Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ କେମିତି ଚାଲିଛି ସରକାରଙ୍କ ଆବାସ ଯୋଜନା! , ଚାନ୍ଦବାଲିର ଚକ୍ରଧରଙ୍କ ଅଜ୍ଞାତରେ କେବଳ...

ଭଦ୍ରକ ଜିଲାରେ କେମିତି ଚାଲିଛି ସରକାରଙ୍କ ଆବାସ ଯୋଜନା! , ଚାନ୍ଦବାଲିର ଚକ୍ରଧରଙ୍କ ଅଜ୍ଞାତରେ କେବଳ କାଗଜ କଲମରେ ମିଳିଛି ଘର

20

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଦେଶରେ ସରକାର ବଦଳୁଛନ୍ତି । କିନ୍ତୁ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗରିବ ଅସହାୟ ଲୋକଙ୍କ ପାଇଁ ଯେଉଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଛନ୍ତି, ତାହା ବାସ୍ତବରେ ଏହି ବର୍ଗର ଲୋକଙ୍କ କ୍ଷେତ୍ରରେ ଫଳପ୍ରସୂ ହୋଇପାରୁନାହିଁ । ତଳଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଏହି ଅର୍ଥକୁ ବାଟମାରଣା କରିବା ପାଇଁ ବ୍ୟସ୍ତ । ହେଲେ ଅସହାୟ ଲୋକଙ୍କ ପାଇଁ କାହାରି ହୃଦୟରେ ଦରଦ ନାହିଁ । ଏଣୁ ଆମ ଦେଶ ସମଗ୍ର ବିଶ୍ୱରେ ଏକ ଗରିବ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି । ତେବେ ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲାର ଚାନ୍ଦବାଲି ବ୍ଲକ୍‌ରେ ସରକାରଙ୍କ ଆବାସ ଯୋଜନା କିଭଳି ଚାଲିଛି, ତାହାର ଏକ ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି ଏହି ବ୍ଲକ୍‌ର ଚଡଦିଆ ଗ୍ରାମରେ । ଏହି ଗ୍ରାମର ଚକ୍ରଧର ମହାଳିକ, ବୟସ ୯୦ । ପରିବାର କହିଲେ ପତ୍ନୀ, ଏକ ଦିବ୍ୟାଙ୍ଗ କନ୍ୟା । ଚକ୍ରଧରଙ୍କର ଘର ଖଣ୍ଡିଏ ନଥିବାରୁ ଆଜିକୁ ସେ ଦୀର୍ଘ ୩ ବର୍ଷ ହେଲା ଜଣେ ସଂପର୍କୀୟଙ୍କ ଘରେ ମୁଣ୍ଡ ଗୁଂଜିଛନ୍ତି । ଏହି ଛବି ଚାନ୍ଦବାଲି ବ୍ଲକ୍‌ରେ ସରକାରଙ୍କ ଆବାସ ଯୋଜନାର ସଫଳତା ପ୍ରତି ଉପହାସ ନୁହେଁକି! ଗରିବ ଅସହାୟଙ୍କୁ ମିଳୁଥିବା ଏହି ଯୋଜନାର ବାସ୍ତବ ସ୍ଥିତି ଚଡଦିଆ ପଂଚାୟତର କେବଳ ଚକ୍ରଧର ନୁହଁନ୍ତି, ଅନେକ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଘଟୁଛି । ପ୍ରାପ୍ତ ଖବର ଅନୁଯାୟୀ ୨୦୧୦ ମସିହାରେ ଆବାସ ଯୋଜନାରେ ଚକ୍ରଧରଙ୍କୁ ଏକ ଘର ମିଳିଥିବା ବିଷୟ ବ୍ଲକ୍‌ର ନଥିପତ୍ର କହୁଛି । କିନ୍ତୁ ଏ ବାବଦରେ ଚକ୍ରଧର କିମ୍ବା ତାଙ୍କ ପରିବାର କେହି ଜାଣିନାହାଁନ୍ତି । ତାହା କେବଳ କାଗଜ କଲମରେ ସୀମିତ ରହିଛି । ନିଜେ ରହୁଥିବା ଘରଟି ତାଙ୍କର ବର୍ଷାରେ ଭାଙ୍ଗିଯିବାରୁ ଏବେ ଅନ୍ୟ ଏକ ସଂପର୍କୀୟଙ୍କ ଘରେ ଦୁର୍ଦ୍ଦିନରେ ଜୀବନ ବିତୁଛି । କିନ୍ତୁ ତାଙ୍କ ଆବାସ ଯୋଜନାର ଟଙ୍କା କୁଆଡେ ଗଲା, ତାର ଉତ୍ତର କିଏ ଦେବ! ତେବେ ଚକ୍ରଧରଙ୍କ ପରିବାର ଏହି ଖବର ଜାଣିବା ପରେ ସତରେ ଯେ ନ୍ୟାୟ ପାଇବେ ଏବଂ ତାଙ୍କୁ ଆବାସ ଯୋଜନାରେ ମୁଣ୍ଡ ଗୁଂଜିବାକୁ ଘରଖଣ୍ଡେ ମିଳିବ, ତାହା ‘ଆକାଶ କଇଁଆ ଚିଲିକା ମାଛ’ ହୋଇରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.