ଆକଶରେ କଳାବାଦଲ ଦେଖିଲେ ବରୀବାସୀଙ୍କ ବିଦ୍ୟୁତ କାଟର ଯନ୍ତ୍ରଣା ଭୋଗନ୍ତି

ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) ଆସିଲାଣି ମୈାସୁମୀ। ଆଦ୍ୟ ଆଶାଢର ବର୍ଷାକୁ ନେଇ ଜନସାଧାରଣ ପୁଲକିତ ହେଉଥିଲାବେଳେ ବାରୀବାସୀଙ୍କୁ କିନ୍ତୁ ମୈାସୁମୀର ଭୟ ଗ୍ରାସ କରିଛି। ଆକାଶରେ କଳାମେଘ ଘୋଟିଲେ ବରୀବାସୀ ଦୀର୍ଘ ସମୟ ଧରି ବିଦ୍ୟୁତ କାଟର ଯନ୍ତ୍ରଣାକୁ କିଭଳି ସମ୍ମୁଖିନ ହେବେ ସେ ନେଇ ଚିନ୍ତାରେ ପଡିଯାଉଛନ୍ତି। ଏହି ସମସ୍ୟା ସହିତ ବରୀବାସୀ ଦୀର୍ଘ ବର୍ଷ ହେଲା ଓତପ୍ରୋତ ଭାବେ ଜଡିତ ଥିଲାବେଳେ ସମସ୍ୟା ସୁଧୁରିବା ବଦଳରେ ଦିନକୁଦିନ ଅଧିକ ବିଗିଡି ଯାଉଛି। ପରିସ୍ଥିତି ଏଭଳି ହେଉଛି ବିଦ୍ୟୂତ କାଟ ୪୦ ଘଂଟା ମଧ୍ୟ ଅତିକ୍ରମ କରିଯାଉଛି। ସାରା ରାଜ୍ୟରେ ବିଦ୍ୟୁତ ସଂସ୍କାର ଚାଲିଥିଲାବେଳେ ସରକାର ବିଦ୍ୟୁତ ସଂସ୍କାରକୁ ନେଇ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି।…

"ଆକଶରେ କଳାବାଦଲ ଦେଖିଲେ ବରୀବାସୀଙ୍କ ବିଦ୍ୟୁତ କାଟର ଯନ୍ତ୍ରଣା ଭୋଗନ୍ତି"

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବଢିଲା ଶ୍ରୀମନ୍ଦିର ଆୟ, ନିଷ୍ପତିକୁ ଜଗନ୍ନାଥପ୍ରେମୀ ମାନେ ସ୍ୱାଗତ କରିଛନ୍ତି

ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) କୋଟି ମଣିଷର ଆରାଧ୍ୟ ଦେବତା ସେ। ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର କେବଳ ଆମ ରାଜ୍ୟ ନୁହେଁ ସାରା ପୃଥିବୀର କୋଣ ଅନୁକୋଣରେ ଭରି ରହିଛନ୍ତି ଅସଂଖ୍ୟ ଭକ୍ତ। ରାଜ୍ୟର କୋଟିକୋଟି ଓଡିଆଙ୍କ ଭାବାବେଗ ଜଗନ୍ନାଥଙ୍କ ସହିତ ଜଡିତ। ସର୍ବମୟ ସେ, କିଏ ଦୂରରୁ ରହି ତାଙ୍କୁ ଦୁଇ ହାତଟେକି ଆର୍ଶିବାଦ କାମନା କରେତ କିଏ ଭକ୍ତଭାବରେ ଗଦଗଦ ହୋଇ ତାଙ୍କ ଶ୍ରୀ ମନ୍ଦିରକୁ ଧାଇଁ ଆସି ତାଙ୍କୁ ଗୁହାରୀ କରେ। ତାଙ୍କୁ ଅପଲକନୟନରେ ଚାହିଁ ଦେଲେ ଭକ୍ତର ଦୁଃଖ ଦୂର ହୋଇଯାଏ। ତାଙ୍କ ଭାବର ଛନ୍ଦରେ ଛନ୍ଦାୟିତ ହୁଏ ଭକ୍ତ। ଜଗନ୍ନାଥଙ୍କର ସାନିଧ୍ୟ ଟିକିଏ ପାଇବାକୁ ପ୍ରତିଦିନ ଲକ୍ଷଲକ୍ଷ ଭକ୍ତ ଧାଇଁ ଆସନ୍ତି…

"ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବଢିଲା ଶ୍ରୀମନ୍ଦିର ଆୟ, ନିଷ୍ପତିକୁ ଜଗନ୍ନାଥପ୍ରେମୀ ମାନେ ସ୍ୱାଗତ କରିଛନ୍ତି"

ଶୋଚନୀୟ ୫୩ ନମ୍ବର ଜାତୀୟ ରାଜପଥ ;ତୁରନ୍ତ ମରାମତି ଦାବିରେ ଜାତୀୟ ରାଜପଥ ଅଧିକାରୀଙ୍କୁ ଘେରିଲା ସଚେତନ ନାଗରିକ ମଂଚ

ଯାଜପୁର-୧୦/୬(ଓଡିଆ ପୁଅ/ଏ.ରାଉତ) ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ତାଳଚେର ଭୟା ଡୁବୁରୀ-ସୁକିନ୍ଦା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହା ସହିତ ଏହି ଜାତୀୟ ରାଜପଥରେ ଥିବା ବ୍ରାହ୍ମଣୀ ସେତୁର ଅବସ୍ଥା ମଧ୍ୟ ଆଜକୁ ଦୀର୍ଘଦିନ ହେଲା ଅତି ଶୋଚନୀୟ ହୋଇପଡି ଗମନାଗମନରେ ବାଧା ସୃଷ୍ଟି କରିବା ସହିତ ଦୁର୍ଘଟଣା ପ୍ରବଣ ହୋଇ ପଡିଛି। ଯାହା ଫଳରେ ପ୍ରାୟ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଏହି ରାସ୍ତାରେ ଦୁର୍ଘଟଣା ଫଳରେ କାହାର ପରିବାର ଉଜୁଡି ଯାଉଛି ତ କିଏ ଆଜୀବନ ଭିନ୍ନକ୍ଷମ ହୋଇ ପଡିରହୁଛି। ଏ ବିଷୟରେ ବାରମ୍ବାର ବିଭିନ୍ନ ମହଲରୁ ଅଭିଯୋଗ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା…

"ଶୋଚନୀୟ ୫୩ ନମ୍ବର ଜାତୀୟ ରାଜପଥ ;ତୁରନ୍ତ ମରାମତି ଦାବିରେ ଜାତୀୟ ରାଜପଥ ଅଧିକାରୀଙ୍କୁ ଘେରିଲା ସଚେତନ ନାଗରିକ ମଂଚ"

ବାଲି ମାଫିଆମାନେ ଭାଙ୍ଗିଲେ ପୁରୁଣା ଶିବ ମନ୍ଦିର

ଯାଜପୁର -୧୧/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବରାହନାଥଠାରେ ଥିବା ବହୁ ପୁରାତନ ଶିବ ମନ୍ଦିରକୁ ବାଲି ମାଫିଆମାନେ ଟ୍ରାକ୍ଟର ଲଗାଇ ଭାଙ୍ଗିଦେଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯାଜପୁର ସହରର ବୈତରଣୀ ନଦୀର ବାମପାଶ୍ୱର୍ରେ ଥିବା ବରାହନାଥ ଘାଟରୁ ବାଲି ମାଫିଆମାନେ ବେଆଇନଭାବେ ଟ୍ରାକ୍ଟର ଯୋଗେ ବାଲି ଉଠାଣ କରୁଛନ୍ତି। ପ୍ରତ୍ୟହ ଦିନ ରାତିରେ ପ୍ରଶାସନର ନିର୍ଦ୍ଦେଶକୁ ଖାତର ନକରି ଟ୍ରାକ୍ଟର ଯୋଗେ ବାଲି ଉଠାଣ କରୁଛନ୍ତି। ଏହାଦ୍ୱାରା ଜିଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି। ଗ୍ରାମବାସୀମାନେ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ବାଲି ମାଫିଆମାନେ ବୈତରଣୀ ନଦୀର ବରାହନାଥ ଘାଟରୁ ବାଲି ଉଠାନ୍ତି ସେହି ଜାଗାରେ…

