Home Top News ଅଛିଣ୍ଡା କଥା: ବିଜେପି – ସୌମ୍ୟ ଗୋଟିଏ ସ୍ୱର: ଅଙ୍ଗୁର କୋଳି ଖଟା ..

ଅଛିଣ୍ଡା କଥା: ବିଜେପି – ସୌମ୍ୟ ଗୋଟିଏ ସ୍ୱର: ଅଙ୍ଗୁର କୋଳି ଖଟା ..

123

ଭୁବନେଶ୍ୱର: କେନ୍ଦ୍ର ବିଜେପି ଠିକ୍ ବୁଝିଛି, ନବୀନ ବାବୁ କ’ଣ, ଆଉ ବିଜେପି ପାଇଁ ସେ କେତେ ଉପଯୋଗୀ! କିନ୍ତୁ, ଓଡ଼ିଶା ବିଜେପି ବୁଝି, ନବୁଝି ନବୀନ ସରକାରକୁ ଟାର୍ଗେଟ୍ କରିବାରେ ଲାଗିଛି। ଏବେ ବିଜେଡି ଆଉ ସୌମ୍ୟ ବାବୁଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି ଏବଂ ବିଜେଡି ବିରୋଧରେ ସୌମ୍ୟ ବାବୁ ଯେଉଁ ସ୍ୱର ଉତ୍ତୋଳନ କରୁଛନ୍ତି, ସେହି ସ୍ୱର ସହିତ ସ୍ୱର ମିଳାଇଛି ଓଡ଼ିଶା ବିଜେପି। ନବୀନ ସରକାର ଖରାପ – ଅଙ୍ଗୁର କୋଳି ଖଟା! ଏମିତିରେ ଦେଖିଲେ ବିଜେଡି ବା ନବୀନ ବାବୁ ବିଜେପି ସହିତ ଯାହା କରିଥିଲେ ସୌମ୍ୟ ବାବୁଙ୍କ ସହିତ ମଧ୍ୟ ସେୟା କରିଛନ୍ତି। ଆଉ ବିଜେପି ଯାହା କରିଥିଲା ସୌମ୍ୟ ବାବୁ ଏବେ ତାହା କରୁଛନ୍ତି। ସୌମ୍ୟ ବାବୁ ସବୁବେଳେ ନିଜକୁ ଶ୍ରେଷ୍ଠ ବୋଲି ଭାବି ଆସିଛନ୍ତି। ଓଡ଼ିଶା ରାଜନୀତିରେ ସେ ଜଣେ ବିରଳ ନେତା ଭାବରେ ବୋଧେ ସବୁ ଦଳକୁ ଚାଖି ଦେଇଛନ୍ତି। ବିଜେପିରେ ଥାଇ ବିଜେପି ଭଲ ଲାଗିଲାନି ବିଜେପି ଛାଡ଼ିଲେ, କଂଗ୍ରେସରେ ଥାଇ କଂଗ୍ରେସ ଭଲ ଲାଗିଲାନି କଂଗ୍ରେସ ଛାଡ଼ିଲେ। ଆଉ ଏବେ ବିଜେଡି ଭଲ ଲାଗିଲାନି ବିଜେଡି ବିତାଡ଼ିତ କରିଦେଲା। ଯେଉଁ ଦଳ ତାଙ୍କୁ କାଲି ଭଲ ଲାଗୁଥିଲା, ଯେଉଁ ଦଳର ନେତା କାଲି ତାଙ୍କୁ ଭଲ ଲାଗୁଥିଲେ, ଆଜି ସେ ସବୁ ଖରାପ ହୋଇଗଲେ! ଅଙ୍ଗୁର କୋଳି ଖଟା! ଓଡ଼ିଶା ବିଜେପିର ମଧ୍ୟ ସମ ଅବସ୍ଥା। ଯେଉଁ ସୌମ୍ୟ ତାଙ୍କ ଦଳକୁ କାଲି ଛାଡ଼ି ଚାଲି ଯାଇଥିଲେ, ଆଜି ସେହି ସୌମ୍ୟଙ୍କ ସ୍ବରରେ ସ୍ୱର ମିଶାଉଛି ଓଡ଼ିଶା ବିଜେପି।