Home ଜିଲ୍ଲା ପରିକ୍ରମା ବନ୍ତରେ ନ୍ୟାୟାଳୟ ପ୍ରତିଷ୍ଠାପାଇଁ ଗୃହ ମରାମତି ସରିବାର ଏକ ବର୍ଷ ରୁ ଅଧିକ ସମୟ ବିତିଲା,...

ବନ୍ତରେ ନ୍ୟାୟାଳୟ ପ୍ରତିଷ୍ଠାପାଇଁ ଗୃହ ମରାମତି ସରିବାର ଏକ ବର୍ଷ ରୁ ଅଧିକ ସମୟ ବିତିଲା, ହେଲେ କାର୍ଯ୍ୟକାରିତାର ବିଳମ୍ବତା କୁ ନେଇ ଜନଅସନ୍ତୋଷ ବୃଦ୍ଧି

48

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇ ଜନସାଧାରଣଙ୍କୁ ସରଳ ଓ ସୁବିଧାରେ ଆଇନଗତ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ ଗୋଟିଏ ଲେଖାଏଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା କରିବାର ଯୋଜନା କରିଛନ୍ତି । ଇତିମଧ୍ୟରେ ଭଦ୍ରକ ଜିଲାର ଧାମନଗର ,ଚାନ୍ଦବାଲି ବ୍ଲକ ରେ ଉକ୍ତ କୋଟ କିଛି ବର୍ଷ ହେବ ପ୍ରତିଷ୍ଠା ହୋଇସାରିଥିବାବେଳେ ସମସ୍ତ ଦୃଷ୍ଟି କୋଣରୁ ବନ୍ତ ଏକ ସମସ୍ୟା ବହୁଳ ଅଂଚଳ ହୋଇଥିବାରୁ ଉକ୍ତ ସ୍ଥାନରେ କୋଟ ପ୍ରତିଷ୍ଠା କରିବା ଅବଶ୍ୟମ୍ଭାବି ହୋଇପଡ଼ିଛି । ଏହି ବ୍ଲକ ଅଧିନରେ ଏକ ଲକ୍ଷ ସତୁରୀ ହଜାର ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଥିବାରୁ ଜନସଂଖ୍ୟାର ଘନତା ,ଦୂରତା ଓ ବିଭିନ୍ନ ମାମାଲା କୁ ନେଇ ପୂର୍ବରୁ ବନ୍ତରେ କୋଟ ପ୍ରତିଷ୍ଠା ହେବାର ସୂଚନା ମିଳିଥିଲା । ଏହାକୁ ଯଥାଶିଘ୍ର କାର୍ଯ୍ୟକାରୀ କରିବାପାଇଁ ଓକିଲ ସଂଘ , ସର୍ବସାଧାରଣ ଜନତା ଓ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ଦାବୀପତ୍ର ପ୍ରଦାନ ପରେ ବନ୍ତ କଲ୍ୟାଣ ମଣ୍ଡପକୁ ମରାମତି କରାଯାଇ ସେଥିରେ ଅସ୍ଥାୟୀ କୋଟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା । ଇତି ମଧ୍ୟରେ ଉକ୍ତ ଗୃହର ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇ ଏକବର୍ଷରୁ ଅଧିକ ସମୟ ବିତିଥିବା ବେଳେ କାର୍ଯ୍ୟକାରୀ ହୋଇନି ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧିପାଉଛି । ସ୍ଥାନୀୟ ଅଂଚଳବାସୀ ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ କୋଟର ଶୁଭାରମ୍ଭ ହେବାର ବହୁ ଆଶା ପୋଷଣ କରିଥିବା ବେଳେ ଅଦ୍ୟାବଧି କିଛି ଗ୍ରୀନ ସିଗ୍‌ନାଲ ମିଳିନଥିବାର ୁସେମାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ବର୍ତର୍ତ୍ତମାନ ପ୍ରତ୍ୟେକ ଛୋଟ ବଡ଼ ମାମଲା ପାଇଁ ଲୋକମାନଙ୍କୁ ଦୂରତାରେ ଥିବା ଭଦ୍ରକ କୋଟ କୁ ଯିବାକୁ ପଡୁଛିି । ଏହି ବ୍ଳକ ଅଧୀନରେ ୨୦୫ଟି ରାଜସ୍ୱ ଗ୍ରାମର ତିନିଗୋଟି ଜିଲାପରିଷଦ ଜୋନ ୨୫ ଗୋଟି ପଂଚାୟତ ର ଜନସାଧାରଣ ବ୍ଲକ୍ ସଦର ମୋହକୁମା ଉପରେ ଦୈନଦିନ ନିର୍ଭର କରନ୍ତି । ଏହାର ପରିସୀମା ଓ ଜନସଂଖ୍ୟା ଦୃଷ୍ଟିରୁ ଦୈନ ଦିନ ଏହି ଅଂଚଳରେ ଘଟୁଥିବା ଆପରାଧିକ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ବନ୍ତ , ଆଗରପଡ଼ା ଥାନା ସହ କେନ୍ଦୁଆପଦା ଫାଣ୍ଡି ଆଦି କାଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ବନ୍ତରେ ପ୍ରାୟ ସମସ୍ତ ବିଭାଗର ସରକାରୀ କାର୍ଯ୍ୟଳୟ ସମେତ ୪ଟି ବ୍ୟାଙ୍କ, ଉପ ଡାକଘର, ସ୍କୁଲ୍‌, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ତଥା ବୈଷୟିକ ଶିକ୍ଷାନୁଷ୍ଠାନମାନ ରହିଥିବାସହ ଏହାର ମଧ୍ୟମ ଭାଗରେ ୫୩ ନଂ. ଭଦ୍ରକ-କେନ୍ଦୁଝର ରାଜ୍ୟ ରାଜପଥ ଗତିକରିଛିି । ଏହି ଅଂଚଳର ନାନା ବିଧ ସମସ୍ୟା ଦୃଷ୍ଟିରୁ ଉକ୍ତ ସ୍ଥାନରେ ଯଥାଶିଘ୍ର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ କୁ ଯଥାଶିଘ୍ର କାର୍ଯ୍ୟକାରୀ କରିବାକୁ ଅଂଳବାସୀ ଙ୍କ ତରଫରୁ ଦୃଢ଼ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.