Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ପରିଷଦର ଶୀତ କବିତା ଆସର

ଭଦ୍ରକ ସାହିତ୍ୟ ପରିଷଦର ଶୀତ କବିତା ଆସର

51

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ପରିଷଦର କୁଆଁସସ୍ଥିତ ନିଜସ୍ୱ ଗୃହରେ ଏକ ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଂଗତା କବୀ ଓ ଶିକ୍ଷୟିତ୍ରୀ ୰ ପାର୍ବତୀ ବିଶ୍ୱାଳଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଉପସ୍ଥିତ ସଦସ୍ୟ ସଦସ୍ୟା ୰ ବିଶ୍ୱାଳଙ୍କର ସ୍ମୃତିଚାରଣ କରିଥିଲେ । ପରେ ପରେ କବି ଶ୍ରୀ ବିଜୟ କୁମାର ବହଳୀ, ଶରତ ନାୟକ, ଗୌରାଙ୍ଗ ବାରିକ୍‌, ଦୀପ୍ତିମୟୀ ସାହୁ, ଲଲାଟେନ୍ଦୁ ମହାନ୍ତି, ଡଃ ଅବନୀ ପ୍ରଧାନ, ଅକ୍ଷୟ କୁମାର ଯେନା ପ୍ରମୁଖ ନିଜର ସ୍ୱରଚିତ କବିତା ପାଠ କରି ଶୀତଋତୁକୁ ସ୍ୱାଗତ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ ରାଧାରାଣୀ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମନୁଷ୍ୟ ଓ ସାହିତ୍ୟ ଉପରେ ପ୍ରକୃତିର ପ୍ରଭାବ ଉପରେ ଆଲୋଚନା ରଖିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ପ୍ରଭାତ କୁମାର ଜେନା କବିମାନଙ୍କୁ ମୁକୁଟବିହୀନ ସମ୍ରାଟ ବୋଲି କହିଥିଲେ । ଶୀତଋତୁ ଏକ ଚେତନା ରୂପେ କବିତାରେ ଯୁଗେ ଯୁଗେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ବୋଲି ଶିକ୍ଷକ ରତିକାନ୍ତ ବେହରା ମତବ୍ୟକ୍ତ କରିଥିଲେ । ଡଃ ଗୋଲକ ବିହାରୀ ସାହୁ ସଭାପତି ଭାବେ ଯୋଗଦାନ କରି ପ୍ରକୃତି ମଣିଷର ବଡ ଶିକ୍ଷକ ବୋଲି କହିଥିଲେ । କବି ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜୟ କୁମାର ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.