Home ଜିଲ୍ଲା ପରିକ୍ରମା ଉର୍ଦ୍ଧୁ ସିଟି ଛାତ୍ରଛାତ୍ରୀ ଓ ଉର୍ଦ୍ଧୁ ଶିକ୍ଷକ ସଂଘ ପକ୍ଷରୁ ବିଧାୟକ ସଂଜୀବ ମଲ୍ଲିକଙ୍କୁ କୃତଜ୍ଞତା...

ଉର୍ଦ୍ଧୁ ସିଟି ଛାତ୍ରଛାତ୍ରୀ ଓ ଉର୍ଦ୍ଧୁ ଶିକ୍ଷକ ସଂଘ ପକ୍ଷରୁ ବିଧାୟକ ସଂଜୀବ ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ

33

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ଉର୍ଦ୍ଧୁ ସିଟି ସ୍କୁଲ ଓ ଭଦ୍ରକ ପାହିମହୁରା ସିଟି ସ୍କୁଲର ଭଦ୍ରକର ପ୍ରାୟ ୧ଶହ ୫ ଉର୍ଦ୍ଧୁ ଶିକ୍ଷାର୍ଥିô ଅଧ୍ୟୟନ କରୁଛନ୍ତି । ଗତ କିଛି ମାସ ହେଲା ସରକାରଙ୍କ କିଛି ଅଧିକାରୀ ମାନଙ୍କ ଦ୍ୱାରା ଉଦେଶ୍ୟମୁଳକ ଭାବେ ଏମାନଙ୍କୁ ହଇରାଣ ହରକତ୍ ଯଥା-ଉର୍ଦ୍ଧୁ ପରିବର୍ତ୍ତେ ଓଡ଼ିଆରେ ପାଠ ସହ ପରୀକ୍ଷା ଦେବା ପାଇଁ ବାଧ୍ୟ କରିବା, ଉଦେଶ୍ୟ ମୁଳକ ଭାବେ ଉର୍ଦ୍ଧୁ ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳୀ କରିବା ଓ ଭିତ୍ତିଭୁମିର ବିକାଶ ନକରିବା ଆଦି । ଏଣୁ ଉକ୍ତ ସଂଘର ଛାତ୍ରଛାତ୍ରୀ ମାନେ ନାରୀ ନେତ୍ରୀ ତାହେରା ଖାତୁନ୍‌, ଶିକ୍ଷକ ନେତା ହାଜୀ ତବ୍‌ରେଜ୍ ଖାନ୍ ଓ ଜାୱେଦ ଅକତରଙ୍କ ନେତୃତ୍ୱରେ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ । ବିଧାୟକ ଶ୍ରୀ ମଲ୍ଲିକ ତୁରନ୍ତ ସମସ୍ତଙ୍କୁ ନେଇ ସଂପୃକ୍ତ ମନ୍ତ୍ରୀ, ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ, ମାନ୍ୟବାର ଯାଜପୁର ବିଧାୟକ ପ୍ରମୁଖଙ୍କୁ ଜଣାଇଥିଲେ ଏବଂ ଏସଂକ୍ରାନ୍ତରେ ବାରମ୍ବାର ସଂପୃକ୍ତ ମନ୍ତ୍ରୀ, ବିଧାୟକ ଓ ଅଧିକାରୀଙ୍କୁ ଯୋଗାଯୋଗ କରି ସମସ୍ୟାର ସମାଧାନ କରିବାରେ ଅନେକ ମାତ୍ରାରେ ସଫଳ ହୋଇଥିଲେ । ତେଣୁ ସଂଘର ଶତାଧିକ ଛାତ୍ରଛାତ୍ରୀମାନେଦ ନାରୀ ନେତ୍ରୀ ତାହେରା ଖାତୁନ୍ ଶିକ୍ଷକ ନେତା ତବ୍‌ରେଜ୍ ଖାନ୍ ଓ ଜାୱେଦ ଅଖତର, ଜ୍ୟେତିର୍ମୟୀ ଅଗସ୍ଥି, ଅରବିନ୍ଦ ଦିକ୍ଷୀତ୍‌, ଜାବିର, ସେକ୍ ଜାକାଉଲ୍ଲା, ସେକ୍ ସମସାଦ ଓ ସେକ ଏଜାଦ ପ୍ରମୁଖଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ମଲ୍ଲିକଙ୍କଚ କୃତଜ୍ଞତା ଜ୍ଞାପନ କରିଥିଲେ । ବିଧାୟକ ଶ୍ରୀି ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସଂଖ୍ୟାଲଘୁ ମାନଙ୍କୁ ସବୁ ସମସ୍ୟା ଗୁଡ଼ିକ ପର୍ଯ୍ୟାୟ କ୍ରମେ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନା କରି ତୁରନ୍ତ ସମାଧାନ କରିବା ନିମନ୍ତେ ପଦକ୍ଷେପ ନେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.