Home Top News କେବଳ ଧର୍ମେନ୍ଦ୍ର ସାଙ୍ଗରେ ଥିବାରୁ ଅନୁରାଗ ଠାକୂରଙ୍କୁ ମିଳିଲା ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଓ ସମ୍ମାନ...

କେବଳ ଧର୍ମେନ୍ଦ୍ର ସାଙ୍ଗରେ ଥିବାରୁ ଅନୁରାଗ ଠାକୂରଙ୍କୁ ମିଳିଲା ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଓ ସମ୍ମାନ ..

68

ଭୁବନେଶ୍ୱର: କେନ୍ଦ୍ର ସୂଚନା ପ୍ରସାରଣ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୂର ଓଡ଼ିଶା ଗସ୍ତରେ ଆସିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ମିଳିଲା ଭବ୍ୟ ସ୍ୱାଗତ, ସମ୍ୱର୍ଦ୍ଧନା ଓ ସମ୍ମାନ। ତେବେ, ତାହାସବୁ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ! ସାଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଥିବା ଯୋଗୁଁ ହିଁ ଅନୁରାଗ ଠାକୂରଙ୍କୁ ମିଳିଲା ସ୍ୱାଗତ, ସମ୍ବର୍ଦ୍ଧନା ଓ ସମ୍ମାନ। ଏହାପରେ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଯାଇଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟ। ସେଠାରେ ମଧ୍ୟ ଦୁଇ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଓଡ଼ିଶା ମାଟିରେ ସମ୍ମାନ ପାଇଲେ ଅନୁରାଗ ଠାକୂର। କାରଣ ସାଙ୍ଗରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ସାଙ୍ଗରେ ନଥିଲେ ଏପରି ସ୍ୱାଗତ, ସମ୍ବର୍ଦ୍ଧିତ ଓ ସମ୍ମାନୀତ ଆଦୌ ହୋଇପାରି ନଥାନ୍ତେ ଅନୁରାଗ ଠାକୂର। କାରଣ ଏବେ କିଛିଦିନ ତଳେ ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ଓଡ଼ିଶା ଆସିଥିଲେ ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜନ୍ ବାର୍ଲା ଏବଂ ମୁଞ୍ଜାପରା ମହେନ୍ଦ୍ରଭାଇ। ବିଶ୍ୱକର୍ମା ପୂଜା ଅବସରରେ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଓଡ଼ିଶା ଆସିଥିଲେ ଏହି ତିନି କେନ୍ଦ୍ରମନ୍ତ୍ରୀ। ତେଣେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦେଶବ୍ୟାପୀ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦାୟିତ୍ୱ ଥିଲା। ତଦ୍ଅନୁଯାୟୀ ଓଡ଼ିଶାରେ, ଭୁବନେଶ୍ୱର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୁରୀ କାର୍ଯ୍ୟକ୍ରମରେ ଜନ୍ ବାର୍ଲା ଏବଂ ସମ୍ବଲପୁର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ମୁଞ୍ଜାପରା ମହେନ୍ଦ୍ରଭାଇ ଯୋଗଦେଇଥିଲେ। ସେମାନଙ୍କୁ କିନ୍ତୁ ଓଡ଼ିଶା ବିଜେପି ପକ୍ଷରୁ ସେମିତି ସ୍ୱାଗତ, ସମ୍ବର୍ଦ୍ଧନା ବା ସମ୍ମାନ ଦେବାର ଦେଖାଯାଇ ନଥିଲା। କେତେବେଳେ ଆସିଲେ, କେତେବେଳେ ଗଲେ କେହି ଜାଣି ପାରିଲେନି! ଆଜି ସେହିପରି ଓଡ଼ିଶା ଗସ୍ତରେ ଆସିଛନ୍ତି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଦର୍ଶନରେ ଜରଦୋଷ। ତାଙ୍କୁ ମଧ୍ୟ ସେପରି ସ୍ୱାଗତ, ସମ୍ବର୍ଦ୍ଧନା କିମ୍ବା ସମ୍ମାନ ଦିଆଯିବାର ଦେଖାଗଲାନି। କାରଣ ସାଙ୍ଗରେ ନଥିଲେ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ। କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟେକିବାକୁ ଯାଇ କିମ୍ବା ତାଙ୍କ ଆଗରେ ଭଲେଇ ହେବାକୁ ଯାଇ ଅନ୍ୟ ସମସ୍ତ ନେତାମନ୍ତ୍ରୀଙ୍କୁ ଓଡ଼ିଶା ବିଜେପି ମଣୁଛି ହେୟ। ଏହି କାରଣରୁ ହିଁ ଆଜି ଓଡ଼ିଶାରେ ବିଜେପି ହେଉଛି ବିଫଳ!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.