Home Top News ଡିସେମ୍ବର ତିନି ତାରିଖ ପରେ କଣ ରହିବ ଜଗନମୋହନ ଓ ନବୀନଙ୍କ ଆଭିମୁଖ୍ୟ

ଡିସେମ୍ବର ତିନି ତାରିଖ ପରେ କଣ ରହିବ ଜଗନମୋହନ ଓ ନବୀନଙ୍କ ଆଭିମୁଖ୍ୟ

112

ଚଳିତ ନଭେମ୍ବର ମାସରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡ଼ିକ ହେଲା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ। ଫଳାଫଳ ଡ଼ିସେମ୍ବର ୩ତାରିଖ ଦିନ ପ୍ରକାଶ ପାଇବ। ଜାତୀୟ ଗଣମାଧ୍ୟମ ଓ ରାଜନୀତି ଯାହା କହୁଛି ଏହି ୫ ଗୋଟି ରାଜ୍ୟରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ବହୁମତ ହାସଲ କରିବ। ଗତ ୨୦୧୮ ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ କଂଗ୍ରେସ ଦାଖଲକୁ ଯାଇଥିଲା। ତେଲେଙ୍ଗାନା ଓ ମିଜୋରାମ ଆଞ୍ଚଳିକ ଦଳ ହାତରେ ରହିଥିଲା। ଘଟଣାଚକ୍ରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ସରକାର ସହିତ ଧୋକାବାଜୀ କଲେ ଓ ବିଜେପି ସହିତ ମିଶିଲେ। ଫଳସ୍ୱରୂପ ମଧ୍ୟପ୍ରଦେଶରେ କାମଳନାଥ ସରକାରର ପତନ ଘଟିଲା ଓ ପୁଣି କ୍ଷମତା ବିଜେପି ହାତକୁ ଗଲା। ୨୦୧୮ ମସିହା ପରିସ୍ଥିତି ଏବେ ଦେଶରେ ନାହିଁ। ୨୦୧୮ ମସିହା କଂଗ୍ରେସ ଓ ୨୦୨୩ କଂଗ୍ରେସ ଭିତରେ ଆକାଶ ପାତାଳ ତଫାତ। ଦେଶର ସମସ୍ତ ଆଞ୍ଚଳିକ ଦଳ ଏବେ କଂଗ୍ରେସ ସାଥିରେ ମାନେ ଇଣ୍ଡିଆ ମେଣ୍ଟରେ। ବିଜେପି ନେତୃତ୍ବାଧୀନ ଏଣ୍ଡିଏ ସହିତ କେହି ନାହାଁନ୍ତି। ସାରା ଭାରତ ବର୍ଷରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଏଣ୍ଡିଏ ସରକାରର ନିଦ ହଜାଇ ଦେଇଛି କହିଲେ ଚଳେ। ଯଦି ଡ଼ିସେମ୍ବର ୩ ଫଳାଫହ ଓଲଟାପଲଟ ହୁଏ ନିଶ୍ଚିନ୍ତ ଭାବରେ ୨୦୨୪ ସାଧାରଣ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଶାସନ କରୁଥିବା ୱାଇ.ଏସ.ଆର କଂଗ୍ରେସ ଓ ଓଡ଼ିଶାରେ ଶାସିତ ବିଜୁ ଜନତା ଦଳର ଆଭିମୁଖ୍ୟ କଣ ହେବ ତାହା ଏକ ପ୍ରଶ୍ନବାଚୀ। ଏହି ଦୁଇ ଦଳ ଏଣ୍ଡିଏ ରେ ଅଫିସିଆଲି ସାମିଲ ନ ଥିଲେ ଭି ୨୦୧୪ ମସିହା ପର ଠାରୁ ସବୁ କ୍ଷେତ୍ରରେ ବିଜେଡ଼ି ଓ ୨୦୧୯ ପରଠାରୁ ୱାଇ.ଏସ. ଆର ବିଜେପିକୁ ସମର୍ଥନ କରିଆସୁଛନ୍ତି। ତାହା ପୁଣି ଖୋଲାଖୋଲି ଭାବରେ। ନବୀନଙ୍କ କ୍ଷେତ୍ରରେ ସମଦୂରତାର ପରିଭାଷା ଏକ ପ୍ରକାର ହାସ୍ୟାସ୍ପଦରେ ପରିଣତ ହୋଇ ସାରିଛି। ୨୦୧୨ ମସିହା ମିଡ଼ ନାଇଟ ଅପେରସନ ସମୟରେ ନବୀନ ପଟ୍ଟନାୟକ ସରକାରକୁ ଏକ ପ୍ରକାର ଜୀବନ୍ୟାସ ଦେଇଥିଲେ ସୋନିଆ ଗାନ୍ଧୀ। ଯାହା ସେତେବେଳର ସୂତ୍ର କହୁଥିଲା। ପ୍ରତିବଦଳରେ ନବୀନ ସିବିଆଇ ଓ ଇଡ଼ି ଡ଼ର ହଉ କିମ୍ବା ରାଜନୈତିକ ସ୍ୱାର୍ଥ ହାସଲ ହଉ କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିଥିଲେ। ଏବେ ପରିସ୍ଥିତି ବଦଳିବାକୁ ଯାଉଛି। ଯଦି ୨୦୨୪ରେ କେନ୍ଦ୍ରରେ ପଟ୍ଟପରିବର୍ତ୍ତନ ହୁଏ ତେବେ ଜଗନମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କଣ ରହିବ ତାହା ଏକ ବିରାଟ ପ୍ରଶ୍ନବାଚୀ।
ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.