲୁମନି ସଂଘ ପକ୍ଷରୁ ମଧୁସୂଦନ ଜୟନ୍ତୀ"

ପାହାନ୍ତିତାରା ପକ୍ଷରୁ ସ୍ୱାଭିମାନ ଦିବସ

ବାଲେଶ୍ୱର, ୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ପାହାନ୍ତିତାରା ସାହିତ୍ୟାନୁଷ୍ଠାନ ଓ ଅପ୍ ନା ତର୍ଜୁମାନ କେବୁଲ୍ ଟିଭି ଚ୍ୟାନେଲ୍ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ‘ସ୍ୱାଭିମାନ ଦିବସ’ ଭାବେ ସ୍ଥାନୀୟ ମିଶନ୍ ପ୍ରାଇମେରୀ ସ୍କୁଲ୍ ପରିସରରେ ପାଳିତ ହୋଇଯାଇଛି। ବିଶିଷ୍ଟ ଆର୍ୟୁବେଦ ଚିକିତ୍ସକ ଡାକ୍ତର କୁନାନନ୍ଦ ଗିରି, ପ୍ରାବନ୍ଧିକ ବାଛାଂନିଧି ଦାସ, ଗବେଷକ ଡ. ମନ୍ମଥ କୁମାର ପ୍ରଧାନ ଓ ବିଶିଷ୍ଟ ଉର୍ଦ୍ଧୁ କବି ଇନାୟତ୍ ଅଲ୍ଲୀ ଖାନ୍ ଏଥିରେ ଯୋଗଦେଇ ମଧୁବାବୁଙ୍କ ଜୀବନାଦାର୍ଶ ଓ ଜନସେବା ସମ୍ପର୍କରେ ଆଲୋଚନା କରିଥିଲେ। ଜଣେ ସ୍ୱାଭିମାନୀ ବ୍ୟକ୍ତିତ୍ୱ ଭାବେ ମାଟି- ମାଆ ଓ ମାତୃଭାଷା ପାଇଁ ସେ ତାଙ୍କର ଜୀବନକୁ ସମର୍ପିତ କରିଥିଲେ। ପ୍ରତ୍ୟେକ ଓଡ଼ିଆ ମଧୁବାବୁଙ୍କୁ…

"ପାହାନ୍ତିତାରା ପକ୍ଷରୁ ସ୍ୱାଭିମାନ ଦିବସ"

କୃଷି ଭିତ୍ତିକ ଗଣପର୍ବ ଅକ୍ଷୟ ତୃତୀୟା

ବାଲେଶ୍ୱର,୨୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି)ମହାନ ଉତ୍କଳୀୟ ସଂସ୍କୃତିର ଅନ୍ୟତମ କୃଷି ଭିତ୍ତିକ ଗଣପର୍ବ ପିବତ୍ର ଅକ୍ଷୟ ତୃତୀୟା ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଶ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହାକୁ କେତେକ କୃଷକ ଦିବସ ବୋଲି ଅଭିହିତ କରିଥା’ନ୍ତି। ରାଜ୍ୟ କୃଷି ବିଭାଗ ପକ୍ଷରୁ ପିପିଲିଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ବେଶ ଧୁମଧାମରେ ପାଳନ କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ବାଲେଶ୍ୱରର ବସ୍ତା ଅଞ୍ଚଳରେ ନିଷ୍ଠାର ସହ ପାଳିତ ହୋଇଛି। ପ୍ରତ୍ୟେକ ଓଡ଼ିଆ ଘରେ ଧରଣୀ ମାଆଙ୍କୁ ପୂଜାର୍ଚ୍ଚନା ପୂର୍ବକ ଅଖିମୁଠି ଅନକୂଳ କରାଯାଇଛି। ସେହିଭଳି ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଆଜି ଏହି ପର୍ବକୁ ବେଶ ହର୍ଷଉଲ୍ଲାସର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି…

"କୃଷି ଭିତ୍ତିକ ଗଣପର୍ବ ଅକ୍ଷୟ ତୃତୀୟା"