Home Top News ଧର୍ମେନ୍ଦ୍ରଙ୍କ ପାଇଁ ଗର୍ବ କଲା ମହିଳା ମୋର୍ଚ୍ଚା: ହେଲେ କାହିଁକି?

ଧର୍ମେନ୍ଦ୍ରଙ୍କ ପାଇଁ ଗର୍ବ କଲା ମହିଳା ମୋର୍ଚ୍ଚା: ହେଲେ କାହିଁକି?

38

ଭୁବନେଶ୍ୱର: ସଂସଦରେ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଗୃହିତ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ପ୍ରଦାନ କରି ଦେଶବ୍ୟାପୀ ବିଜେପି ଆୟୋଜିତ କରୁଛି କାର୍ଯ୍ୟକ୍ରମ। ମହିଳା ସମ୍ବଦ୍ଧିତ ବିଷୟ ହୋଇଥିବାରୁ ବିଶେଷ କରି ବିଜେପି ମହିଳା ମୋର୍ଚ୍ଚା ଆୟୋଜିତ କରୁଛି ଏହି କାର୍ଯ୍ୟକ୍ରମ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଗୃହିତ ହେବା ପରେ ମୋଦୀଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କରୁଛି ବିଜେପି ମହିଳା ମୋର୍ଚ୍ଚା। ଓଡ଼ିଶାରେ ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ଏପରି ଏକ କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗ ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “ନାରୀଶକ୍ତି ବନ୍ଦନ ଅଧିନିୟମ- ୨୦୨୩” ଭିତରେ ଏବେ ଶିକ୍ଷା ବିଭାଗକୁ ନେଇ ଏବଂ ପୂର୍ବରୁ ପେଟ୍ରୋଲିୟମ ବିଭାଗ ଉଜ୍ଜଲା ଗ୍ୟାସ୍ କଥା ନେଇ ମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ। ଲାଗୁଥିଲା ସତେ ଯେପରି ମୋଦୀଙ୍କୁ ନୁହେଁ, ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ମହିଳା ମୋର୍ଚ୍ଚାର ଏହି କାର୍ଯ୍ୟକ୍ରମ!ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ବାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍ ସମେତ ପୂର୍ବତନ ମନ୍ତ୍ରୀ ତଥା ମହିଳା ମୋର୍ଚ୍ଚା ପୂର୍ବତନ ରାଷ୍ଟ୍ରୀୟ ଏବଂ ରାଜ୍ୟ ସଭାନେତ୍ରୀ ସୁରମା ପାଢ଼ୀ, ପୂର୍ବତନ ରାଜ୍ୟ ସଭାନେତ୍ରୀ ବିଜୟଲକ୍ଷ୍ମୀ ମିଶ୍ର, ସୀମିତିନୀ ଜେନା, ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ଅନିତା ଶୁଭଦର୍ଶିନୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଭୁବନେଶ୍ୱର ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର ପ୍ରମୂଖ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ। କିନ୍ତୁ, ଯେଉଁ ସଂସଦରେ ଏହି ଅଧିନିୟମ ଗୃହୀତ ହେଲା ସେହି ସଂସଦକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଦୁଇ ବିଜେପି ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀ (ଭୁବନେଶ୍ୱର) ଏବଂ ସଙ୍ଗୀତା କୁମାରୀ ସିଂହଦେଓ (ବଲାଙ୍ଗୀର) ଏହି କାର୍ଯ୍ୟକ୍ରମରେ ଥିଲେ ଅନୁପସ୍ଥିତ! ଆଉ ଏଣେ କାର୍ଯ୍ୟକ୍ରମ ପାଇଁ ଆସିଥିବା ଫୁଲ ମାଳଟିକୁ ଉପସ୍ଥିତ ମହିଳା ନେତ୍ରୀଙ୍କୁ ସମର୍ପିତ କରିଥିଲେ ଧର୍ମେନ୍ଦ୍ର। ଏହାକୁ ନେଇ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କହିଲା,”ମହିଳାଙ୍କୁ ମିଳିଲା ସମ୍ମାନ, ଓଡ଼ିଶା ମାଟିର ପୁଅ, ସାରା ଦେଶରେ ଯିଏ ଉଜ୍ବଳା ମ୍ୟାନ ରୂପେ ପରିଚିତ ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ନିଜେ ମଞ୍ଚରୁ ଉଠି ଫୁଲମାଳ ଆଣି ସମ୍ମାନିତ କରିଛନ୍ତି ମହିଳାଙ୍କୁ। ଧର୍ମେନ୍ଦ୍ରଙ୍କୁ ନେଇ ଗର୍ବ ଅନୁଭବ କଲେ ରାଜ୍ୟର ମହିଳା କର୍ମୀ”!ଧର୍ମେନ୍ଦ୍ର ପ୍ରଧାନ ଜଣେ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନୁହଁନ୍ତି। ସେ ପୁଣି ଓଡ଼ିଶା ମାଟିର ପୁଅ। ଏ’ ଯେଉଁ ମହିଳାଙ୍କୁ ସେ ଫୁଲମାଳ ଦେଇ ସମ୍ମାନିତ କଲେ ବୋଲି କୁହାଯାଇଛି ସେ ସବୁ ତାଙ୍କ ଲୋକ, ସମସ୍ତେ ପରିଚିତ। ମନ୍ତ୍ରୀଙ୍କ ଦୟାରେ ହିଁ ଆଜି ସେମାନେ ଯାହା ସବୁ ପଦପଦବୀ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀ ଭୁବନେଶ୍ୱର ଆସିଲେ କିମ୍ୱା ଏମାନେ ଦିଲ୍ଲୀ ଯାଇ ମନ୍ତ୍ରୀଙ୍କ ପାଖରେ ହାଜିରା ପକାନ୍ତି। ମନ୍ତ୍ରୀ ସେମାନଙ୍କୁ ସମ୍ମାନିତ କରିବା ବଡ଼ କଥା ନୁହେଁ, ବରଂ ଯଦି ଏଠି ମନ୍ତ୍ରୀ ବିଜେପିର ଦୁଇ ନିର୍ବାଚିତ ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଏପରି ସମ୍ମାନୀତ କରିଥାଆନ୍ତେ, ତାହା ହୁଏତ ମନ୍ତ୍ରୀଙ୍କ ବଡ଼ପଣ ବୋଲି କୁହାଯାଇ ଥାଆନ୍ତା।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.