Home ଜିଲ୍ଲା ପରିକ୍ରମା କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ଭଦ୍ରକର ମିଳିତ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ, ଦିଲ୍ଲୀ ଚଲୋ,...

କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ଭଦ୍ରକର ମିଳିତ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ, ଦିଲ୍ଲୀ ଚଲୋ, କୃଷକ ଆନ୍ଦୋଳନକୁ ସଂହତି ଜଣାଇ ଅଖିଳ ଭାରତ କୃଷକ ସଂର୍ଘଷ ସମନ୍ୱୟ ସମିତି ପକ୍ଷରୁ ଭଦ୍ରକରେ ପ୍ରତିବାଦ

51

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ସାରା ଦେଶରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ବଢିବା ସହିତ ଦିଲ୍ଲୀର ମୁଖ୍ୟ ରାଜପଥକୁ ଅବରୋଧ କରାଯାଇ ହଜାର ହଜାର ଚାଷୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କୃଷକ ସର୍ବନାଶକାରୀ ତିନୋଟି କୃଷିବିଲ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀରେ ଆଜି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି(ଏଆଇକେଏସସିସି) ଭଦ୍ରକ ପକ୍ଷରୁ ବନ୍ତଛକଠାରେ କେନ୍ଦ୍ରର ଜନବିରୋଧୀ, କୃଷକ ବିରୋଧୀ,ଶ୍ରମିକ ବିରୋଧ ମୋଦି ସରାକାରଙ୍କ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ବୈଲୋଚନ ଜେନା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଦିବ୍ୟସଂହ ନାୟକ, ସମର ବଳ, ପ୍ରଫୁଲ ପାଢୀ, ରାଧା ଦାସ,ଚନ୍ଦ୍ରଶେଖର ନାୟକ, ସଂଗ୍ରାମ ବଳ,ତ୍ରିଲୋଚନ ପଣ୍ଡା, ଶୁଭେନ୍ଦ୍ର ପ୍ରତାପ ମହାନ୍ତି,ରମେଶ ନାୟକ,ପ୍ରଭାସ ମହାପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷିବିଲ୍ ଉପରେ ବିଷୋଧଗାର କରିଥିଲେ । କୃଷକ-କୃଷିବ୍ୟବସ୍ଥା ଧ୍ୱଂର୍ସକାରୀ,କଣ୍ଟାକ୍ ଫାମିର୍ଣ୍ଣି,ଠିକାଚାଷ, ଚୁକ୍ତ୍‌ିବଦ୍ଧ ଚାଷ ଆଇନ୍ ୨୦୨୦କୁ ରଦ୍ଧ କରିବା, କୃଷକ ବିରୋଧୀ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା,ଜନବିରୋଧୀ ଏବଂ କୃଷକ ବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ଆଇନ୍ ୨୦୨୦କୁ ରଦ୍ଧ କରିବା, ଖାଉଟି ଓ କୃଷକ ବିରୋଧୀ ଅତ୍ୟାବଶକ ସାମଗ୍ରୀ(ସଂଶୋଧନ ଆଇନ୍‌) ୨୦୨୦ ରଦ୍ଧ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡିବ୍ୟବସ୍ଥାକୁ ସୁଦୃଢ କରି ସମସ୍ତ କୃଷିଜାନ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରଦାନ ପାଇଁ ସୁନିଶ୍ଚିତ କରିବା,ଚାଷୀକୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରଟଙ୍କା ଧାର୍ଯ୍ୟ କରିବା ଆଦି ଦାବୀରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉକ୍ତ ଆନ୍ଦୋଳନରେ ମାନସ ସାହୁ, ସତ୍ୟରଂଜନ ନାୟକ, ପ୍ରତାପ ସେଠୀ, ବିନୋଦ ସାହୁ, ଜୟନ୍ତି ବିଶ୍ୱାଳ, ଶ୍ରୀରାମ ସୁରୂପ ମହାପାତ୍ର, ଏସକେ କାଲୁ, ଏସକେ କମର,ଭାଗିରଥି ପ୍ରଧାନ, କରୁଣାକର ରାଉତ,ସନାତନ ପ୍ରଧାନ, ଲମ୍ବୋଧର ପ୍ରଧାନ ଅଶୋକ ରାଉତ,ମଳୟ ଭୋଇ, ବିଷ୍ଣୁ ଦାସ, ଅଭିରାମ ବଳ, ରଂଜନ ନାୟକ,ରମାକାନ୍ତ ଦାସ,କିଶୋର ଜେନା, ସୁବ୍ରତ ସାମଲ, ସଞ୍ଜୟ ମହାନ୍ତି, ଜଗନ୍ନାଥ ବେହେରା ପ୍ରମୁଖ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.