୨୬ ରେ, ନୂଆ ଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ “ଜଲବାୟୁ ପରିବର୍ତ୍ତନ ଏବଂ ଓଡିଶା” ଶିର୍ଷକ ଉପରେ ଗୋଲ ଟେବୁଲ ବୈଠକ

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ଜଲବାୟୁ ପରିବର୍ତ୍ତନ ଏକ ବିଶ୍ୱ ପାଇଁ ଚିନ୍ତାର ଘଟଣା।  ପୂର୍ବରୁ ଏହାର ବିନାଶକାରୀ ପରିଣାମ ଉପରେ କାହାକୁ ଅଛପା ନାହିଁ। ବୈଜ୍ଞାନିକ ମାନନ୍ତିଯେ, ଗ୍ଲୋବାଲ ୱାର୍ମିଙ୍ଗ, ପ୍ରାକୃତିକ ଦୁର୍ବିପାକ ଏବଂ ସମୁଦ୍ରର ଜଳ ସ୍ତର ବଢିବା ଜଲବାୟୁ ପରିବର୍ତ୍ତନର କାରଣରୁ ହେଉଛି। ଏହି ବିଷୟ ଉପରେ ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ “ଜଲବାୟୁ ପରିବର୍ତ୍ତନ ଏବଂ ଓଡିଶା” ଶିର୍ଷକ ଉପରେ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅନେକ ସୁପ୍ରତିଷ୍ଠିତ ବକ୍ତାମାନେ ତାଙ୍କର ବକ୍ତବ୍ୟ ତଥା ମତ ପ୍ରଦାନ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାପଡ଼ିଛି।

"୨୬ ରେ, ନୂଆ ଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ “ଜଲବାୟୁ ପରିବର୍ତ୍ତନ ଏବଂ ଓଡିଶା” ଶିର୍ଷକ ଉପରେ ଗୋଲ ଟେବୁଲ ବୈଠକ"

ଆଶା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି: “ଆଶା କଲ୍ୟାଣ ଯୋଜନା”

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଂଶ ଗ୍ରହଣ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର କାର୍ଯ୍ୟକ୍ରମ ଗୁଡ଼ିକୁ ସମୀକ୍ଷା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ଓ ରାଜ୍ୟ ବଜେଟ୍ ଅଧିନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁହାରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଏହି ଅବସ୍ଥାରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଧିକ ଉନ୍ନତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ପହକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଓ ସ୍ବାସ୍ଥ୍ୟ ସଚେତନ କରିବାରେ ଆଶା କର୍ମୀ ମାନଙ୍କର…

"ଆଶା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି: “ଆଶା କଲ୍ୟାଣ ଯୋଜନା”"

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା “ସଂପୂର୍ଣ୍ଣ” ଓ “ଆଶା କଲ୍ୟାଣ ଯୋଜନା”ର ଶୁଭାରମ୍ଭ ୧୨୮ କୋଟି ଟଙ୍କାର ୩୨୨ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ

ଭୁବନେଶ୍ୱର ୨୩/୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ବିଳନୀ କକ୍ଷରୁ ଭିଡିଓ କନ୍ଫରେନ୍‌ସିଂ ଯୋଗେ ୩୨୨ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିବା ସହିତ “ସଂପୂର୍ଣ୍ଣ” ଓ “ଆଶା କଲ୍ୟାଣ ଯୋଜନା”ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହାସହିତ ବିଭିନ୍ନ ସୂଚକାଙ୍କରେ ମଧ୍ୟ ଓଡିଶାର ଉନ୍ନତି ଅତ୍ୟନ୍ତ ଉତ୍ସାହଜନକ। ଏପରିକି ଅଧିକାଂଶ…

"ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା “ସଂପୂର୍ଣ୍ଣ” ଓ “ଆଶା କଲ୍ୟାଣ ଯୋଜନା”ର ଶୁଭାରମ୍ଭ ୧୨୮ କୋଟି ଟଙ୍କାର ୩୨୨ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ"

