ଭଦ୍ରକ : ରାସ୍ତା କାମକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବିନା ସୂଚନା ଫଳକରେ ଚାଲିଛି ନିମ୍ନମାନର କାମ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାଂଶଡା-ଗାରଡପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗୋଟିଏ ପଟେ ଅଞ୍ଚଳବାସୀ ରାସ୍ତା କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କେବଳ ଠିକାଦାରଙ୍କ ସପକ୍ଷରେ ମତ ରଖୁଥିବା ଜଣାଯାଇଛି। ନିର୍ମାଣାଧୀନ ଏହି ରାସ୍ତା ସଂପର୍କିତ କୌଣସି ସୂଚନା ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ୯ କିମି ରାସ୍ତା କାର୍ଯ୍ୟ ପାଇଁ ଚାନ୍ଦବାଲି ଗ୍ରାମ୍ୟଉନ୍ନୟନ ବିଭାଗ କାହାକୁ କେତେବେଳେ କାର୍ଯ୍ୟାଦେଶ ଦେଲେ ତାହା ଅଞ୍ଚଳବାସୀ ଜାଣିବାକୁ ଚାହିଁଛନ୍ତି। ଏହି କାର୍ଯ୍ୟାଦେଶ ମଧ୍ୟରେ କେତେବେଳେ ଠିକାଦାର ଏହି…

"ଭଦ୍ରକ : ରାସ୍ତା କାମକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବିନା ସୂଚନା ଫଳକରେ ଚାଲିଛି ନିମ୍ନମାନର କାମ"

ଭଦ୍ରକ : ଓଜନରେ କବାଡିବାଲାଙ୍କୁ ପାଠ୍ୟ ପୁସ୍ତକ ବିକ୍ରୟ ହଜାରେ ବହି ଜବତ କରି ପୁଲିସର ଜିମା ଦେଲେ ଗ୍ରାମବାସୀ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉଛି। ତେବେ ଏହି ପାଠ୍ୟ ପୁସ୍ତକ କବାଡିବାଲାକୁ ଓଜନରେ ବିକ୍ରୟ କରାଯିବା ଘଟଣା ସଂପ୍ରତି ଆଲୋଚନାର ବିଷୟ ହୋଇଛି। ଗତକାଲି ସକାଳ ୭ଟାରେ ଏକ ଟ୍ରଲିରେ ବହି ବୋଝେଇ କରି ଜଣେ କବାଡିବାଲା ଆସୁଥିଲେ। ଏହି ଜିଲାର ତିହିଡି ଥାନା ଅଧୀନ ଗୁଆମାଳ ସାମନ୍ତାଣୀଶ୍ୱରୀ ଛକରେ କିଛି ଲୋକ ଏହା ଦେଖିଥିଲେ। ସଂପୃକ୍ତ କବାଡିବାଲାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏହା ସର୍ବଶିକ୍ଷା ଅଭିଯାନ ଦ୍ୱାରା ପିଲାଙ୍କୁ ମାଗଣା ପୁସ୍ତକ ବୋଲି ଜଣାପଡିଥିଲା। ୪ଟି ବସ୍ତାରେ ଏହି…

"ଭଦ୍ରକ : ଓଜନରେ କବାଡିବାଲାଙ୍କୁ ପାଠ୍ୟ ପୁସ୍ତକ ବିକ୍ରୟ ହଜାରେ ବହି ଜବତ କରି ପୁଲିସର ଜିମା ଦେଲେ ଗ୍ରାମବାସୀ"

ଫାରୁକ ଭାଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ନୈତିକତା କମିଟିକୁ ମନୋନୀତ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଫେଲୋସି’ର ସଂପାଦକ ତଥା ବିଶିଷ୍ଟ ସମାଜେସେବୀ ଏସ.ଏମ ଫାରୁକ (ଫାରୁକ ଭାଇ) ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୈତିକତା କମିଟି (ଏଥିକ୍ସ କମିଟି)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସେ ଏହି କମିଟିର ସଭ୍ୟ ରହିବେ। ଏବେ ମଧ୍ୟ ସେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ଅଛନ୍ତି। ଫାରୁକ ଭାଇଙ୍କ ଏହି ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

"ଫାରୁକ ଭାଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ନୈତିକତା କମିଟିକୁ ମନୋନୀତ"

ବିଶ୍ୱ ପୁସ୍ତକ ଦିବସ ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗିତା

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଶ୍ୱ ପୁସ୍ତକ ଦିବସ ପାଇଁ ଆଜି ସନ୍ସାଇନ ମିଶନ ସ୍କୁଲ ପରିସରରେ ଭଦ୍ରକ ପୁସ୍ତକ ମେଳା କମିଟି ଆନୁକଲ୍ୟରେ ‘ପୁସ୍ତକ ମୋର ବନ୍ଧୁ’ ଶୀର୍ଷକ ଏକ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ଏହି ଚିତ୍ରକଳା ପ୍ରତିଯୋଗିତାରେ୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଭଦ୍ରକ ପୁସ୍ତକ ମେଳା କମିଟିର ସଭାପତି ଅଜୟ ନାୟକ, କୃଷି ସାହିତ୍ୟର ଲେଖକ ଇଂ ଅରୁଣ ପାତ୍ର, ପୁସ୍ତକ ମେଳାର ସଂପାଦକ ଅକ୍ଷୟ ବାରିକ୍ ଓ ଯୁଗ୍ମ ସଂପାଦକ ରୂପକ ବିହାରୀ ରାୟ, ରଜତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

