Home ଜିଲ୍ଲା ପରିକ୍ରମା ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ଉଦ୍‌ଯାପିତ

ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ଉଦ୍‌ଯାପିତ

31

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆଶିୟାନା ସ୍ୱାଧାର କେନ୍ଦ୍ର ସଭାଗୃହରେ ସମ୍ପାଦିକ ସୋଫିଆ ଶେଖ୍‌ଙ୍କ ସଭାପତିତ୍ୱରେ ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ଉଦ୍‌ଯାପିତ ହୋଇ ଯାଇଛି । ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତିଳୋତ୍ତମା ମହାପାତ୍ର ଯୋଗ ଦେଇ ମହିଳା ଓ ବାଳିକା ମାନେ ଯେତେବେଳେ ଘରୋଇ ହିାଂସାର ଶିକାର ହେଉଛନ୍ତି ସେତେବେଳେ ସେମାନେ ନିରବ ନରହି ଏହା ପୁଲିସ କିମ୍ବା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ କିମ୍ବା ଏଥି ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନାରୀ ନେତ୍ରୀ ଚାରୁଲତା ମହାପାତ୍ର ଯୋଗ ଦେଇ ସମାଜରେ ମହିଳା କିମ୍ବା ବାଳିକାମାନେ ହେଉଥିବା ଘରୋଇ ହିଂସାର ଶିକାରର କଠୋର ଦମନ ହେବା ଉଚିତ । ଏଥି ନିମନ୍ତେ ରହିଥିବା ଦଣ୍ଡ ବିଧାନର କଡାକଡି ପାଳନ ପାଇଁ ମହାପାତ୍ର ଆହ୍ୱାନ ଦେଇଥିଲେ । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ବିଭିନ୍ନ ଦିନରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଆଇନ – ୨୦୧୩, ଅନ୍ୟାନ୍ୟ ହିଂସା, କୋବିଡ଼ -୧୯ର ସ୍ଥିତି ଓ ପ୍ରଭାବ, ମହିଳା ଓ ଯୁବତୀ ଚାଲାଣ, ବାଲ୍ୟ ବିବାହ ଆଇନ ୨୦୦୬, ମାନବ ଅଧିକାର ଓ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ୨୦୦୫ ବିଷୟକୁ ନେଇ ଆଲୋଚନା ଓ କର୍ମଶାଳା କରାଯାଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦ୍ମନ ରାୟ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଡ. ସୁଦର୍ଶନ ବାରିକ, ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ, ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ସଦସ୍ୟ ଶିବ ପ୍ରସାଦ ମହାନ୍ତି, ଅତିରିକ୍ତ ଆଇଆଇସି ଟାଉନ ମନୋରମା ବାରିକ, ଡ. ବାସନ୍ତୀ ରଥ, ଏସ୍‌.ଆଇ. ପୁରୁଣାବଜାର ମୋନାଲିସା ପ୍ରଧାନ, ଆର୍‌ପିଏଫ୍ ଏଏସ୍‌ଆଇ ଲାଲ ବିହାରୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଅଧ୍ୟାପକ ସଂଗ୍ରାମ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଆସିୟାନାର ସଂଯୋଜକ ରିୟାଜ ଅହମ୍ମଦ, ସ୍ୱଧାର ଗୃହର ଅଧ୍ୟକ୍ଷ ସବାନା ଶେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା, କର୍ମକର୍ତ୍ତା ଶାନ୍ତିଲତା ସ୍ୱାଇଁ, ରାନୁବାଳା ଜେନା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.