"ବାଲି ମାଫିଆମାନେ ଭାଙ୍ଗିଲେ ପୁରୁଣା ଶିବ ମନ୍ଦିର"

ଶିକ୍ଷକଙ୍କ ଚଞ୍ଚକତା, ବୃତ୍ତି ପାଇବାରୁ ଛାତ୍ରୀ ବଞ୍ଚିତ

ଯାଜପୁର -୧୦/୬(ଓଡିଆ ପୁଅ/ଏ.ରାଉତ) – ସ୍କୁଲରେ ଅଧ୍ୟୟନରତ ପିଲାମାନେ ଶିକ୍ଷକଙ୍କୁ ଭଗବାନଠାରୁ ଅଧିକ ବିଶ୍ୱାସ କରନ୍ତି। ପ୍ରାଥମିକ ସ୍ତରର ବିଦ୍ୟାଳୟ ହେଉଛି ପିଲାମାନଙ୍କୁ ମାନସିକ, ବୌଦ୍ଧିକ, ଶାରିରୀକ ଚାରିତ୍ରିକ ଗଠନର ମୂଳଦୁଆ। ପ୍ରାଥମିକ ସ୍ତରରେ ଶିକ୍ଷକମାନେ ପିଲାମାନଙ୍କୁ ଯେଉଁଭଳିଭାବେ ଶିକ୍ଷାଦାନ କରିବେ, ଶିକ୍ଷକମାନେ ପିଲାମାନଙ୍କ ପାଖରେ ସେତିକି ଆଦରଣୀୟ, ସ୍ନେହ ଓ ଶ୍ରଦ୍ଧାର ପାତ୍ର ହୋଇପାରିବେ। ପ୍ରାଥମିକ ସ୍ତରର ବିଦ୍ୟାଳୟର ଶିକ୍ଷକମାନେ ପିଲାମାନଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବାପାଇଁ ଶିକ୍ଷା ଦେଉଥିବାବେଳେ ଶିକ୍ଷକମାନେ ଅସାଧୁ ଓ ଚଞ୍ଚକତା କରି ଜ୍ଞାନୀ ଛାତ୍ରୀକୁ ବୃତ୍ତି ପରୀକ୍ଷାରୁ ବଞ୍ଚିତ କରିଥିବାରୁ ଛାତ୍ରୀ ମନରେ କ୍ଷୋଭ ଆସିବା ସହ ଶିକ୍ଷକଙ୍କୁ ନେଇ ଛାତ୍ରୀ ମନରେ କେତେ ଯେ ଭାବନା ଆସୁଥିବ…

"ଶିକ୍ଷକଙ୍କ ଚଞ୍ଚକତା, ବୃତ୍ତି ପାଇବାରୁ ଛାତ୍ରୀ ବଞ୍ଚିତ"

ବିପଦସଙ୍କୁଳ ପୋଲକୁ ରାସ୍ତା ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ପାଲଟିଛି 

ଯାଜପୁର -୧୧/୬(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାର ଗମନାଗମନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନଥିଲା ସେ ଅଞ୍ଚଳକୁ ପିଚୁ ଓ କଂକ୍ରିଟ୍ ରାସ୍ତା ହୋଇଛି। କିନ୍ତୁ ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବରୁଆଁ ଛକଠାରୁ ମାତ୍ର ଅନତିଦୂରରେ ଥିବା ଏକ ବିପଦସଙ୍କୁଳ ପୋଲ ଓ ଦୂରାବସ୍ଥା ରାସ୍ତା ଦେଇ ଛାତ୍ରଛାତ୍ରୀମାନେ କୁସୁନପୁର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳିଛି। ଦୁଧେଇ ନାଳ ଉପରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପୋଲର ବାଡ଼ା ମଧ୍ୟ ନାହିଁ। ଦୁଧେଇ ନାଳରେ ବନ୍ୟାଜଳ ପ୍ରବାହିତ ହେଲେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥାଏ। ଯାହାଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରିନଥାନ୍ତି। ସେହିପରି…