ଗର୍ଭବତୀ ମହିଳାମାନଙ୍କୁ ଦୁର୍ଗମ ଅଞ୍ଚଳରୁ ଯାତାୟତ ଖର୍ଚ୍ଚର ଭରଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଂଶ ଗ୍ରହଣ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର କାର୍ଯ୍ୟକ୍ରମ ଗୁଡ଼ିକୁ ସମୀକ୍ଷା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ଓ ରାଜ୍ୟ ବଜେଟ୍ ଅଧିନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁହାରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଏହି ଅବସ୍ଥାରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଧିକ ଉନ୍ନତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ପହକ୍ଷେପ ନେଇଛନ୍ତି। ଆନୁଷ୍ଠାନିକ ପ୍ରସବକୁ ପ୍ରୋସାହନ ଦେବା ପାଇଁ (୧୦୮/୧୦୨), ଆମ୍ବୁଲାନ୍ସ କିମ୍ବା ଚାରି ଚକିଆ ଯାନ…

"ଗର୍ଭବତୀ ମହିଳାମାନଙ୍କୁ ଦୁର୍ଗମ ଅଞ୍ଚଳରୁ ଯାତାୟତ ଖର୍ଚ୍ଚର ଭରଣା କରିବେ ରାଜ୍ୟ ସରକାର"

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ବିରୋଧୀ ଦଳର ୧୨୯ ଗିରଫ

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁର ଗସ୍ତ ଅବସରରେ ବିରୋଧୀ ଦଳର ସ୍ଥାନୀୟ ନେତୃବୃନ୍ଦଙ୍କୁ ବହୁସଂଖ୍ୟାରେ ଗିରଫ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଗମନର ଅବ୍ୟବହିତ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସହିତ କେତେକ ନେତାଙ୍କୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଅନୁସାରେ ଆଗୁଆ ଗିରଫ କରାଯାଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ ପାଇଁ ସମବେତ ହୋଇଥିବା ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଗିରଫ କରାଯାଇଥିଲା। ମୋଟ ୧୨୯ ଜଣଙ୍କୁ ଗିରଫ କରାଯାଇ ଶାସନ, କ୍ଷେତରାଜପୁର, ବୁର୍ଲା ଥାନା  ଆଦି ସ୍ଥାନରେ ରଖାଯାଇଥିଲା। ବୁର୍ଲାରେ ୨୫ ଜଣ ଗିରଫ ହୋଇଥିବା ବେଳେ ସମ୍ବଲପୁରରେ ୧୦୪ ଜଣ ଗିରଫ ହୋଇଥିଲେ। ଏଥିରୁ ୧୮…

"ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ବିରୋଧୀ ଦଳର ୧୨୯ ଗିରଫ"

ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡି ସେବାଶ୍ରମ ଛାତ୍ରୀ ମୃତ

କୋରାପୁଟ ; ତା୨୨-୦୯-୧୭ (ଓଡିଆ ପୁଅ/ରଂଜନ କୁମାର ଦାସ)ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡା ସେବାଶ୍ରମରେ ଏକ ଅଘଟଣ ଘଟିଯାଇଛି। ଚତୁର୍ଥଶ୍ରେଣୀ ଛାତ୍ରୀ ମମତା ବୈରାଗୀ ଓ ସାଥିମାନେ ପାଖରେ ଥିବା ନାଳକୁ ଗାଧୋଇବାକୁ ଯାଇଥିଲେ।ଗାଧୋଉଥିବା ସମୟରେ ମମତା ନାଳରେଥିବା ଗଭୀର ପାଣିରେ ବୁଡି ଯାଇଥିଲା।ତାପରେ ତାକୁ ଉଦ୍ଧାର କରି ସୁନାବେଡା ମେଡିକାଲକୁ ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।କୋରାପୁଟ ସଦର ମହକୁମା ଡାକ୍ତରଖାନାକୁ ମୃତଦେହ ଅଣାଯାଇ ଶବ ବ୍ୟବଛେଦ କରାଯାଇ ମୃତଦେହ ଲମତାପୁଟ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଡା ଗ୍ରାମକୁ ପଠାଯାଇଥିଲା।ତେନ୍ତୁଲିପଡା ଗ୍ରାମର ମମତା ବୈରାଗୀ ଦଳେଇଗୁଡା ସେବାଶ୍ରମରେ ପାଠ ପଢୁଥିଲା।ମମତାର ମୃତ୍ୟୁପରେ ପରିବାର ଓ ଗ୍ରାମବାସୀକଂ ମଧ୍ୟରେ ଶୋକରଛାୟା ଖେଳିଯାଇଛି।ମମତାର ଦେହ ଖରାପ…

"ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡି ସେବାଶ୍ରମ ଛାତ୍ରୀ ମୃତ"

ମାଓବାଦୀ ପ୍ରତିଷ୍ଠା ଦିବସରେ ଏସଆର କମ୍ପାନୀର ପାଇପଲାଇନକୁ ବିସ୍ପୋରଣ କରି ଉଡାଇଲେ

ମାଲକାନଗିରି,୨୨-୯ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବିଚିନ୍ନାଚଂଳରେ ପୁଣି ମାତି ଉଠିଛନ୍ତି ମାଓବାଦୀ, ମାଓବାଦୀଙ୍କ ପ୍ରତିଷ୍ଠା ଦିବସ ଅବସରରେ ଏକ ହିସାଂକାଣ୍ଡ ଘଟାଇ ପୁଲିସର ମୁଣ୍ଡବଥା ଆରମ୍ଭ କରିଦେଇଛନ୍ତି। ବିଛିନ୍ନାଚଂଳ ରାଲେଗଡା ପଚାଂୟତସ୍ଥ ପଲଙ୍କରାଇ ଗାଁ ନିକଟ ଦେଇ ଏସଆର କମ୍ପାନୀର ଯାଇଥିବା ପାଇପ ଲାଇନକୁ ଲ୍ୟାଣ୍ଡମାଇନ ଲଗାଇ ମାଓବାଦୀ ମାନେ ବିଷ୍ପୋରଣରେ ନଷ୍ଟ କରି ଦେଇଛନ୍ତି। ଛତିଶଗଡ ରାଜ୍ୟ ବଇଲାଡିଲା ଠାରୁ ଏସଆର କମ୍ପୀନୀର ଆଇରନ କୋର ମାଟିତଳେ ପାଇପଲାଇନ ଯୋଗେ ମାଲକାନଗିରି ଚିତ୍ରକୋଣ୍ଡା ହୋଇ ଆନ୍ଦ୍ରପ୍ରେଦଶ କୁ ଚାଲାଣ ହୋଇଥାଏ। ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ଦୀର୍ଘ ୪୦ କିମି ବ୍ୟାପି ଏହି ପାଇପ ଲାଇନ ବିଛା ଯାଇଛି। ଗୁରୁବାର ଦିନ ମାଓବାଦୀଙ୍କ ପ୍ରତିଷ୍ଠା ଦିବସ…

"ମାଓବାଦୀ ପ୍ରତିଷ୍ଠା ଦିବସରେ ଏସଆର କମ୍ପାନୀର ପାଇପଲାଇନକୁ ବିସ୍ପୋରଣ କରି ଉଡାଇଲେ"

କ୍ରମାଗତ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ଅଞ୍ଚଳ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରାଯିବ – ରାଜସ୍ୱମନ୍ତ୍ରୀ

ଭୁବନେଶ୍ୱର ୨୨-୯ (ଓଡ଼ିଆ ପୁଅ): ଓଡ଼ିଶାର ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କ ଚିନ୍ତା ଦୂର କରିବା ପାଇଁ ରାଜ୍ୟ ସରକାର ମରୁଡ଼ି ରିପୋର୍ଟ ଆସିବା ପୂର୍ବରୁ ସ୍ପଷ୍ଟ କରିଛନ୍ତି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତିଯେ, ଯେଉଁସବୁ ସ୍ଥାନରେ କ୍ରମାଗତ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି, ସେହି ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ବୋଲି ରାଜ୍ୟ ସରକାର ଘୋଷଣା କରିବେ। ପ୍ରଥମ ଥରପାଇଁ ରାଜ୍ୟ ସରକାର ଏପରି ଘୋଷଣା କରିବାକୁ ଯାଉଛନ୍ତି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତିଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ମିଳିନାହିଁ ରିପୋର୍ଟ ମିଳିବା ପରେ  ୧୦ ଅକ୍ଟୋବର ସମୀକ୍ଷା ବୈଠକରେ ଏବି ବିଷୟରେ ଚର୍ଚ୍ଚା କରାଯିବ।

