Home କେନ୍ଦୁଝର ପାଣିପାଇଁ ରାସ୍ତାରୋକ

ପାଣିପାଇଁ ରାସ୍ତାରୋକ

37

ହାଟଡିହି- ୩/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଗକୁ ଆସୁଛି ଖରାଦିନ, କିନ୍ତୁ ଆଜି ଠୁଁ ଆରମ୍ଭ ହୋଇଗଲାଣି ପାନୀୟଜଳ ଶଙ୍କଟ । ଏପରିକି ଲୋକମାନେ ପିଇବା ପାଣିଟୋପାଏ ନପାଇବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମରେ । ଗ୍ରାମରେ ବାସ କରନ୍ତି ୮୦ରୁ ଉର୍ଦ୍ଧ ଆଦିବାସୀ ପରିବାର । ଗାଁରେ ପାନୀୟ ଜଳଯୋଗାଣ ପାଇଁ ଅଛି ତିନୋଟି ନଳକୂପ ମାତ୍ର ସେଥିମଧ୍ୟରୁ ଦୁଇଟି ନଳକୂପ ଅଚଳ ।ବାରମ୍ବାର ଅଭିଯୋଗ କଲେବି ପଞ୍ଚାୟତ ପକ୍ଷରୁ ଏହାକୁ ମରାମତି କରାଯାଉନି । ଗୋଟିଏ ମାତ୍ର ନଳକୂପ ଅଛି ଯେ ସେଥିରୁ ପୋକ ବାହାରୁଛନ୍ତି । ଆଉ ଗୋଟିଏ କୁଅ ଅଛିଯେ ସେଥିରେ ୪୦ଫୁଟ ତଳେ ପାଣି । ଘାସଲଟା ଘେରି ଦୁଶିତଃ ପରିବେଶ ସୃଷ୍ଟି ହୋଇଯାଇଛି । ଫଳରେ ଗ୍ରାମବାସୀମାନେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମକୁ ଯାଇଥିବା ପାନୀୟ ଜଳ ପ୍ରକଳ୍ପ ଗତ ୫ମାସ ହେଲା ଅଚଳ ହୋଇ ପଡିଛି । ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇପଡିବାରୁ ଅଚଳ ହୋଇପଡିଛି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ । ତେଣୁ ଗାଁ ଲୋକମାନେ ଏକମାତ୍ର ନଳକୂଅରୁ ଧାଡି ଲଗାଇ ପାଣି ନେଉଛନ୍ତି । ଗୋଟିଏ ବାଲଟି ପାଣିପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ପାନୀୟଜଳ ପ୍ରକଳ୍ପରୁ ପାଣି ଆସୁନଥିବାରୁ ଷ୍ଟାଣ୍ଡପୋଷ୍ଟ ଗୁଡିକ ଭାଙ୍ଗି ପଡିଲାଣି । ଗାଁ ଲୋକେ ସରପଞ୍ଚଙ୍କ ନିକଟରେ ଏନେଇ ଅଭିଯୋଗ କରିକରି ଥକି ଗଲେଣି । ସରପଞ୍ଚ ଅନୁଦାନ ଆସିନାହିଁ ତେଣୁ ବତଦ୍ୟୁତ ବିଲ ଦିଆଯାଇପାରୁ ନି ତେଣୁ ଲାଇନ କାଟି ଦିଆଯାଇଛି । ମୁଁ କଣ କରିପାରିବି ବୋଲି କହୁôତବାବେଳେ ଗତକାଲି ଗ୍ରାମବାସୀମାନେ ବିଡିଓଙ୍କୁ ଭେଟି ଅଭିଯୋଗ କରିବାରୁ ଟଙ୍କା ପଞ୍ଚାୟତକୁ ଯାଇଥିଲା । ସେ କାହିଁକି ଡିପୋଜିଟ ନକଲେ ବୋଲି କହିଛନ୍ତି । ହେଲେ ଗ୍ରାମବାସୀଙ୍କ କଥା ବୁଝିବାକୁ କେହି ନାହିଁ । ସେମାନେ ଆଦିବାସୀ ଲୋକ ହୋଇଥିବାରୁ ପିଇବା ପାଣିଟୋପାଏ ପାଇଁ ବାରମ୍ବାର ତାଙ୍କୁ ହଇରାଣ ହରକତ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଇନ୍ଦୁମତି ବାସ୍କେ, ବାଦଲ ଚାତାର, ଦିବାକର ସାମାଡ, ରାମ ହୋ, ମାନସ ପୁର୍ତ୍ତୀ, ବାବୁଲି ହୋ, ଗଣେଶ ହେମ୍ରମ, ଘନ ହେମ୍ରମ, ରବିନ୍ଦ୍ର ମୁଦୁଲି, ତୁଳସୀ ହୋ, ସେବତୀ ହୋ, ବେଲ ହୋ, ଝରା ପଲେଇ, ସିମି ଚାତାର, ସୀତା ମୁଣ୍ଡା, ହେମଲତା ପାତ୍ରଙ୍କ ସମେତ ଶହ ଶହ ଗ୍ରାମବାସୀ ଛେନାପଦି-ହଦଗଡ ରାସ୍ତାକୁ ଅବରୋଧ କରି ସକାଳୁ ଦିନ ୧୦ଟା ପର‌୍ୟ୍ୟନ୍ତ ବସିରହଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଅନେକ ଯାନବାହାନ ଅଟକି ରହିଥô୍ଲା । ଯାତ୍ରୀବାହୀ ଗାଡି ଗୁଡିକ ଅଟକି ଯିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ସୋସୋ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ସରପଞ୍ଚଙ୍କୁ କହିବାପରେ ପାନୀୟଜଳ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ଦିଆଯିବା ପରେଯାଇ ଲୋକମାନେ ରାସ୍ତାରୋକରୁ ହଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.