"ବିପଦସଙ୍କୁଳ ପୋଲକୁ ରାସ୍ତା ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ପାଲଟିଛି "

ଯାଜପୁର-ବରୁଆଁ ରାସ୍ତାରେ ଯୁବତୀକୁ ଖରସ୍ରୋତା ନଦୀକୁ ଠେଲିଦେବା ଘଟଣା: ଅନ୍ଧାରରେ ଲୁଚିଛି ରହସ୍ୟ 

ଯାଜପୁର -୧୧/୬ (ଓଡିଆ ପୁଅ/ଏ.ରାଉତ) ଯାଜପୁର-ବରୁଆଁ ରାସ୍ତାର ଖରସ୍ରୋତା ନଦୀ ସେତୁ ଉପରୁ ଗତ ୭ ତାରିଖ ବିଳମ୍ବିତ ରାତିରେ ଜଣେ ଯୁବତୀକୁ ନଦୀଗର୍ଭକୁ ଠେଲିଦେବା ଘଟଣା ରହସ୍ୟ ଘେରରେ ଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ଯୁବତୀର ସନ୍ଧାନ ମିଳିନଥିବାବେଳେ ମୃତଦେହ ମଧ୍ୟ ମିଳିନଥିବା ଜଣାପଡ଼ିଛି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କିଏ ସେ ଯୁବତୀ ଓ କାହିଁକି ତାକୁ କେଉଁମାନେ ନଦୀଗର୍ଭକୁ ଠେଲିଦେଲେ ତାକୁନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଗତ ୭ ତାରିଖ ବିଳମ୍ବିତ ରାତିରେ ଏ.ଏସ୍.ଆଇ ଲମ୍ବୋଦର ଯେନା ଅନ୍ୟ ପୁଲିସ କର୍ମଚାରୀ ସହ ପେଟ୍ରୋଲିଂରେ ଯାଜପୁର-ବରୁଆଁ ରାସ୍ତାର ମଲ୍ଲିକାପୁର ଅଭିମୁଖେ ଯାଉଥିଲେ।…

"ଯାଜପୁର-ବରୁଆଁ ରାସ୍ତାରେ ଯୁବତୀକୁ ଖରସ୍ରୋତା ନଦୀକୁ ଠେଲିଦେବା ଘଟଣା: ଅନ୍ଧାରରେ ଲୁଚିଛି ରହସ୍ୟ "

ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ

ଯାଜପୁର-୧୧/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ଅଫିସର କ୍ଲବ୍ଠାରେ ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମଚାରୀ ସଙ୍ଗଠନ ଯାଜପୁର ଶାଖା ତରଫରୁ ଏକ ଜିଲାସ୍ତରୀୟ ବୈଠକର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଓଡ଼ିଶା ରାଜ୍ୟର ଭାରତୀୟ ମଜଦୁର ସଂଘର ସହ-ସାଧାରଣ ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ଆଶାକର୍ମଚାରୀ ସଙ୍ଗଠନର ରାଜ୍ୟ ପ୍ରଭାରୀ ଶାନ୍ତନୁ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେବାସହ ଯାଜପୁର ଜିଲାର ଭାରପ୍ରାପ୍ତ ମଜଦୁର ସଂଘର ସଭାପତି ପୁରୁଷୋତ୍ତମ ମହାପାତ୍ର ଏବଂ ଜିଲା ଆଶା ସଙ୍ଗଠନର ଜିଲା ଉପ-ସଭାନେତ୍ରୀ ପୁଷ୍ପଲତା ରାଉତ ଓ ଜିଲା ସମ୍ପାଦିକା ମମତା ମହାନ୍ତି ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭାର ଆଲୋଚନାର ମୁଖ୍ୟ ବିଷୟବସ୍ତୁ…

"ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ"