"କ୍ରମାଗତ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ଅଞ୍ଚଳ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରାଯିବ – ରାଜସ୍ୱମନ୍ତ୍ରୀ"

ଆଈ ମା’ ହତ୍ୟାକଲା ନାତୁଣୀକୁ, ହତ୍ୟାକାରୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କଲେ

ମାଲକାନଗିରି,୨୨-୯ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଘରୋଇ କଳିର ପ୍ରତିଶୋଧ ନେବାପାଇଁ ଜଣେ ନିଷ୍ପାପ ଶିଶୁର ଜୀବନ ନେଇଛି ତାର ଆଈମା, ନିଜ ଝିଅକୁ ଖୁସିରେ ରଖିବା ଓ ଝିଅର ବଡ ଯାଆକୁ ହଇରାଣ କରିବାକୁ ଯାଇ ନାତୁଣୀକୁ ଘରକୁ ଡାକିନେଇ ଅତିନିର୍ମମଭାବେ ହତ୍ୟାକରି ପୋଖରୀରେ ପକାଇବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ  ଆଲୋଡନ ସୃଷ୍ଟିକରିଛି, ଘଟଣାରୁ ପ୍ରକାଶଯେ, ଏମଭି ୨୩ ଗ୍ରାମର ନିଶିକାନ୍ତ ଘରାମିଙ୍କ ୫ ବର୍ଷର ଝିଅ ନିସା ଘରାମି ବୁଧବାର ସକାଳେ ନିଜ ଗାଁରେ ଥିବା ସାନ ମା’ଙ୍କ ବାପଘରକୁ ଖେଳିବାକୁ ଯାଇ ସେ ଫେରିନଥିଲା। ପରିବାର ଲୋକେ ଓ ଗ୍ରାମବାସୀ…

"ଆଈ ମା’ ହତ୍ୟାକଲା ନାତୁଣୀକୁ, ହତ୍ୟାକାରୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କଲେ"

ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ଅତ୍ୟାଧୁନିକ ପ୍ଲାନେଟୋରିୟମ, ସାଇନ୍ସ ପାର୍କ, ସୁଇମିଙ୍ଗ ପୁଲ ଓ ଅନ୍ୟାନ୍ୟ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ବୁର୍ଲା ଠାରେ ନିର୍ମିତ ବହୁ ପ୍ରତୀକ୍ଷିତ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ନାମରେ ନାମିତ ଏହି ପ୍ଲାନେଟୋରିୟମ ଓ ପାର୍କକୁ ଉଦ୍ଘାଟନ କରିଥିଲେ। ୧୫ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ପକ୍ଷରୁ ପ୍ଲାନେଟୋରିୟମ ଓ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସାଇନ୍ସ ପାର୍କ ନିର୍ମାଣ କରାଯାଇଛି। ଉଭୟ ପ୍ରକଳ୍ପ ଜାତୀୟ ସ୍ତରର ତଥା ଖୁବ୍ ଆକର୍ଷଣୀୟ ହୋଇଛି। ମଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିମସାର ପରିସରରେ ୟୁଜି ଛାତ୍ରୀନିବାସ ଓ ନର୍ସିଂ ହଷ୍ଟେଲ,…

"ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ଅତ୍ୟାଧୁନିକ ପ୍ଲାନେଟୋରିୟମ, ସାଇନ୍ସ ପାର୍କ, ସୁଇମିଙ୍ଗ ପୁଲ ଓ ଅନ୍ୟାନ୍ୟ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ"