Home ଜିଲ୍ଲା ପରିକ୍ରମା ଚଳିତ ବର୍ଷ ବନ୍ଦ ରହିବ ଜିଲ୍ଲା ମହୋତ୍ସବ ଭଦ୍ରାୟନୀ

ଚଳିତ ବର୍ଷ ବନ୍ଦ ରହିବ ଜିଲ୍ଲା ମହୋତ୍ସବ ଭଦ୍ରାୟନୀ

23

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ କରୋନା ପାଇଁ ଲାଗୁ ହୋଇଥିବା କଟକଣା ଯୋଗୁ ଜିଲ୍ଲା ମହୋତ୍ସବ ‘ଭଦ୍ରାୟନୀ – ୨୦୨୦’ ଅନୁଷ୍ଠିତ ହେବ ନାହିଁ । ଜିଲ୍ଲା ମହୋତ୍ସବ କୋର୍ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋର କମିଟି ସଦସ୍ୟ ଅତରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଯୋଗ ଦେଇ ସଂପ୍ରତି ଦେଶ ତଥା ରାଜ୍ୟରେ କରୋନା ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ କୋବିଡ଼ ଗାଇଡ ଲାଇନ ଅନୁଯାୟୀ ସାଂସ୍କୃତିକ କାର୍ଯ୍ୟକ୍ରମ ଏବ ଜନସମାଗମ ଉପରେ କଟକଣା ଜାରି ରହିଥିବାରୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ମହୋତ୍ସବକୁ ବନ୍ଦ ରଖିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.