Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

35

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ବିଶ୍ୱଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଶାଖା ଓ ସାମାଜିକ ସଙ୍ଗଠନ ‘ଉମିଦ’ ଫାଉଣ୍ଡେସନ ସହଯୋଗରେ ସମାରୋହ ଅନୁଷ୍ଠିତ ହୋଇଥିଲା । ରେ ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟଅତିଥି ସ୍ଥାନୀୟ ବିଡିଓ ବିଜୟ କୁମାର ସାହୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଭିନ୍ନକ୍ଷମ ଛାତ୍ରୀ ଧରିତ୍ରୀ ବାରିକ ସ୍ୱାଗତିକା ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ ମୁଖ୍ୟବକ୍ତା, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅ୍ମକ୍ଷ ଭରତ ଚନ୍ଦ୍ର କରଣ, ପଞ୍ଚାୟତ ସମିତି ପୂର୍ବତନ ଅ୍ମକ୍ଷ ପ୍ରଣିତକାନ୍ତି ସାମଲ, ଉପା୍ମକ୍ଷ ସତ୍ୟବତ୍ର ଦାସ, ସମାଜସେବୀ ଉତ୍କଳ କେଶରୀ ମହାନ୍ତି, ବ୍ଲକ ସମାଜମଙ୍ଗଳ ଅଧକାରୀ ବିଜୟାନନ୍ଦ ରାଉତ, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଏଏସଆଇ ଅନୁରାଗ ମହାନ୍ତି, ସ୍ଥାନୀ ୟସରପଞ୍ଚ ବିଜୟ ଶଙ୍କର ମହାନ୍ତି, ସମାଜସେବୀ ସ୍ୱର୍ଣ୍ଣଲତା ନାୟକ, ମଞ୍ଚର ଭଦ୍ରକ ଜିଲ୍ଲା ସଭାପତି ଯଦୁମଣି ଦାସ, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ସମାଜରେ ସହଯୋଗ, ସହାନୁଭୁତି, ଓ ଦରଦ ଲୋଡା ବୋଲି ମତଦେଇ ଭଣ୍ଡାରିପୋଖରୀ ମାଟିର ଭିନ୍ନକ୍ଷମ ଅକ୍ଷୟ ଓ ରାଖାଲ ସମାଜ ପାଇଁ ଉଦାହରଣ ଭାବେ ପରିଚିତି ଲାଭ କରିଛନ୍ତି । ଏହି ଅବସରରେ ଜ୍ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧି ସୁବାସ ବେହେରା, ଦିଲ୍ଲିପ ବାରିକ, ଚନ୍ଦ୍ରକାନ୍ତ ରାଉତ, କେଶବ ସାହୁ, ସ୍ୱର୍ଣ୍ଣଲତା ପଣ୍ଡା, ବିଜୟ ଦାସ, ଭାସ୍କର ଚନ୍ଦ୍ର ଜେନା, କରୁଣାକର ସାହୁ ପ୍ରମୁଖଙ୍କ ସହ ବିଭିନ୍ନ ସାମ୍ବାଦିକଙ୍କୁ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଦୁଇଜଣ ଭିନ୍ନକ୍ଷମଙ୍କୁ ମଞ୍ଚ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଉମିଦ ପରିବାର ସଦସ୍ୟ ବିଶ୍ୱମ୍ଭର ରାଉତ ଅତିଥି ପରିଚୟ ଓ ସଭା ସଂଯୋଜନା କରିଥିବା ବେଳେ ସମ୍ପାଦକ ରାଜେଶ ବାରିକ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.