Home Coronavirus Outbreak ଆଜି ରାଜ୍ୟେରେ କରୋନା ନେଲା ୧୬ ମୁଣ୍ଡ – ମୋଟ ୮୭୫ ମୃତ୍ୟୁ

ଆଜି ରାଜ୍ୟେରେ କରୋନା ନେଲା ୧୬ ମୁଣ୍ଡ – ମୋଟ ୮୭୫ ମୃତ୍ୟୁ

76

ଭୁବନେଶ୍ୱର ୨-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟେରେ କରୋନା ନେଲା ୧୬ ମୁଣ୍ଡ – ମୋଟ ୮୭୫ ମୃତ୍ୟୁ ହୋଇଛି ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ –

ବାଲେଶ୍ୱର ଜିଲ୍ଲାରୁ ମୋଟ ମୃତକ ହେଲେ ୩୦ [ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

ବରଗଡ଼ ଜିଲ୍ଲା ରୁ ମୋଟ ମୃତକ ହେଲେ ୧୩ [ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

କଟକ ଜିଲ୍ଲାରୁ ମୋଟ ମୃତକ ହେଲେ ୭୪ [ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

ଜଗତସିଂହପୁର ଜିଲ୍ଲାରୁ ମୋଟ ମୃତକ ହେଲେ ୧୦ [ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

କଳାହାଣ୍ଡି ଜିଲ୍ଲାରୁ ମୋଟ ମୃତକ ହେଲେ ୧୧ [ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

ଖୋର୍ଦ୍ଦା ଜିଲ୍ଲାରୁ ମୋଟ ମୃତକ ହେଲେ ୧୪୪ [ଆଜି ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

ନୟାଗଡ଼ ଜିଲ୍ଲାରୁ ମୋଟ ମୃତକ ହେଲେ ୨୮ [ଆଜି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି]

ମୃତକଙ୍କ ବିଷୟରେ –

୧- ବାଲେଶ୍ୱର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ବାଲେଶ୍ୱର ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ବରଗଡର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ଭୁବନେଶ୍ୱରର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫- ଭୁବନେଶ୍ୱରର ଜଣେ ୪୧ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬- ଭୁବନେଶ୍ୱରର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- ଭୁବନେଶ୍ୱରର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- କଟକ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କା ମହିଳା।

୯- କଟକ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୦- ଜଗତସିଂହପୁର ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୧- କଳାହାଣ୍ଡି ଜିଲ୍ଲାର ଜଣେ ୩୨ ବର୍ଷ ବୟସ୍କ ପୁରୁଷ।

୧୨- ଖୋର୍ଧା ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ପାର୍କିନ୍ସନିଜିମ୍ ରେ ମଧ୍ୟ ପୀଡିତ ଥିଲେ।

୧୩- ଖୋର୍ଧା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪- ନୟାଗଡ଼ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୧୫- ନୟାଗଡ଼ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ।

୧୬- ନୟାଗଡ଼ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.