ସୂଚନାଯୋଗ୍ୟ ଯେ, ବିଜେପି – ବିଜେଡି ମେଣ୍ଟରୁ ହିଁ ନବୀନ ସରକାରର ଆରମ୍ଭ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମହାରାଜଙ୍କ ହତ୍ୟା ପରେ ବିଜେପି – ବିଜେଡି ମେଣ୍ଟ ଭାଙ୍ଗି ଯାଇଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ସମ୍ମାନ ଜଣାଇ ବିଜେପି ମେଣ୍ଟରୁ ଓହରିଯାଇ ନଥିଲା। ବରଂ ବିଜେଡି ବିଜେପିକୁ ଗଳାଧକ୍କା ମାରି ବାହାର କରିଦେଇଥିଲା। ନବୀନ ସରକାରରେ ମନ୍ତ୍ରୀ ପଦରେ ଥିବା ବିଜେପି ନେତାନେତ୍ରୀ ମାନେ ସ୍ୱାମୀଙ୍କ ଜୀ’ଙ୍କ ବଳିଦାନକୁ ଭୁଲି ନବୀନ ସରକାରରେ ସେହିପରି ମନ୍ତ୍ରୀପଦ ଜାବୁଡ଼ି ଧରି ରହିବାକୁ ଚାହୁଁଥିଲେ। କିନ୍ତୁ ହେଲାନି, ନବୀନ ଏମାନଙ୍କୁ ଗଳା ଧକ୍କା ମାରି ବାହାର କରିଦେଲେ। ତଥାପି ପୁଣି ବିଜେଡି ସହିତ ମେଣ୍ଟ କରିବା ପାଇଁ କେନ୍ଦ୍ର ବିଜେପିର ଦୂତ ହିସାବରେ ତତ୍କାଳୀନ ଓଡ଼ିଶା ବିଜେପି ପ୍ରଭାରୀ ସ୍ବର୍ଗତ ଚନ୍ଦନ ମିତ୍ର ଦୁଇ ଦୁଇ ଥର ନବୀନ ବାବୁଙ୍କ ପାଖକୁ ଯାଇ ଚେଷ୍ଟା କରି ବିଫଳ ହୋଇଥିଲେ। କେବଳ ବିଫଳ ହୋଇନଥିଲେ, ବେଇଜତ୍ ବି ହୋଇଥିଲେ। ଆଉ ଏବେକାର ପାଣ୍ଡିଆନ ଭୂମିକାରେ ସେବେ ଥିଲେ ପ୍ୟାରୀ ବାବୁ। ତତ୍କାଳୀନ ସର୍ବେସର୍ବା। ଆଉ ମଜା କଥା ହେଲା, କିଛି ବର୍ଷ ପରେ ତତ୍କାଳୀନ ସେହି ଓଡ଼ିଶା ପ୍ରଭାରୀ ଚନ୍ଦନ ମିତ୍ର ବିଜେପି ଛାଡ଼ି ମମତା ବାନାର୍ଜୀଙ୍କ ଟିଏମସି ଦଳକୁ ଚାଲିଯାଇଥିଲେ।ଏତେ ସବୁ ପରେ ଏବେ ଓଡ଼ିଶା ବିଜେପି ଖାଇ ନପାରି ଅଙ୍ଗୁର କୋଳି ଖଟା କହିବା ପରି, ପାଇନପାରି ବିଜେଡି ଏବଂ ନବୀନ ସରକାରଙ୍କୁ ଖରାପ କହୁଛି। ଏଠାରେ ସୂଚନାଯୋଗ୍ୟ ଯେ ୨୩ ବର୍ଷର ଶାସନ ଭିତରେ ୯ ବର୍ଷ ବିଜେପି ବିଜେଡି ସରକାରର ଭାଗୁଆଳି ଥିଲା। ନବୀନ ସରକାରରେ ହିଁ ବିଜେପି ନେତାନେତ୍ରୀ ମାନେ ମନ୍ତ୍ରୀପଦର ସୁଖ ପାଇଥିଲେ। ଆଉ ନବୀନ ସରକାର ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେଷ୍ଠ ବିଧାୟକର ସମ୍ମାନ ଦେଇଥିଲେ!!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.