"ବିଶ୍ୱ ପୁସ୍ତକ ଦିବସ ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗିତା"

ଭଦ୍ରକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ ଓ କୁଶପୁତ୍ତଳା ଦାହ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାଁ’କୁ କାମ ଓ ମା’କୁ ସମ୍ମାନ ନାରା ଦେଇ କ୍ଷମତାକୁ ଆସିଥିବା ନବୀନ ସରକାର ସମୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ସୀମା ଲଙ୍ଘନ କରିଛି। ରାଜ୍ୟରେ ଦିନକୁ ଦିନ ନାବାଳିକାଙ୍କ ପ୍ରତି ଗଣ ଦୁଷ୍କର୍ମର ତାଲିକା ଲମ୍ବିବାରେ ଲାଗିଛି। ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବଢି ଚାଲିଥିବା ଦୁଷ୍କର୍ମ ଓ କୁନ୍ଦୁଲି ପୀଡିତାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ଭଦ୍ରକ ଜିଲ୍ଲା ପକ୍ଷରୁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା…

"ଭଦ୍ରକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ ଓ କୁଶପୁତ୍ତଳା ଦାହ"

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ନାବାଳକ ସମେତ ପିତା ଥାନାରେ ଅଟକ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରାଞ୍ଚଳ ଅଧୀନସ୍ତ ୨ନଂ ୱାର୍ଡ ବରାଳପୋଖରୀ ଗ୍ରାମର ଜଣେ ନାବାଳିକା କନ୍ୟାକୁ ଟ୍ୟୁସନ ଯିବା ରାସ୍ତାରେ ବଳପୂର୍ବକ ଉଠାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ନାବାଳକ ଓ ଖୁର ଦ୍ୱାରା ଭୟଭୀତ କରିଥିବା ତା’ ପିତାଙ୍କୁ ସହରାଞ୍ଚଳ ଥାନା ପୁଲିସ୍ ଅଟକ ରଖି ତଦନ୍ତ କରୁଥିବାର ଜଣାପଡିଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ପୌରାଞ୍ଚଳର ୱାର୍ଡ ନଂ-୨ରେ ଯାଉଥିବା ଉପରୋକ୍ତ ଗ୍ରାମର ବାପ ଛେଉଣ୍ଡ କଳ୍ପନା (ଛଦ୍ମନାମ) ସ୍ଥାନୀୟ ହନୁମାନ ଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପଢେ। ସେ କିଛିଦିନ ହେବ ଟ୍ୟୁସନ ଯିବାଆସିବା କରିବା ମଧ୍ୟରେ ରାସ୍ତାରେ ସେହି…

"ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ନାବାଳକ ସମେତ ପିତା ଥାନାରେ ଅଟକ"

ଧର୍ମକୁ ଆଖିଠାର ନୀତିରେ ଚୋରା କାଠ ଓ ବୋଲେରୋ ଜବତ ଭଦ୍ରକରେ ଚୋରା କାଠ ମାଫିଆଙ୍କ ସହ ଜଂଗଲ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଲକ୍ଷାଧିକ ଟଙ୍କାର ଚୋରା ଶାଳ କାଠ ବୋଝେଇ ଏକ ବୋଲେରୋକୁ ଭଦ୍ରକ ବନ୍ୟପ୍ରାଣୀ ବିଭାଗ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାଯାଏ ଏହି ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ଚୋରା କାଠ ବୋଝେଇ ଗାଡିଟିକୁ ଖସାଇ ଦେବାର ମସୁଧା କରିଥିଲେ। ମାତ୍ର ଭଦ୍ରକର ଫରେଷ୍ଟରଙ୍କ ଉଦ୍ୟମରୁ ତାହା ସମ୍ଭବ ହୋଇପାରିନଥିଲା। ଫଳରେ ବାଧ୍ୟହୋଇ ସଂପୃକ୍ତ ଅଧିକାରୀ ଗାଡିଟିକୁ ଜବତ କରିବାରେ ନିଜକୁ ସାମିଲ କରିଥିଲେ। ଯାହା ଜଣାଯାଏ କେନ୍ଦୁଝରର ସାଅାଁତରା ଅଂଚଳରୁ ଭଦ୍ରକକୁ ଓଆର-୦୪-ଜେ- ୩୨୧୬ ନମ୍ବର ବୋଲେରୋରେ ପ୍ରାୟ ୧.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଏହି ଚୋରା…

"ଧର୍ମକୁ ଆଖିଠାର ନୀତିରେ ଚୋରା କାଠ ଓ ବୋଲେରୋ ଜବତ ଭଦ୍ରକରେ ଚୋରା କାଠ ମାଫିଆଙ୍କ ସହ ଜଂଗଲ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା"

ସପନ ଯେନା ସ୍ମାରକୀ କ୍ରିକେଟ ଡିଏଲ ନିୟମରେ ୟୁନିକ ଇଲେଭେନ ଭଦ୍ରକ ଚମ୍ପିୟାନ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବାଗୁରାଇ ସ୍ଥିତି ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ପଡିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଭଦ୍ରକର ୟୁନିକ ଇଲେଭେନ ବାଲେଶ୍ୱରର ୟୁ ଆଣ୍ଡ ମି ଦଳକୁ ୧୩ ରନରେ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟାନ ହୋଇଛି। ଟସ୍ ଜିତି ୟୁନିକ ଇଲେଭେନ ଫିଲ୍ଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ୟୁ ଆଣ୍ଡ ମି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୩୫ ରନ କରିଥିଲା। ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି ୨୫ଟି ବଲ୍ ଖେଳି ସର୍ବାଧିକ ୬୮ ରନ କରିଥିଲେ। ଭଦ୍ରକ…

"ସପନ ଯେନା ସ୍ମାରକୀ କ୍ରିକେଟ ଡିଏଲ ନିୟମରେ ୟୁନିକ ଇଲେଭେନ ଭଦ୍ରକ ଚମ୍ପିୟାନ"

ବିପଦ ସଂକୁଳ ଅବସ୍ଥାରେ ୬୦ ବିଦ୍ୟାଳୟ; ଚିନ୍ତାରେ ଅଭିଭାବକ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଜିଲାରେ ସରକାରୀ ନିର୍ଦ୍ଦେଶନାମା ଗୁଡିକ ଉପଯୁକ୍ତ ସମୟରେ କାର୍ଯ୍ୟକାରୀ ହୋଇପାରୁନାହିଁ। ସରକାରଙ୍କ ବିଭିନ୍ନ ଯୋଜନା ଓ ଅନ୍ୟାନ୍ୟ ଜନ ହିତକର ସୁବିଧା ସୁଯୋଗ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ବହୁ ବିଳମ୍ବ ଖଟୁଛି। ଏପରିକି ଅଧିକାଂଶ ସମୟରେ କୋର୍ଟ ଓ ଉଚ୍ଚ ନ୍ୟାୟାଳରୁ ଆସୁଥିବା ମାମଲାଗୁଡିକ ଏକ୍ସପ୍ଲାନ୍ସ ରିପୋର୍ଟ ଠିକ୍ ସମୟରେ ଦାଖଲ ହୋଇପାରୁନାହିଁ। ଯାହାଫଳରେ ଜିଲାପାଳ ତଥା ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ କୋର୍ଟ ଅବମାନନା କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ହାଜର ହେବାକୁ ପଡୁଛି। ସେହିପରି ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଯାଉଥିବା ଚିଠି କିମ୍ବା ଆଦେଶନାମା ଗୁଡିକ…

"ବିପଦ ସଂକୁଳ ଅବସ୍ଥାରେ ୬୦ ବିଦ୍ୟାଳୟ; ଚିନ୍ତାରେ ଅଭିଭାବକ"

ନଦୀବନ୍ଧ ଯୋଜନାରେ ଘୋଟାଲା : ନଦୀକୂଳବାସୀ ଆତଙ୍କିତ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ବନ୍ୟା ପ୍ରବଣ ଧାମନଗର ଅଂଚଳରେ ଜଳସେଚନ ବିଭାଗ ଜରିଆରେ ଚାଲିଥିବା ନିମ୍ନମାନର ନଦୀବନ୍ଧ ନେଇ ଏବେ ନଦୀକୂଳ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି। ସରକାର ଧାମନଗରବାସୀଙ୍କୁ ବନ୍ୟା ପ୍ରକୋପରୁ ରକ୍ଷା କରିବା ସକାଶେ କୋଟି କୋଟି ଟଙ୍କା ବ୍ୟୟରେ ଏହି ଅଂଚଳରେ ପ୍ରବାହିତ ବୈତରଣୀ, କୋଚିଳା ଏବଂ ଗେଂଗୁଟି ପ୍ରଭୃତି ନଦୀରେ ପାଶ୍ୱର୍ବନ୍ଧ ନିର୍ମାଣ କରୁଛନ୍ତି। ପାଶ୍ୱର୍ବନ୍ଧକୁ ଅଧିକ ମଜଭୁତ କରିବା ସକାଶେ ବନ୍ଧରେ ପଥର ପ୍ୟାକିଂ କରୁଛନ୍ତି। ତେବେ ଏହି ନଦୀ ସମୂହର ଅଧିକାଂଶ ବିପଦ ସଂକୁଳ ଜାଗାରେ ନଦୀର ପ୍ରୋଟେକ୍ସନ ୱାଲ ନିର୍ମାଣ ନକରି ସେଥିରେ ପଥର ପ୍ୟାକିଂ କରି…

"ନଦୀବନ୍ଧ ଯୋଜନାରେ ଘୋଟାଲା : ନଦୀକୂଳବାସୀ ଆତଙ୍କିତ"