Home Top News ବିଜୁବାବୁଙ୍କୁ ନେଇ ମାଷ୍ଟରଷ୍ଟ୍ରୋକ ଖେଳିପାରେ ବିଜେପି!

ବିଜୁବାବୁଙ୍କୁ ନେଇ ମାଷ୍ଟରଷ୍ଟ୍ରୋକ ଖେଳିପାରେ ବିଜେପି!

53

ଆସନ୍ତା ମାର୍ଚ୍ଚ ମାସ ପାଞ୍ଚ ତାରିଖ ହେଉଛି ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ। ଏହା ପୂର୍ବରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଘୋଷଣା କରିପାରେ କେନ୍ଦ୍ର ସରକାର। ଗୋଟିଏ ନିର୍ଭରଯୋଗ୍ୟ ସୂତ୍ରରୁ ଏହି ଖବର ହସ୍ତଗତ ହୋଇଛି। ଯଦି ଏଭଳି ଘଟଣା ଘଟେ ତେବେ ବିଜୁଙ୍କ ନାମ ନେଇ ବିଜେପି ଗୋଟିଏ ରାଜନୈତିକ ମାଷ୍ଟେରଷ୍ଟୋକ ଖେଳିବ ବୋଲି ଆଶା କରାଯାଉଛି।

ବିଜେଡ଼ି ଓ ବିଜେପି ଭିତରେ ଅଘୋଷିତ ସଲାସୁତୁରା ରହିଛି ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ତଥାପି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଦୁଇ ଦଳ ପରସ୍ପର ଭିତରେ ରାଜନୈତିକ ଛାୟା ଯୁଦ୍ଧ ଚଳାଇଛନ୍ତି। ଭିତରେ କିନ୍ତୁ ବିଜେପି ଏଥର ଓଡ଼ିଶା ଦଖଲ ହାତ ଛଡା କରିବାକୁ ଚାହୁଁନି। ବିଜୁ ପଟ୍ଟନାୟକ ଓଡ଼ିଶାର ଗର୍ବ ଓ ଗୌରବ। ତାଙ୍କରି ନାମରେ ବିଜୁ ଜନତା ଦଳ ଭଳି ଗୋଟିଏ ଆଞ୍ଚଳିକ ଦଳ କରି ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଛନ୍ତି। ତେଣୁ ବିଜେପି ଭଲ ଭାବରେ ଉପଲବ୍ଧି କରିସାରିଛି ଓଡ଼ିଶାରେ ଏବେବି ବିଜୁ ବାବୁଙ୍କ ନାମରେ ଭୋଟ ଅଛି।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂଙ୍କୁ ଭାରତରତ୍ନ ଦେଇ କେନ୍ଦ୍ର ଏନଡ଼ିଏ ସରକାର ଉତ୍ତରପ୍ରଦେଶରେ ଓ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେଇ ବିହାରରେ ବଡ଼ ରାଜନୈତିକ ଖେଳ ଖେଳି ସାରିଛି। ଏବେ ଓଡ଼ିଶା ଉପରେ ଆଖି। ବିଜୁ ବାବୁଙ୍କୁ ଭାରତରତ୍ନ ଦେଇ ଆସନ୍ତା ନିର୍ବାଚନରେ ଖୋଲାଖୋଲି ମେଣ୍ଟ ଅଫର ଦେଇପାରେ ବିଜେପି। ନଚେତ ଅଘୋଷିତ ମେଣ୍ଟକୁ ରାଜି ହୋଇ ଭଲ ମୂଲଚାଲ କରିପାରେ। ନଚେତ ବିଜୁ କାର୍ଡକୁ ନିଜ ସପକ୍ଷରେ ଆଣି ଓଡ଼ିଶାବାସୀଙ୍କୁ ବାସ୍ତବତା ଦେଖାଇ ନିର୍ବାଚନ ମୈଦାନକୁ ଓଲ୍ହାଇ ପାରେ। ସେ ଯାହା ହେଉ ବାସ୍ତବ ରାଜନୈତିକ ଦୃଷ୍ଟିଭଙ୍ଗୀ ଖୁବ ଶୀଘ୍ର ଜନମାନସକୁ ଆସିଯିବ ଏଥିରେ ସନ୍ଦେହ ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.