Home ଜିଲ୍ଲା ପରିକ୍ରମା ବାଇକ୍ ଧକ୍କାରେ ଜଣେ ମୃତ

ବାଇକ୍ ଧକ୍କାରେ ଜଣେ ମୃତ

41

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ-ବାରିକପୁର ରାସ୍ତାର ବରଡେଶ୍ୱର ଆମ୍ପୋର ଛକ ମଧ୍ୟବର୍ତ୍ତୀ ସ୍ଥାନ ରେ ଆଜି ଦିନ ପ୍ରାୟ୨ଟା ସମୟରେ ୨ଗୋଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଆରୋହୀଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିବା ପରେ କିଛିକ୍ଷଣ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସଙ୍ଗେସଙ୍ଗେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାରୁପ୍ରକାଶ ଯେ, ଆଜି ଦିନ ମଧ୍ୟାହ୍ନରେ କେନ୍ଦୁଆପଦା ଫାଣ୍ଡି ଅଧିନ ରାଛୁଗଢ଼ିଆ ଗ୍ରାମର ସୁଦର୍ଶନ ମାଝୀ ଓ ତାଙ୍କ ପୁଅ କମଳାକାନ୍ତ ବାଇକ୍‌ରେ ଗ୍ରୀଲ ନେଇ ବାରିକପୁରରୁ କେନ୍ଦୁଆପଦା ଆଡ଼କୁ ଆସୁଥିଲେ । ସେହି ସମୟରେ ଭଣ୍ଡାରିପୋଖରୀ ବ୍ଲକ ହାଟଡ଼ିହୀ ଗ୍ରାମର ଜଳନ୍ଧର ଜେନା(୩୦) ବାଇକ୍ ନେଇ ବିପରୀତ ଦିଗକୁ ଯାଉଥିଲେ । ଉଭୟ ବାଇକ୍ ଭାରସ୍ୟାମ ହରାଇବାରୁ ଆମ୍ପୋର ଛକ ନିକଟସ୍ଥ ମା ସମଲେଶ୍ୱରୀ ଟ୍ରାନ୍ସଫରମର ଫ୍ୟାକ୍ଟ୍ରି ଠାରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଜଳନ୍ଧରଙ୍କର ମୃତ୍ୟୁ ଘଟିଥିଲା । ସୁଦର୍ଶନ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲା ବେଳେ ରାସ୍ତାରେ ଯାଉଥିବା ଲୋକମାନେ ଆହତଦ୍ୱୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇବା ସହ କେନ୍ଦୁଆପଦା ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ଖବରପାଇ କେନ୍ଦୁଆପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଜଳନ୍ଧରର ଶବ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା । ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ୍ ୨ଟିକୁ ଜବତ୍ କରି ଫାଣ୍ଡିକୁ ଆଣାଯାଇ ତଦନ୍ତ ଜାରି ରଖିଛି । ଆହତ କମଳାକାନ୍ତ ଭଦ୍ରକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ସୁଦର୍ଶନଙ୍କୁ କଟକ ରେଫର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.