Home ଓଡ଼ିଶା ରଣପୁର ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ପରିବହନ ସଂଘର ଧାରଣା ୨ୟ ଦିନରେ

ରଣପୁର ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ପରିବହନ ସଂଘର ଧାରଣା ୨ୟ ଦିନରେ

23

ନୟାଗଡ/୦୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଫିସ ଆଗରେ ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ପରିବହନ ସଂଘର ମାଲିକ ମାନେ ମିଳିତ ଭାବେ ୫ ଦଫା ଦାବି ନେଇ ଧାରଣା ଦେଇଥିବା ଜଣାପଡିଛି । ଏହି ଦାବି ୨ୟ ଦିନରେ ପହଂଚିଛି । ଏହି ଧାରଣା ରେ ୨ ଶହ ରୁ ଉର୍ଦ୍ଧ ମାଲିକ ମାନେ ସାମିଲ ହୋଇଥିବା ଜଣାପଡିଛି । ଏହି ମାଲିକ ମାନଙ୍କ ଉପରେ ୫ ହଜାର ରୁ ଉର୍ଦ୍ଧ ଡ୍ରାଇଭର, ହେଲଫର ଓ ଶ୍ରମ କର୍ମଚାରି ମାନେ ନିର୍ଭର କରିଥାନ୍ତି । ପ୍ରଶାସନର ଚାପ ଯୋଗୁଁ ଦୀର୍ଘ ୯ମାସ ହେଲା ରଣପୁର ଅଂଚଳରେ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଯାହା ଫଳରେ ୫ ହଜାର ରୁ ଉର୍ଦ୍ଧ ପରିବାର ସେମାନଙ୍କ ଜୀବିକା ହରାଇଛନ୍ତି । ଦାବି ମଧ୍ୟରେ ରହିଛି ପ୍ରଶାସନ ତରଫରୁ ଗୃହ ନିର୍ମାଣ ନିର୍ମିତ ଆବଶ୍ୟକୀୟ ଉପକରଣ ଉପରେ ଦୁଇ ଦୁଇ ଥର ରୟାଲିଟି ଆଦାୟ କରାଯାଉଛି ।

କାମଧନ୍ଦା ହରାଇଥିବା ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ କୁ କାମଧନ୍ଦା ଯୋଗାଇ ଦିଆଯାଉ । ସରକାରୀ ସ୍ତର କାର୍ଯ୍ୟରେ ଗାଡି ମାଲିକ ମାନଙ୍କୁ ବିନିଯୋଗ କରାଯାଉ । ଏହି ପରିବହନ କାର୍ଯ୍ୟରେ ନିଯୁକ୍ତଥିବା ଡ୍ରାଇଭର, ହେଲପର ଓ ଶ୍ରମିକ ମାନଙ୍କ ଉପରେ ହେଉଥିବା ମାଡ ଓ କୋର୍ଟ ଚାଲାଣ କୁ ବନ୍ଦ କରାଯାଉ । ପରିବହନ ସମୟରେ ପ୍ରଶାସନ ତରଫରୁ ଧରପଗଡ ସମୟରେ କରାଯାଉଥିବା ଫାଇନ କୁ ୧୦ ହଜାର ମଧ୍ୟରେ ସିମିତ ରଖାଯାଉ । ଧାରଣାସ୍ଥଳ କୁ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ପହଂଚି ଧାରଣା ଦେଇଥିବା ଗାଡି ମାଲିକ ମାନଙ୍କୁ ବୁଝା ସୁଝା କରି ରଣପୁର ତହସିଲଦାର ଙ୍କ ସହ ଆଲୋଚନା କରି ଧାରଣା ହଟାଇବା ପାଇଁ କହିଯାଇଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ତହସିଲଦାର ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ମହାଶୟ ଫୋନ ଉଠାଇ ନଥିଲେ । ଖବର ଲେଖା ହେଲା ପର୍ଯ୍ୟନ୍ତ ତହସିଲଦାର ଓ ଗାଡି ମାଲିକ ଙ୍କ ମଧ୍ୟରେ  ଆଲୋଚନା ଚଲିଥିଲେ ମଧ୍ୟ କୈଣସି ନିର୍ଯ୍ୟାସ ବାହାରି ନଥିବା ଜଣାପଡିଛି । ତେଣୁ ଧାରଣା ଅବ୍ୟାହତ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.