ଜଳଛାୟା ପ୍ରକଳ୍ପରେ ଦୁର୍ନୀତି, ଜିଲା ପ୍ରକଳ୍ପ ଅଧିକାରୀଙ୍କ ଏକ ପାଖିଆ ତଦନ୍ତ

ଯାଜପୁର, ୧୦/୬ (ଓଡ଼ିଆ ପୁଅ/ମାନସ ରାଉତ) ରସୁଲପୁର ବ୍ଲକ ଅଂଚଳରେ ଜଳଛାୟା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଅଭିଯୋଗକୁ ଭିତ୍ତିକରି ସମ୍ବାଦରେ ବହୁବାର ସମ୍ବାଦ ପରିବେଶଣ କରାଯାଇଛି। ଉକ୍ତ ଖବର ପ୍ରସାରଣ ଓ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲା ଜଳଛାୟା ପ୍ରକଲ୍ପ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଦିନ ତଦନ୍ତ କରାଯାଇଛି। ତଦନ୍ତ ସମୟରେ ଠିକାଦାରଙ୍କୁ ଗୁରୁତ୍ୱ ଦିଆଯାଇଛି। ଅଭିଯୋଗକାରୀଙ୍କୁ ଅଣଦେଖା କରାଯାଇଛି। ପ୍ରକଳ୍ପ ଅଧିକାରୀଙ୍କ ତଦନ୍ତ ପ୍ରକ୍ରିୟାକୁ ଏକ ପାଖିଆ ବୋଲି କୁହାଯାଉଛି। ବିଭାଗ ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ତଦନ୍ତର ସ୍ୱଚ୍ଛାତା ପ୍ରତି ସାଧାରଣରେ ଅଙ୍ଗୁଳି ଉଠୁଛି। ବ୍ଲକ ଅଧିନରେ ବିଭାଗ ପକ୍ଷରୁ କରାଯାଇଥିବା ସମସ୍ତ କାର୍ଯ୍ୟକୁ…

"ଜଳଛାୟା ପ୍ରକଳ୍ପରେ ଦୁର୍ନୀତି, ଜିଲା ପ୍ରକଳ୍ପ ଅଧିକାରୀଙ୍କ ଏକ ପାଖିଆ ତଦନ୍ତ"

ନଦୀ ଭିତର ପୋଖରୀରୁ ବାଲି ଚୋରି ଘଟଣା,  ଦୋଷ ଲୁଚାଇବାକୁ ପ୍ରୟାସ – ଗୋଚର ଜମିରେ ଗଚ୍ଚିତ ବାଲିଗଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଯାଜପୁର, ୧୦/୬ (ଓଡ଼ିଆ ପୁଅ/ମାନସ ରାଉତ)ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତ ଭଗୀରଥପୁର ଗ୍ରାମ ନିକଟସ୍ଥ ଚିଣ୍ଡା ଖରସ୍ରୋତାରୁ ବେଆଇନ ବାଲି ଚାଲଣ ହେଉଛି। ବାଲି ମାଫିଆମାନେ ଦୋଷ ଲୁଚାଇବା ପାଇଁ ଜୋରଦାର ପ୍ରୟାସ କରିଛନ୍ତି। ଏ ଦିଗରେ ତଦନ୍ତ ଅଧିକାରୀ ସୁଯୋଗ ସୃଷ୍ଟି କରିଛନ୍ତି। ଏହି ସୁଯୋଗକୁ ମାଫିଆମାନେ ହାତଛଡା କରିନାହାଁନ୍ତି। ଗୋଚର ଜମିରେ ଗଚ୍ଚିତ ଥିବା ବାଲି ଗଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ମାଫିଆମାନେ ଲାଗିପଡିଛନ୍ତି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ମାଫିଆମାନେ ନଦୀ ଗର୍ଭରୁ ବାଲି ଉଠାଇ ଏକ ଗୋଚର ଜମିରେ ଗଚ୍ଛିତ ରଖିଥିଲେ। ପରେ ବାଲି ଖାଲକୁ ଜଳଛାୟା ପ୍ରକଳ୍ପ…

"ନଦୀ ଭିତର ପୋଖରୀରୁ ବାଲି ଚୋରି ଘଟଣା,  ଦୋଷ ଲୁଚାଇବାକୁ ପ୍ରୟାସ – ଗୋଚର ଜମିରେ ଗଚ୍ଚିତ ବାଲିଗଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର"